ଚଣ୍ଡିଖୋଲ ୩୦।୮: ଜାତୀୟ ରାଜପଥରେ ଯାତ୍ରୀବାହୀ ବସ୍ ଦୁର୍ଘଟଣା ଗ୍ରସ୍ତ । ଏନ୍ଏଚ୍ ୧୬ କଡ଼େଇ ଛକ ନିକଟରେ ଘଟିଛି ଦୁର୍ଘଟଣା । ଭୁବନେଶ୍ୱରରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ବସ୍‌ଟି ହଠାତ୍ ଭାରସାମ୍ୟ ହରାଇଲା । ଫଳରେ ରାସ୍ତା କଡ଼ରେ ଓଲଟି ପଡ଼ିଥିଲା । ବସ୍‌ରେ ୫୦ରୁ ଅଧିକ ଯାତ୍ରୀ ଥିବା ସୂଚନା ।

‘ଯଶୋଦା’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍‌ଟି ଭୁବନେଶ୍ୱରରୁ ବାଲେଶ୍ଵର ଅଭିମୁଖେ ଯାଉଥିଲା । ଏହି ସମୟରେ କଡ଼େଇ ଛକ ନିକଟରେ ବସ୍ଟି ହଠାତ୍ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ବସ୍‌ରେ ୫୦ରୁ ଅଧିକ ଯାତ୍ରୀ ରହିଥିଲେ । ଦୁର୍ଘଟଣା ଫଳରେ ବସ୍‌ରେ ଥିବା ଯାତ୍ରୀ ମାନେ ଚାପି ହୋଇ ରହିଥିଲେ ।

Also Read:- ଋଣ ଟଙ୍କାକୁ ନେଇ ଝଗଡ଼ା ; ଶାଳକଙ୍କୁ ଏସିଡ୍ ମାଡ଼, ବନ୍ଧାହେଲେ ଭିଣୋଇ

ଘଟଣାସ୍ଥଳରେ ବଡ଼ଚଣା ପୋଲିସ, ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ଟିମ୍ ପହଞ୍ଚି ଯାତ୍ରୀଙ୍କୁ ବସ୍ରୁ ଉଦ୍ଧାର କରିଥିଲେ । ଉଦ୍ଧାର ଯାତ୍ରୀଙ୍କ ମଧ୍ୟରୁ ଅନେକ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ମୋଟ୍ ୨୦ ଜଣ ଆହତ ହୋଇଥିବା ବେଳେ ୪ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ କେଉଁ କାରଣରୁ ଦୁର୍ଘଟଣା ଘଟିଲା ସେ ନେଇ ବଡ଼ଚଣା ପୋଲିସ ତଦନ୍ତ ଚଳାଇଛି ।

Watch Video: