କଳାହାଣ୍ଡି ୨୨।୪: ବଢ଼ିଲା ସ୍କୁଲ ଛୁଟି ଅବଧି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲାରେ ଛୁଟି ଅବଧି ବୃଦ୍ଧି କରାଯାଇଛି । ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲାର ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନଓ୍ବାଡି କେନ୍ଦ୍ରର ଛୁଟି ଅବଧି ବଢ଼ାଇଛନ୍ତି ଜିଲ୍ଲା ପ୍ରଶାସନ । ଏପ୍ରିଲ ୨୨ରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ଛୁଟି ବୃଦ୍ଧି କରାଯାଇଛି । ପୂର୍ବ ନିର୍ଦ୍ଧାରିତ ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପରୀକ୍ଷା ସକାଳ ୭ରୁ ୯ଟା ଯାଏ ଚାଲିବ ।

ପ୍ରବଳ ଖରା ଓ ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗତ ଶନିବାର ଏପ୍ରିଲ ୧୮ରୁ ଏପ୍ରିଲ ୨୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ସ୍କୁଲ-କଲେଜ, ଅଙ୍ଗନୱାଡିକୁ ଛୁଟି ଘୋଷଣା କରିଥିଲେ ଜିଲ୍ଲାପାଳ । ଏ ନେଇ ଏକ ବିଜ୍ଞପ୍ତି ମାଧ୍ୟମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା । ତେବେ ଏବେବି ଅସହ୍ୟ ଗୁଳିଗୁଳି ଆଉ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବାରୁ ଛୁଟି ଅବଧି ବଢ଼ାଇ ଦିଆଯାଇଛି ।ଏପ୍ରିଲ ୨୨ରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ଛୁଟି ବଢ଼ାଇ ଦିଆଯାଇଛି ।

Also Read:- Kanas block office issue: ଲାଗିଛି ବାୟୋମେଟ୍ରିକ୍ ମେସିନ୍, ଖାତାରେ ପଡୁଛି ଉପସ୍ଥାନ ; ବିଳମ୍ବରେ ଆସୁଛନ୍ତି ସରକାରୀ ବାବୁ

ପୂର୍ବରୁ ଗ୍ରୀଷ୍ମ ପ୍ରବାହ ପାଇଁ ରାଜ୍ୟରଅନେକ ଜିଲ୍ଲାରେ ଛୁଟି ଘୋଷଣା କରାଯାଇସାରିଛି । ୧୩ ଜିଲ୍ଲାର ଜିଲ୍ଲାପାଳ ନିଜ ନିଜ ଅଞ୍ଚଳରେ ଥିବା ସ୍କୁଲ ଏବଂ ଅଙ୍ଗନଓ୍ବାଡି, କଲେଜକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏପିରିକି କିଛି ଜିଲ୍ଲାପାଳ କେବଳ ସ୍କୁଲ ହିଁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେହିପରି ସ୍କୁଲ ଖୋଲିବ ସମୟରେ ପିଲାଙ୍କ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲରେ ପାନୀୟ ଜଳର ବ୍ୟବସ୍ଥା ଏବଂ ପିଲାମାନେ କିପରି ଖରା ଠାରୁ ଦୂରେଇ ରହିବେ, ସେଥିପ୍ରତି ମଧ୍ୟ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।