ଢେଙ୍କାନାଳ ୨୧।୦୯ : ବନ୍ୟା ପରିଚାଳନା ହେବ ଅଧିକ ବୈଜ୍ଞାନିକ ଓ ତଥ୍ୟଭିତ୍ତିକ। ଏଥିପାଇଁ ବେଙ୍ଗାଲୁରୁ ସ୍ଥିତ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନର ବୈଷୟିକ ସହଯୋଗ ନେବ ରାଜ୍ୟ ସରକାର। ବନ୍ୟା ପୂର୍ବାନୁମାନଠାରୁ ଆରମ୍ଭ କରି ଜଳଭଣ୍ଡାର ପରିଚାଳନା, ଡ୍ୟାମ୍ ସୁରକ୍ଷା ଏବଂ ସହରାଞ୍ଚଳ ବନ୍ୟା ମୁକାବିଲା ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଉଭୟ ପକ୍ଷ ମିଳିତ ଭାବେ କାମ କରିବେ।

ସେହିପରି ଭବିଷ୍ୟତରେ ବନ୍ୟାର ସମ୍ଭାବନାକୁ ଆଗୁଆ ଆକଳନ କରିବା ଏବଂ ବିପଦ ହ୍ରାସ ପାଇଁ ପୂର୍ବରୁ ପଦକ୍ଷେପ ନେବା ଉପରେ ଗୁରୁତ୍ବ ଦିଆଯାଉଥିବା କହିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ଜଳସମ୍ପଦ ବିଭାଗର ପ୍ରମୁଖ ସଚିବଙ୍କ ନେତୃତ୍ବରେ ଏକ ଟିମ୍ ସେପ୍ଟେମ୍ବର ୧୦ରେ ବେଙ୍ଗାଲୁରୁ ଯାଇ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନର ବିଶେଷଜ୍ଞମାନଙ୍କ ସହ ଆଲୋଚନା କରିଥିଲେ। ଏଥିରେ ରାଜ୍ୟର ବନ୍ୟା ପରିଚାଳନା ବ୍ୟବସ୍ଥାକୁ ଆଧୁନିକ ଜ୍ଞାନକୌଶଳ ସହ ଯୋଡ଼ିବା ଏବଂ ପୂର୍ବାନୁମାନ ବ୍ୟବସ୍ଥାକୁ ଅଧିକ ସଠିକ୍ କରିବା ନେଇ ରୂପରେଖ ପ୍ରସ୍ତୁତ ହୋଇଛି।

Also Read:-ମୁଖ୍ୟ ଶାସନ ସଚିବ ଡାକିଲେ ଗୁରୁତ୍ୱପୂର୍ଣ୍ଣ ବୈଠକ, SRC ସମେତ ବରିଷ୍ଠ ଅଧିକାରୀ ରହିବେ ଉପସ୍ଥିତ