ଭଦ୍ରକ ୨୫।୦୪ : ଭଦ୍ରକ ରାଜନୀତିରେ ପୁଣି ହଇଚଇ । ବିଜେଡିର ପ୍ରାଥମିକ ସଦସ୍ୟତାରୁ ସମର୍ଥକଙ୍କ ସହ ଇସ୍ତଫା ଦେଇଛନ୍ତି ମଣ୍ଡଳ ଦମ୍ପତି । ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ବିଜେଡିର ପ୍ରାଥମିକ ସଦସ୍ୟତା ପଦରୁ ଦେଇଛନ୍ତି ଇସ୍ତଫା । ପୂର୍ବରୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ମଣ୍ଡଳ ଦମ୍ପତିଙ୍କୁ ନିଲମ୍ବନ କରିଥିଲା ବିଜେଡି ।

ତେବେ ସେତେବେଳେ ନିଲମ୍ବର କାରଣ ଜାଣିନଥିବା କହିଥିଲେ ମୁକ୍ତିକାନ୍ତ ମଣ୍ଡଳ । ସେ ଦିନେ ନବୀନ ପଟ୍ଟନାୟକଙ୍କ ଆଦର୍ଶନ ଥିଲେ ବୋଲି ମଧ୍ୟ କହିଥିଲେ । ମଣ୍ଡଳ ଦମ୍ପତିଙ୍କ ସହ ବିଜୁ ଜନତା ଦଳର ନେତୃତ୍ୱ, ବିଭିନ୍ନ ପଦାଧିକାରୀ, ସମବାୟ ପ୍ରତିନଧି ମଧ୍ୟ ବିଜେଡି ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି । ଭଦ୍ରକ ସଂସଦୀୟ କ୍ଷେତ୍ରର ଅନେକ ନେତା ମଧ୍ୟ ଏହି ସାମୁହିକ ଇସ୍ତଫା କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ମଣ୍ଡଳ ଦମ୍ପତିଙ୍କ ସହ ଭଦ୍ରକ ସାଂସଦୀୟ କ୍ଷେତ୍ର ଅଧିନ ସୁବାସିନୀ ସାହୁ, ବିଜେଡି ନେତା ଶଶି ସାହୁ ମଧ୍ୟ ସାମିଲ ହୋଇଛନ୍ତି । ଭଦ୍ରକ ବିଜେଡିର ପୂର୍ବତନ ଜିଲ୍ଲା ସଭାପତି ମଧ୍ୟ ଇସ୍ତଫା ଦେଇଛନ୍ତି ।

Also Read:-ମୁହଁ ଖୋଲିଲେ ସୁଧୀରଙ୍କ ବାପା, କହିଲେ- ନାତୁଣୀ ମାଷ୍ଟରମାଇଣ୍ଡ, ଷଡଯନ୍ତ୍ର କରି ମାରିଦେଲା…