ଭୁବନେଶ୍ୱର ୦୯।୦୫ : ରାଜଧାନୀର ରାଜରାସ୍ତା ପୁଣି ଅଶାନ୍ତ । ରାଜଧାନୀରେ ପୁଣି ବୁଲିଲା ଖଣ୍ଡା । ପୋଲିସର ପାଟ୍ରୋଲିଂ ଏବଂ ଚେତାବନୀ ପରେ ବି ସୁଧୁରୁନାହାନ୍ତି କେହି । କେବେ ପଶିବ ଚେତା । ନା ପୋଲିସ ଲୋକଙ୍କ ମନରୁ ଛାଡ଼ିଗଲାଣି ଭୟ ।

ଖବର ଅନୁଯାୟୀ, ରାଜଧାନୀରେ ପୁଣି ବୁଲିଲା ଖଣ୍ଡା। କ୍ୟାପିଟାଲ୍ ଥାନା କେଦାରପଲ୍ଲୀ ବସ୍ତିରେ ବୁଲିଲା ଖଣ୍ଡା। ଗୋଡ଼େଇ ଗୋଡ଼େଇ ହାଣିଲେ ଏକାଧିକ ଦୃର୍ବୁତ୍ତ। ଯାହାର ପୁରା ଭିଜୁଆଲ ସାମ୍ନା ଦୋକାନାରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି । ତେବେ ପୂର୍ବ ଶତ୍ରୁତାକୁ ନେଇ ହଣାକଟା ହୋଇଥିବା ସନ୍ଦେହ କରାଯାଇଛି।

Also Read:-Naveen Niwas : ‘ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍, ହାଇକୋର୍ଟଙ୍କ ଅସନ୍ତୋଷ ପରେ ତତ୍ପରତା ଦେଖାଇଲା ପୂର୍ତ୍ତ ବିଭାଗ

ଅନ୍ୟପଟେ ଘଟଣା ସଂପର୍କରେ ଖବର ପାଇ କ୍ୟାପିଟାଲ ଥାନା ପୋଲିସ ଘଟଣାସ୍ଥଳରେ। ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ କ୍ୟାପିଟାଲ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି। କିଏ ଏହି ଖଣ୍ଡା ବୁଲାଇଛି । ତାକୁ ନେଇ ପୋଲିସର ଚାଲିଛି ଛାନ୍ଭିନ୍ ।