ଭୁବନେଶ୍ବର ୨୮।୦୪ : କ୍ୟାପିଟାଲ ହସ୍ପିଟାଲରେ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) । ଭୁବନେଶ୍ୱର ଆଜାଦ ନଗର ବୋମା ବିସ୍ଫୋରଣ ଘଟଣାରେ NIA ଟିମ୍ ଛାନ୍‌ଭିନ୍‌ ଜାରି ରଖିଛି । ବିସ୍ଫୋରଣ ଘଟଣାରେ ସାକ୍ଷୀଙ୍କ ବୟାନ ରେକର୍ଡ କରୁଛି ସ୍ୱତନ୍ତ୍ର ଟିମ୍ ।

ଭୁବନେଶ୍ୱର ଆଜାଦଗନର ବିସ୍ଫୋରଣ ଘଟଣାର NIA ଟିମ୍ ଛାନ୍‌ଭିନ୍‌ କରୁଛି । ଏହିକ୍ରମରେ ସାକ୍ଷୀଙ୍କ ବୟାନ ରେକର୍ଡ କରିବାକୁ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଛି NIA ଟିମ୍ । ମଙ୍ଗଳବାର NIA ଟିମ୍ କ୍ୟାପିଟାଲ ହସ୍ପିଟାଲକୁ ଯାଇ ସାକ୍ଷୀମାନଙ୍କୁ ପଚରାଉଚରା କରିଛି । ଏହାପରେ ସେମାନଙ୍କ ବୟାନ ମଧ୍ୟ ରେକର୍ଡ କରିଛି । ସେହିପରି ପୂର୍ବରୁ ମଧ୍ୟ ଏହି ଘଟଣାରେ ୫ ଜଣ ଯୁବକଙ୍କୁ NIA ଅଫିସକୁ ଡାକି କରିଛି । ସେହେନବାଜଙ୍କ ସହ ସଂପର୍କ ଥିବା ୫ ଜଣଙ୍କୁ ଜେରା କରିଛି । ସାକ୍ଷୀଙ୍କୁ ପଚରାଉଚରା ପରେ ପ୍ରମାଣ ଏକାଠି ପାଇଁ NIA ଆରମ୍ଭ କରିଛି ପ୍ରକ୍ରିୟା । ତଦନ୍ତ ଜାରି ରହିଥିବାରୁ ପୁରା ତଥ୍ୟ ଗଣମାଧ୍ୟମ ଠାରୁ ଦୂରରେ ରଖାଯାଇଛି । କିନ୍ତୁ RDX ଲିଙ୍କର ଏକ ବଡ଼ ପ୍ରମାଣ ସହ ଓଡ଼ିଶା ଲିଙ୍କ ନେଇ ତନାଘନା କରୁଛି ଜାତୀୟ ତଦନ୍ତକାରୀ ସଂସ୍ଥା ।

Also Read:-ଛୁଉଁନି ଦାନାପାଣି, ଲାଗିଛି ସାଲାଇନ୍: କଳଙ୍କ ମୁଣ୍ଡାଇ କଙ୍କାଳ ସାଜିଛି, ଅନୁତାପରେ ଗୁମୁରି କାନ୍ଦୁଛି