ନୂଆଦିଲ୍ଲୀ ୦୩।୦୭; ୨୦୨୬ରେ ଶ୍ରାବଣ ମାସକୁ ନେଇ ସାମାନ୍ୟ ଦ୍ୱନ୍ଦ୍ୱ ରହିପାରେ। କାହିଁକି ନା ପଞ୍ଚାଙ୍ଗ ଅନୁସାରେ ଜୁଲାଇ ୩୦, ୨୦୨୬ (ଗୁରୁବାର) ରୁ ଶ୍ରାବଣ ମାସ ଆରମ୍ଭ ହେଉଛି। ଜୁଲାଇ ୨୯ ତାରିଖରେ ଆଷାଢ଼ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମା ପଡ଼ୁଥିବାରୁ, ତା’ ପରଦିନ ଅର୍ଥାତ୍ ୩୦ ଜୁଲାଇରୁ ଶ୍ରାବଣ ମାସର ପ୍ରତିପଦା ତିଥି ଆରମ୍ଭ ହେବ। ଏହି ପବିତ୍ର ମାସ ଅଗଷ୍ଟ ୨୮, ୨୦୨୬ (ଶୁକ୍ରବାର) ପର୍ଯ୍ୟନ୍ତ ଚାଲିବ। ଯେଉଁଦିନ ଶ୍ରାବଣ ପୂର୍ଣ୍ଣିମା ବା ରକ୍ଷାବନ୍ଧନ ପର୍ବ ପାଳନ କରାଯିବ।

ଶ୍ରାବନ ମାସରେ ସୋମବାର ବ୍ରତର ବିଶେଷ ଗୁରୁତ୍ୱ ରହିଛି। ଏଥର ମୋଟ ୪ଟି ସୋମବାର ପଡ଼ୁଛି।

୧. ପ୍ରଥମ ସାବନ ସୋମବାର: ୩ ଅଗଷ୍ଟ ୨୦୨୬

୨. ଦ୍ୱିତୀୟ ସାବନ ସୋମବାର: ୧୦ ଅଗଷ୍ଟ ୨୦୨୬

୩. ତୃତୀୟ ସାବନ ସୋମବାର: ୧୭ ଅଗଷ୍ଟ ୨୦୨୬

୪. ଚତୁର୍ଥ ସାବନ ସୋମବାର: ୨୪ ଅଗଷ୍ଟ ୨୦୨୬

ଏହି ସମସ୍ତ ଦିନରେ ଶିବ ମନ୍ଦିରଗୁଡ଼ିକରେ ପ୍ରବଳ ଭିଡ଼ ଦେଖିବାକୁ ମିଳେ। ବିଶେଷ କରି ଓଡ଼ିଶାରେ କାଉଡ଼ିଆମାନେ ବିଭିନ୍ନ ପବିତ୍ର ନଦୀରୁ ଜଳ ଆଣି ଶିବଲିଙ୍ଗରେ ଅର୍ପଣ କରିଥାନ୍ତି। ପୁରାଣ ଅନୁସାରେ, ସମୁଦ୍ର ମନ୍ଥନ ସମୟରେ ବାହାରିଥିବା ବିଷକୁ ଭଗବାନ ଶିବ ପାନ କରିଥିଲେ। ଯାହାଫଳରେ ତାଙ୍କ କଣ୍ଠ ନୀଳ ହୋଇଯାଇଥିଲା ଏବଂ ସେ 'ନୀଳକଣ୍ଠ' ନାମରେ ପରିଚିତ ହେଲେ। ବିଷର ଜ୍ୱାଳାକୁ ଶାନ୍ତ କରିବା ପାଇଁ ସମସ୍ତ ଦେବତା ଶିବଙ୍କ ଉପରେ ଜଳ ଅର୍ପଣ କରିଥିଲେ। ସେହି ସମୟରୁ ଶ୍ରାବଣ ମାସରେ ଶିବଙ୍କୁ ଜଳାଭିଷେକ କରିବାର ପରମ୍ପରା ରହିଆସିଛି।

ମାନ୍ୟତା ଅଛି ଯେ, ଯେଉଁ ଅବିବାହିତ କନ୍ୟାମାନେ ଶ୍ରାବଣ ସୋମବାର ବ୍ରତ ପାଳନ କରନ୍ତି, ସେମାନଙ୍କୁ ମନମୁତାବକ ବର ପ୍ରାପ୍ତି ହୁଏ। ସେହିପରି ବିବାହିତ ମହିଳାମାନେ ନିଜ ସ୍ୱାମୀଙ୍କ ଦୀର୍ଘାୟୁ ଏବଂ ପରିବାରର ସୁଖ-ଶାନ୍ତି ପାଇଁ ଏହି ବ୍ରତ ରଖନ୍ତି।

ବ୍ରାହ୍ମ ମୁହୂର୍ତ୍ତରେ ସ୍ନାନ: ଶ୍ରାବଣ ମାସରେ ପ୍ରତିଦିନ ସକାଳୁ ଶୀଘ୍ର ଉଠି ସ୍ନାନ କରିବା ଉଚିତ୍। ବିଶେଷ କରି ସୋମବାର ଦିନ ସ୍ନାନ ପରେ ଶୁଭ୍ର ବସ୍ତ୍ର ପରିଧାନ କରିବା ଶୁଭ ମନାଯାଏ।

ଶ୍ରାବଣ ମାସର ଦ୍ୱିତୀୟ ସୋମବାର: ମହାକାଳେଶ୍ୱର ଧାମରେ ଶିବଭକ୍ତଙ୍କ ଜଳାଭିଷେକ

ଜଳାଭିଷେକ: ଶିବଲିଙ୍ଗରେ ଗଙ୍ଗାଜଳ, କ୍ଷୀର, ଦହି, ମହୁ ଓ ଘିଅ (ପଞ୍ଚାମୃତ) ରେ ଅଭିଷେକ କରନ୍ତୁ।

ପ୍ରିୟ ବସ୍ତୁ ଅର୍ପଣ: ଭଗବାନ ଶିବଙ୍କୁ ବେଲପତ୍ର, ଦୁଦୁରା ଫୁଲ, ଅରଖ ଫୁଲ ଓ ଚନ୍ଦନ ଅର୍ପଣ କରନ୍ତୁ। ମନେରଖନ୍ତୁ, ଶିବଙ୍କ ପୂଜାରେ କେବେ ବି କେତକୀ ଫୁଲ ବା ହଳଦୀ ବ୍ୟବହାର କରନ୍ତୁ ନାହିଁ।

ମନ୍ତ୍ର ଜପ: "ଓଁ ନମଃ ଶିବାୟ" ମନ୍ତ୍ରକୁ ଅତିକମରେ ୧୦୮ ଥର ଜପ କରନ୍ତୁ।

ଖାଦ୍ୟପାନୀୟ: ଶ୍ରାବନ ମାସରେ ସାତ୍ତ୍ୱିକ ଆହାର ଗ୍ରହଣ କରିବା ଉଚିତ୍। ଆମିଷ, ପିଆଜ ଓ ରସୁଣ ଖାଇବା ବର୍ଜନୀୟ। ଅନେକ ଭକ୍ତ ଏହି ମାସରେ ଶାଗ ଖାଇବାକୁ ମଧ୍ୟ ବାରଣ କରନ୍ତି।

୨୦୨୬ ମସିହାର ଶ୍ରାବଣ ମାସ ଭକ୍ତମାନଙ୍କ ପାଇଁ ଶୁଭଫଳ ନେଇ ଆସୁ। ଜୁଲାଇ ୩୦ ରୁ ଆରମ୍ଭ ହେଉଥିବା ଏହି ମାସରେ ନିଷ୍ଠାର ସହ ମହାଦେବଙ୍କ ଆରାଧନା କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି। ଯଦି ଆପଣ କାଉଡ଼ି ଯାତ୍ରା ବା ସୋମବାର ବ୍ରତ କରିବାକୁ ଚାହୁଁଛନ୍ତି, ତେବେ ଏହି ତାରିଖଗୁଡ଼ିକୁ ମନେ ରଖନ୍ତୁ ଏବଂ ନିଜର ପ୍ରସ୍ତୁତି ଆରମ୍ଭ କରନ୍ତୁ।