ପୁରୀ ୨୧।୦୯ :  ସେବାୟତ ହେବ ତ ଏମିତି। ମହାନତା ଦେଖାଇଲେ ଶ୍ରୀମନ୍ଦିର ସେବାୟତ। ଭକ୍ତଙ୍କୁ ଏକ ଲକ୍ଷ୍ୟ ଟଙ୍କା ପାଇ ଫେରାଇ ଦେଲେ ସେବାୟତ। ଯାହାକୁ ନେଇ ଚାରିଆଡୁ ସେବାୟତଙ୍କ ପ୍ରତି  ଛୁଟିଛି ଶୁଭେଚ୍ଛାର ସୁଅ ।

ଖବର ଅନୁଯାୟୀ, ଶ୍ରୀମନ୍ଦିର ଭିତର କାଠରୁ ଟଙ୍କା ଭର୍ତ୍ତି ପର୍ସ ପାଇ ଭକ୍ତକୁ ଫେରାଇ ଦେଇଛନ୍ତି ଶ୍ରୀମନ୍ଦିର ସେବାୟତ ବୁଲୁ ପଣ୍ଡା। ପର୍ସ ଭିତରେ ରହିଛି ଦୁଇଶହ ଓ ୫ ଶହ ଟଙ୍କିଆ ନୋଟ୍। ଏଥିସହ ପାନ୍ କାର୍ଡ, ଆଧାର କାର୍ଡ ଭଳି ଅନ୍ୟାନ୍ୟ ଜରୁରୀ କାଗଜପତ୍ର ମଧ୍ୟ ଫେରାଇ ଛନ୍ତି। ଏଭଳି ପର୍ସ କୁ ଦେଖିଲେ ଯେ କେହି ବି ଲୋଭାସକ୍ତ ହେବ। ହେଲେ ଆଜି ସକାଳେ ନିଜ ଯଜମାନ ମାନଙ୍କୁ ଦର୍ଶନ କରାଉଥିବା ବେଳେ ଶ୍ରୀମନ୍ଦିରରେ ଭିତର କାଠ ନିକଟରେ ଏକ ସୁନ୍ଦର୍ ତଥା ଆକର୍ଷଣୀୟ ପର୍ସ ପାଇଥିଲେ ଶ୍ରୀମନ୍ଦିର ସେବାୟତ ବୁଲୁ ପଣ୍ଡା। ଜଣେ ଭକ୍ତ ଦର୍ଶନ କରୁଥିବା ବେଳେ ଭିଡ ଭିତରେ ଏହାକୁ ହଜାଇ ଦେଇଥିଲେ।

Also Read:-ମୁଖ୍ୟ ଶାସନ ସଚିବ ଡାକିଲେ ଗୁରୁତ୍ୱପୂର୍ଣ୍ଣ ବୈଠକ, SRC ସମେତ ବରିଷ୍ଠ ଅଧିକାରୀ ରହିବେ ଉପସ୍ଥିତ

ତେବେ ବୁଲୁ ପଣ୍ଡା ଏହି ବଡ ପରିମାଣର ଟଙ୍କାକୁ ଲୋଭରେ ନିଜ ପାଖରେ ନରଖି ସମ୍ପୃକ୍ତ ଭକ୍ତଙ୍କୁ ଖୋଜା ଖୋଜି କରି ସେବାୟତ ଫେରାଇଛନ୍ତି। ଭକ୍ତ ଜଣକ ହଜିଥିବା ଟଙ୍କା ପାଇବା ପରେ ସେବାୟତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେବାୟତ ମାନଙ୍କ ବିରୋଧରେ ସାଧାରଣତଃ ଯାତ୍ରୀ ମାନଙ୍କ ର ଅଭିଯୋଗ ରହି ଆସୁଥିଲେ ହେଁ ଏଇ ସେବାୟତ ଜଣ ଙ୍କ ଯାହା କରିଛନ୍ତି ତାହା ସମସ୍ତଙ୍କ ମନ କୁ ଛୁଇଁଛି।