ଭୁବନେଶ୍ବର ୭।୧୦: ଅକ୍ଟୋବର ୮ ତାରିଖରେ ଇଣ୍ଡି ମେଣ୍ଟର ଓଡ଼ିଶା ବନ୍ଦ ଡାକରାକୁ ପ୍ରଥମେ ବିଜେଡି ତରଫରୁ ସମର୍ଥନ ଘୋଷଣା ଓ ପରେ ପୁଣି ୟୁ ଟର୍ଣ୍ଣକୁ ନେଇ କଂଗ୍ରେସ ସଂଗଠନ ପ୍ରଭାରୀ ସନ୍ତୋଷ ସିଂ ସାଲୁଜା ବିଜେଡିକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି, ବିଜେଡି ଦିଗହରା ଦଳ । ବିଜେଡିର ଦୋମୁହାଁ ନୀତି ବାରି ହୋଇପଡ଼ୁଛି । ସେମାନେ କେଉଁ ଆଡକୁ ଯିବେ ଜାଣି ପାରୁ ନାହାନ୍ତି । ଦିଲ୍ଲୀରୁ ଫୋନ୍ ଆସିଥିବ, ସେଥିପାଇଁ ଡରିକି ଇଣ୍ଡିମେଣ୍ଟ ସମର୍ଥନରୁ ଓହରି ଯାଇଥିବେ ।

ବିଜେପି ସହ ରହିବା ତାଙ୍କର ଅଭ୍ୟାସ । ମଙ୍ଗଳବାର ଆଶ୍ଚର୍ଯ୍ୟଜନକ ଭାବେ ତାଙ୍କ ରାଜ୍ୟସଭା ସଦସ୍ୟ ଯାଇ ସମର୍ଥନ କଲେ । ଡେରିରେ ହେଲେ ବି ସେମାନଙ୍କ ଜ୍ଞାନ ଉଦୟ ହେଲା ବୋଲି ଇଣ୍ଡିମେଣ୍ଟ ମନେ କଲା । ଏବେ ତାଙ୍କ ବୟାନ ବଦଳୁଛି । ଲାଗୁଛି ବିଜେଡି ଉପରେ ବିଜେପିର ଚାପ ରହୁଛି ।

Also Read:- ୧୨ ଦିନ ପରେ ବି ରହସ୍ୟ ଉପରୁ ହଟୁନି ପରଦା, ୩ ଥର ବିଫଳ ପରେ ଶୁଭଶ୍ରୀଙ୍କ ମୃତଦେହ ଖୋଜୁଛି ଅଗ୍ନିଶମ ବାହିନୀ

ସେପଟେ କଥା ବଦଳାଇଲେ ପ୍ରମିଳା ମଲ୍ଲିକ । ଆସନ୍ତାକାଲି ଓଡ଼ିଶା ବନ୍ଦକୁ ବିଜେଡି ସମର୍ଥନ କରିବନି ବୋଲି କହିଲେ ପ୍ରମିଳା । ପ୍ରଥମେ ବନ୍ଦ ଡାକରାକୁ ବିଜେଡି ସମର୍ଥନ କରିବ ବୋଲି ପ୍ରମିଳା କହିଥିବା ବେଳେ ମାତ୍ର କିଛି ସମୟ ପରେ ପୁଣି କଥା ବଦଳାଇଲେ । ଇଣ୍ଡିମେଣ୍ଟର ବନ୍ଦ ଡାକରାକୁ ବିଜେଡି ସମର୍ଥନ କରିବନି ବୋଲି କହିଲେ । ଦିଲ୍ଲୀରେ ଇଣ୍ଡିମେଣ୍ଟର ଆନ୍ଦୋଳନକୁ ବିଜେଡି ସମର୍ଥନ କରିଥିଲା । SIR ଏବଂ MMDR ବିରୋଧରେ କାଲି ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ ସମେତ ସହଯୋଗୀ ଦଳ ।

Watch Video: