ଭଦ୍ରକ ୧୩।୧୧: ମହା ସରସ୍ବତୀ ବେଶରେ ମା' ଭଦ୍ରକାଳୀ । ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ଆଜି ଷଷ୍ଠ ଦିନ । ଷଷ୍ଠ ଦିନରେ ମା’ ଭଦ୍ରକାଳୀ ଶ୍ରଦ୍ଧାଳୁଙ୍କୁ ମହା ସରସ୍ବତୀ ବେଶରେ ଦର୍ଶନ ଦେଉଛନ୍ତି ।

AlsoRead:- ୫ ମାସରେ ୩ ଥର ବଢ଼ିଲା ବସ୍ ଭଡ଼ା, ବସ୍ ମାଲିକଙ୍କୁ ଖୁସି କରାଇ ଯାତ୍ରୀଙ୍କୁ ମହଙ୍ଗା ମାଡ଼

ହଂସ ଉପରେ ମା’ ଭଦ୍ରକାଳୀ ବିରାଜମାନ ହେବା ସହିତ ହାତରେ ବୀଣା ଓ ବେଦ ଧାରଣ କରିଛନ୍ତି । ଏହି ବେଶରେ ମା’ଙ୍କୁ ଦର୍ଶନ କଲେ ବିଦ୍ୟା, ବୁଦ୍ଧି, ଜ୍ଞାନ ଆହାରଣ ହେବା ସହିତ ସର୍ବ ସୁଖ ପ୍ରାପ୍ତି ହୋଇଥାଏ ବୋଲି ଶ୍ରଦ୍ଧାଳୁଙ୍କ ମନରେ ଅତୁଟ ବିଶ୍ୱାସ ରହିଛି । ମା’ଙ୍କର ଦିବ୍ୟ ବେଶ ଦର୍ଶନ କରିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି ।