ନୂଆଦିଲ୍ଲୀ, ୨୨/୧୦: ଜାମିନ ପାଇ ତିହାର ଜେଲକୁ ମୁକ୍ତ ହୋଇଛନ୍ତି ସିଜେପି ନେତା ଆଶୁତୋଷ ରାଙ୍କା ଏବଂ ସୌରଭ ଦାସ । କିନ୍ତୁ ତାଙ୍କ ପାଇଁ ଅଡୁଆ ବଡିବାରେ ଲାଗିଛି । ପଚାରଉଚୁରା ପାଇଁ ଉଭୟଙ୍କୁ କ୍ରାଇମ୍ ବ୍ରାଞ୍ଚ୍ ସମନ ଜାରି କରିଛି । ଦିଲ୍ଲୀ ପୋଲିସର କ୍ରାଇମ୍ ବ୍ରାଞ୍ଚ୍ ସେମାନଙ୍କୁ ସମନ୍ ଜାରି କରିବା ସହ ଗୁରୁବାର ବୟାନ ରେକର୍ଡ କରାଯିବ । ଏଥିପାଇଁ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଉଭୟ ନେତାଙ୍କୁ ଆଜି କ୍ରାଇମ୍ ବ୍ରାଞ୍ଚ୍ ଦିନ ୧୨ଟାରେ କାର୍ଯ୍ୟାଳୟରେ ଉପସ୍ଥିତ ହେବାକୁ କହିଛି । ଏଠାରେ ତାଙ୍କୁ ଅନେକ ମାମଲାରେ ପ୍ରଶ୍ନ କରାଯିବ । ଏହାପରେ ଉଭୟଙ୍କୁ ଅଧିକ ସମସ୍ୟାର ସାମ୍ନା କରିବାକୁ ପଡିପାରେ ।

Also Read :- ସାଉଦି ବିମାନବନ୍ଦରରେ ହୁତିର ବଡ଼ ଆକ୍ରମଣ : ଜଣେ ମୃତ, ୮ ଗୁରୁତର

ଏହାପୂର୍ବରୁ ବୁଧବାର ସ୍ୱାତନ୍ତ୍ର ମାଜିଷ୍ଟ୍ରେଟଙ୍କ ଅଦାଲତ ୫୦ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଜାମିନ୍ ପ୍ରଦାନ କରିଥିଲେ । ଏହାସହ ସେମାନେ ଶାନ୍ତିଭଙ୍ଗ ପାଇଁ ଉଦ୍ୟମ କରିବେ ନାହିଁ ବୋଲି ଲିଖିତ ଭାବେଦେଇଛନ୍ତି।ଅନ୍ୟ ଦିଗରେ ଦିଲ୍ଲୀ ପୋଲିସ ସେମାନଙ୍କ ରିମାଣ୍ଡ୍ ଆହୁରି ତିନି ଦିନ ବଢାଇବାକୁ ଅପିଲ କରିଥିଲା । ସେମାନଙ୍କ ବୟାନରେ ବିରୋଧାଭାସ ରହିଛି ଏବଂ ଆଇନ ଶୃଙ୍ଖଳା ବିଗିଡିପାରେ ବୋଲି ପୋଲିସ ଯୁକ୍ତି କରିଥିଲା । କିନ୍ତୁ ସୌରଭ ଏବଂ ଆଶୁତୋଷଙ୍କ ଓକିଲ ଆଦାଲତଙ୍କୁ ଆଶ୍ୱାସନା ଦେବା ପରେ ବେଲ୍ ମିଳିଥିଲା ।

ଉଭୟଙ୍କୁ ଜାମିନ ମିଳିବା ପରେ ସିଜେପି ମୁଖ୍ୟ ଅଭିଜିତ ଦୀପକେ ସ୍ୱାଗତ କରିଥିଲେ । ଆମ୍ ଆଦମୀ ପାର୍ଟିର ନେତା ଅରବିନ୍ଦ କେଜ୍ରିଓ୍ୱାଲ ମଧ୍ୟ କୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ସାରା ଦେଶ ଦୁଇ ଜଣଙ୍କ ସହ ରହିଥିବା ପ୍ରକାଶ କରିଥିଲେ ।