ଭୁବନେଶ୍ୱର: SCBରୁ ୧୪ ଶିଶୁ ନିଖୋଜ ଘଟଣାକୁ ନେଇ ଏବେ ରାଜ୍ୟବ୍ୟାପୀ ଚାଞ୍ଚଲ୍ୟ। ସ୍ୱେଚ୍ଛାସେବୀ ଅଚ୍ୟୁତ ସାହୁ ଏବଂ ଦୀପକ ଆଚାର୍ଯ୍ୟ ସୂଚନା ଅଧିକାର ଆଇନ ବଳରେ ଏହି ରହସ୍ୟଜନକ ଘଟଣାକୁ ଲୋକଲୋଚନକୁ ଆଣିଥିଲେ। ୨୦୧୯ରୁ ୨୦୨୬ ମସିହା ମଧ୍ୟରେ ଏହି ଅସହାୟ ମହିଳାମାନେ ଜନ୍ମ ଦେଇଥିବା ଶିଶୁମାନେ କୁଆଡ଼େ ଗଲେ, ତାକୁ ନେଇ ସେମାନେ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ମନ୍ତ୍ରୀ ଏବଂ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମେଡିକାଲ କର୍ତ୍ତୃପକ୍ଷଙ୍କ ପାଖରେ ଏହି ଶିଶୁମାନଙ୍କର କୌଣସି ସନ୍ତୋଷଜନକ ଉତ୍ତର ନଥିବା ସେମାନେ ଅଭିଯୋଗ କରିଛନ୍ତି।

୨୦୧୯ରୁ ୨୦୨୬ ମଧ୍ୟରେ ଅସହାୟ ଓ ମାନସିକ ବିକାରଗ୍ରସ୍ତ ମହିଳାଙ୍କଠାରୁ ଜନ୍ମିତ ୧୬ ଶିଶୁଙ୍କର ଖୋଜଖବର ମିଳୁନାହିଁ। ସୂଚନା ଅଧିକାର ଆଇନ (RTI) ବଳରେ ସ୍ୱେଚ୍ଛାସେବୀମାନେ ଏହି ସାଂଘାତିକ ତଥ୍ୟ ଉଜାଗର କରିଛନ୍ତି। ମେଡିକାଲ ତଥ୍ୟ ଅନୁସାରେ ୨ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ବାକି ୧୪ ଜଣଙ୍କ ସମ୍ପର୍କରେ କୌଣସି ସୂଚନା ନାହିଁ। ଗତ ୭ ତାରିଖରେ ନ୍ୟୁଜ ସେଭେନରେ ଏହି ତଥ୍ୟ ସମ୍ବଳିତ ଖବର ପ୍ରସାରିତ ହେବା ପରେ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ।

SCB ବିଭାଗରେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରେ ରେକର୍ଡ ଯାଞ୍ଚ କରିଛନ୍ତି ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା। ଅନୁଧ୍ୟାନ ପରେ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ପ୍ରତିକ୍ରିୟା ରଖିଛନ୍ତି। କିଛି ଶିଶୁଙ୍କୁ ସ୍ବେଚ୍ଛାସେବୀ ସଂସ୍ଥାକୁ ହସ୍ତାନ୍ତର କରାଯାଇଥିଵା ଦର୍ଶାଇଛନ୍ତି ଏସସିବି କର୍ତ୍ତୃପକ୍ଷ। ସେହିପରି ଆଉ କିଛି ଶିଶୁଙ୍କୁ ସେମାନଙ୍କ ମା'ଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିଵା କହିଛନ୍ତି। ହସ୍ତାନ୍ତର ପୂର୍ବରୁ ଶିଶୁ ମାନଙ୍କୁ ଚାଇଲ୍ଡ ଓ୍ବେଲଫେୟାର କମିଟି ନିକଟରେ ହାଜର କରାଯାଇଛି କି ନାହିଁ ତାହା ଅନୁଧ୍ୟାନ ହେଵ ଵୋଲି ଅଧ୍ୟକ୍ଷା କହିଛନ୍ତି।

also read- NIA Investigation : RDX ଲିଙ୍କର ଫିଟିବ ଗୁମର, କ୍ୟାପିଟାଲ ହସ୍ପିଟାଲରେ NIA ଟିମ୍‌ର ଛାନ୍‌ଭିନ୍‌

ସେହିପରି ଏସସିଵି କର୍ତ୍ତୃପକ୍ଷ ୧୪ଶିଶୁଙ୍କ ମଧ୍ୟରୁ ୫ଜଣଙ୍କ ହସ୍ତାନ୍ତର ରେକର୍ଡ ଉପସ୍ଥାପନ କରିଛନ୍ତି। ଅନ୍ୟ ୯ଜଣ ଶିଶୁଙ୍କ ହସ୍ତାନ୍ତର ରେକର୍ଡ ଦାଖଲ କରିପାରି ନାହାନ୍ତି କର୍ତ୍ତୃପକ୍ଷ। ଶିଶୁମାନେ ଥିବା ଯାଗାକୁ ଯାଇ ଅଧ୍ୟକ୍ଷା ସତ୍ୟାସତ୍ୟ ଅନୁଧ୍ୟାନ କରିବେ। ଆଗକୁ ପୁଣି ରେକର୍ଡ ପତ୍ର ଯାଞ୍ଚ ହେଵ। ସେହିପରି ୨୦୧୦ରୁ ମାନସିକ ବିକାରଗ୍ରସ୍ତ ଅସହାୟ ମହିଳା ପ୍ରସଵ କରିଵାର ସମ୍ପୂର୍ଣ୍ଣ ବିବରଣୀ ଦେବାକୁ SCB କର୍ତ୍ତୃପକ୍ଷଙ୍କୁ ଆୟୋଗ ଅଧ୍ୟକ୍ଷା ନିର୍ଦ୍ଦେଶ ଦେଇଛନ୍ତି।