ମାଲକାନଗିରି ୨୧।୦୪ : ଜିଲ୍ଲା ପ୍ରଶାସନର ନିଷ୍ପତ୍ତି । ଆସନ୍ତା ୪ ଦିନ ଯାଏଁ ଜିଲ୍ଲାର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ଆସନ୍ତା ୨୨, ୨୩, ୨୪ ଏବଂ ୨୫ ତାରିଖରେ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟରେ ଏବେ ଗ୍ରୀଷ୍ମର ପ୍ରକୋପ ଜାରି ରହିଛି । ଯାହାକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ସେମାନଙ୍କ ଅଞ୍ଚଳରେ ଥିବା ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି । ଏହିକ୍ରମରେ ମାଲକାନଗିରି ଜିଲ୍ଲା ପ୍ରଶାସନ ବଡ଼ ନିଷ୍ପତ୍ତି ନେଇଛି । ଜିଲ୍ଲାର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ଆସନ୍ତା -୨୨,୨୩, ୨୪ ଓ ୨୫ ତାରିଖରେ ସ୍କୁଲ୍ ଛୁଟି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଶିଶୁ ବାଟିକା ଠାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍ ଛୁଟି ।

Also Read:-Trump Warns Iran: 'ପୂର୍ବରୁ କେବେ ଦେଖିନଥିବେ ଏମିତି ପରିଣାମ': ପାକିସ୍ତାନ ଆଲୋଚନା ପୂର୍ବରୁ ଇରାନକୁ ଟ୍ରମ୍ପଙ୍କ ଧମକ...

ସେହିପରି ପଞ୍ଚମ ଓ ଅଷ୍ଟମ ସପ୍ଲିମେଣ୍ଟାରୀ ପରୀକ୍ଷା ଜାରି ରହିବ । ବାକି ଅନ୍ୟ ବୋର୍ଡ ପରୀକ୍ଷା ଓ ଜନଗଣନା ମଧ୍ୟ ଚାଲିବ । ଶିକ୍ଷକ ଓ କର୍ମଚାରୀଙ୍କ ପାଇଁ ସକାଳ ସାଢେ ୬ଟାରୁ ୧୦ଟା ୩୦ ଯାଏଁ ସ୍କୁଲ୍ ଖୋଲା ରହିବ ।