ଭୁବନେଶ୍ବର ୧୬।୯: ବାଲେଶ୍ୱର ଭୋଗରାଇ ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗଉଟାନ ଉଦ୍ଧାର ପରେ ସେମାନଙ୍କୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରଖାଯାଇଛି । ନନ୍ଦନକାନନରେ ୫ ଓରାଙ୍ଗଉଟାନଙ୍କ ସ୍ବାସ୍ଥ୍ୟାବସ୍ଥା ନିରୀକ୍ଷଣ କରିଛନ୍ତି ବୈଷୟିକ କମିଟି । ବୁଧବାର ସନ୍ଧ୍ୟା ସୁଦ୍ଧା ଆସିବ ରିପୋର୍ଟ । PCCF ପ୍ରେମ କୁମାର ଝାଙ୍କ ଦ୍ବାରା ଗଠିତ ଏହି କମିଟିର ସଦସ୍ୟମାନେ ନନ୍ଦନକାନନରେ ଉଦ୍ଧାର ଓରାଙ୍ଗଉଟାନ ମାନଙ୍କୁ ଦେଖିବା ସହ ସେମାନଙ୍କ ବିଷୟରେ ଟିକନିକ୍ ତଥ୍ୟ ସଂଗ୍ରହ କରିଛନ୍ତି ।

ବୁଧବାର କମିଟି ସଦସ୍ୟମାନେ ନନ୍ଦନକାନନ ପ୍ରାଣୀ ଚିକିତ୍ସା କେନ୍ଦ୍ର ପରିସରରେ ଥିବା ହସ୍ତପାଳିତ ଶିଶୁ ପ୍ରାଣୀ କେନ୍ଦ୍ର ପରିଦର୍ଶନ କରିଥିଲେ । ଏହି ସମୟରେ ନନ୍ଦନକାନନ ନିର୍ଦ୍ଦେଶକ ସନତ କୁମାର ନାରାୟଣ, ଉପନିର୍ଦ୍ଦେଶକ ପ୍ରଦୀପ ମିରାସେ ଦେବିଦାସ ଏବଂ ବରିଷ୍ଠ ପ୍ରାଣୀ ଚିକିତ୍ସକ ଡ. ଶରତ କୁମାର ସାହୁ, ଓୟୁଏଟିରୁ ଆଦିତ୍ୟ ଆଚାର୍ଯ୍ୟଙ୍କ ସହ ମୟସୁରରୁ ଆସିଥିବା ଡାକ୍ତରୀ ଟିମ୍ ମଧ୍ଯ ଉପସ୍ଥିତ ଥିଲେ । କମିଟି ପକ୍ଷରୁ ଓରାଙ୍ଗଉଟାନଙ୍କ ସ୍ବାସ୍ଥ୍ୟ ସମ୍ପର୍କିତ ବିଭିନ୍ନ ଦିଗର ନିରୀକ୍ଷଣ କରାଯାଇଛି । ବୁଧବାର ସନ୍ଧ୍ୟା ସୁଦ୍ଧା କମିଟିର ରିପୋର୍ଟ ଆସିବା ନେଇ ଆକଳନ ରହିଛି ।

Also Read:- ଆସୁଛି ବଡ଼ ବର୍ଷା ; ୨୨ରୁ ବଦଳିବ ପାଗ, ୨୩ ଅପରାହ୍ନରୁ ଭିଜିବ ଓଡ଼ିଶା

ଯାଞ୍ଚ ଅନୁଯାୟୀ ରାଙ୍ଗଉଟାନ ଶାବକ ମାନେ ସୁସ୍ଥ ଥିବା ଜଣାପଡିଛି । କିନ୍ତୁ ରକ୍ତ ପରୀକ୍ଷା ରିପୋର୍ଟ ଆସିବା ପରେ ସମ୍ପୂର୍ଣ୍ଣ ତଥ୍ୟ ଜଣାପଡ଼ିବ । ନନ୍ଦନକାନନରେ ଶାବକଙ୍କ ଭଲ ଯତ୍ନ ନିଆଯାଉଛି ବୋଲି ମୟସୁରରୁ ଆସିଥିବା ଡାକ୍ତରୀ ଦଳ କହିଛନ୍ତି । ଏଠି କେୟାର ଟେକରଙ୍କ ଅଭିଜ୍ଞତା ରହିଛି । ନନ୍ଦନକାନନରେ ଓରାଙ୍ଗଉଟାନମାନଙ୍କୁ ରଖିବା ପାଇଁ କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷଙ୍କ ଅନୁମତି ନେଇପାରିବେ ବୋଲି ଟେକ୍ନିକାଲ ଟିମ୍ ସଦସ୍ୟ କହିଛନ୍ତି । ପରବର୍ତ୍ତୀ ସମୟରେ ଶାବକଙ୍କ ଡିଏନଏ ଟେଷ୍ଟ ମଧ୍ୟ କରାଯିବ ବୋଲି ସେ କହିଛନ୍ତି ।

Watch Video: