ଡେଲାଙ୍ଗ ୧୬।୯: ଲଘୁଚାପ ଜନିତ ଲଗାଣ ବର୍ଷାରେ ଡେଲାଙ୍ଗ ବ୍ଲକ ଜେନାପୁର ପଞ୍ଚାୟତ ଅର୍ନ୍ତଗତ ପାଇକସାହି ଠାରେ ଥିବା ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରାଚୀର ଭୁଶୁଡ଼ି ପଡିଛି । ଛୁଟି ଦିନ ହୋଇଥିବାରୁ ବଡ଼ ଅଘଟଣରୁ ଛାତ୍ରଛାତ୍ରୀ ବର୍ତ୍ତି ଯାଇଥିବା ଗ୍ରାମବାସୀ କହିଛନ୍ତି ।

​​​​​​​

Also Read:- ନନ୍ଦନକାନନରେ ଓରାଙ୍ଗଉଟାନ୍‌ଙ୍କ ସ୍ବାସ୍ଥ୍ୟ ନିରୀକ୍ଷଣ କଲା ବୈଷୟିକ କମିଟି, ସନ୍ଧ୍ୟା ସୁଦ୍ଧା ଆସିବ ରିପୋର୍ଟ

ତେବେ ମିଳିଥିବା ସୂଚନା ଅନୁଯାଇ ଲଗାଣ ବର୍ଷା ପାଇଁ ବିଦ୍ୟାଳୟର ଶ୍ରେଣୀ ଗୃହ ପାଖରେ ବର୍ଷା ପାଣି ଜମି ରହିଛି । ବିଦ୍ୟାଳୟର ଉତ୍ତର ପାର୍ଶ୍ବରେ ଥିବା ପାଚେରୀଟି ପାଣି ପଶିବା କାରଣରୁ ଦୁର୍ବଳ ହୋଇ ରହିଥିବା ବେଳେ ଭୁଶୁଡ଼ି ପଡିଛି । ଯଥାଶୀଘ୍ର ବିଦ୍ୟାଳୟର ପ୍ରାଚୀର ନିର୍ମାଣ ପାଇଁ ଦାବି ଜୋର ଧରିଛି । ଏଥିପ୍ରତି ଶିକ୍ଷା ବିଭାଗ ତତ୍ପରତାର ସହ ବିଦ୍ୟାଳୟର ପ୍ରାଚୀର ନିର୍ମାଣ କରି ଛାତ୍ରଛାତ୍ରୀଙ୍କ ସୁରକ୍ଷା ଯୋଗାଇ ଦେବାକୁ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଦାବି କରାଯାଇଛି ।

Watch Video: