ଅମରାବତୀ,୮|୦୬:ବିଶାଖାପାଟ୍ଟଣା ଷ୍ଟିଲ୍ ପ୍ଲାଣ୍ଟରେ ଭୟଙ୍କର ଦୁର୍ଘଟଣା । ଜୀବନ ହାରିଲେ ୮ରୁ ଅଧିକ ଶ୍ରମିକ । ଆନ୍ଧପ୍ରଦେଶର ବିଶାଖାପାଟଣା ସ୍ଥିତ ଷ୍ଟିଲ୍ ପ୍ଲାଣ୍ଟରେ ତରଳ ଷ୍ଟିଲ୍ ପାଇଁ ବଡ ଅଘଟଣ ଘଟିଥିବା କୁହାଯାଉଛି ।

ରିପୋର୍ଟ ଅନୁସାରେ, ପ୍ଲାଣ୍ଟର ଏସଏସଏମ୍-୨ ଏବଂ ଏସଟିସି-୩ ହିଟ୍ ଫ୍ୟାସିଲିଟିରେ ବିପୁଳ ମାତ୍ରାରେ ତରଳା ଯାଇଥିଲା ଲୁହା ଏବଂ ଷ୍ଟିଲ୍ କାରଣରୁ ୮ ଜଣ କର୍ମଚାରୀ ପ୍ରାଣ ହରାଇଛନ୍ତି । ଏହାସହ ଅନେକ ଆହତ ହୋଇଛନ୍ତି । କିଛି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଫଳରେ ମୃତ୍ୟୁସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି ।

ଘଟଣା ପରେ କର୍ମଚାରୀ ଏବଂ ଅନ୍ୟ ଅଧିକାରୀ ଭୟରେ ଦଉଡି ପଳାଉଥିଲେ । କାରଣ ତରଳ ଲୁହା ପାଇଁ ସେଠାରେ ନିଆଁ ମଧ୍ୟ ଲାଗିଯାଇଥିଲା । ପରେ ଅନ୍ୟ କିଛି କର୍ମଚାରୀ ଆସି ନିଆଁକୁ ଆୟତ କରିବାକୁ ପ୍ରୟାସ କରିଥିଲେ । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚିଛି ।

ରାଜ୍ୟ ଗୃହମନ୍ତ୍ରୀଙ୍କ କହିବାନୁସାରେ, ସେ ସ୍ଥାନୀୟ ଜିଲ୍ଲାପାଳ ଏବଂ ଏସପିଙ୍କ ସହ ଆଲୋଚନା କରିଛନ୍ତି । ଆହତଙ୍କ ଉତ୍ତମ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଉଦ୍ଧାରକାର୍ଯ୍ୟକୁ ଜୋରଦାର କରିବାକୁ ସେ କହିଛନ୍ତି । ଏହାସହ ଘଟଣାର ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ।