ମୁମ୍ବାଇ;୩୦୧୨ :ବଲିଉଡ ଭାଇଜାନ୍ ଭାବେ ପରିଚିତ ସୁପରଷ୍ଟାର ସଲମାନ ଖାନ। ତାଙ୍କ ଅପକମିଙ୍ଗ୍ ଫିଲ୍ମ ବ୍ୟାଟେଲ୍ ଅଫ୍ ଗଲଓ୍ବାନକୁ ନେଇ ଏବେ ସବୁଠି ଚର୍ଚ୍ଚା । ଗତ ୨୭ ତାରିଖରେ ସଲମାନ ଖାନଙ୍କ ୬୦ତମ ଜନ୍ମଦିନ ପାଳନ କରାଯାଇଥିବା ବେଳେ ପ୍ରଂଶସକଙ୍କୁ ଖୁସି ଖବର ଦେଇଥଲେ ବଲିଉଡର ଭାଇଜାନ । ଫିଲ୍ମ ବ୍ୟାଟେଲ୍ ଅଫ୍ ଗଲଓ୍ବାନର ଟିଜର ସେହିଦିନ ରିଲିଜ୍ ହୋଇଥିଲା । ଯାହାର ଟିଜର ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିବାବେଳେ ଦର୍ଶକେ ଏହାକୁ ବେଶ ପସନ୍ଦ କରିଛନ୍ତି ।

ଟିଜରକୁ ଦେଖି ଫିଲ୍ମ ସୁପରହିଟ୍ ହେବ ବୋଲି ମଧ୍ୟ ସଲମାନଙ୍କ ପ୍ରଂଶସକମାନେ ମତ ଦେଉଛନ୍ତି । କିଛି ବର୍ଷ ହେବ ସଲମାନଙ୍କ ଫିଲ୍ମ ଲଗାତାର ଭାବେ ଫ୍ଲପ୍ ହେବାରେ ଲାଗିଛି । ଏବେ ଫିଲ୍ମର ଟିଜର ଇଣ୍ଟରନେଟରେ ଝଡ଼ ସୃଷ୍ଟି କରିଛି । ଆଶା କରାଯାଉଛି କି, ସଲମାନ ପୁଣିଥରେ ଦର୍ଶକଙ୍କୁ ଏକ ହିଟ୍ ଫିଲ୍ମ ଭେଟି ଦେବାକୁ ଯାଉଛନ୍ତି । ମାତ୍ର ଏବେ ଶୁଣିବାକୁ ମିଳୁଛି କି, ଏହି ଫିଲ୍ମଟି କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ବାୟୋପିକ୍ ଉପରେ ଆଧାରିତ । ଆସନ୍ତୁ ଜାଣିବା ଏଥିରେ କେତେ ସତ୍ୟତା ଅଛି, ଏବଂ କର୍ଣ୍ଣେଲ ସନ୍ତୋଷ ବାବୁ ପ୍ରକୃତରେ କିଏ?

କର୍ଣ୍ଣେଲ ସନ୍ତୋଷ ବାବୁ କିଏ?

କର୍ଣ୍ଣେଲ ବି. ସନ୍ତୋଷ ବାବୁ ହେଉଛନ୍ତି ଜଣେ ସାହସୀ ଭାରତୀୟ ସେନା ଅଧିକାରୀ । ୨୦୨୦ ମସିହାରେ ଗଲଓ୍ବାନ ଉପତ୍ୟାକାରେ ଚୀନ ସହ ହୋଇଥିବା ହିସାଂତ୍କକ ସଂଘର୍ଷରେ ଜୀବନକୁ ବଳିଦାନ ଦେଇଥିବା ସେନା ଅଧିକାରୀ । ସେ ୧୬ ବିହାର ରେଜିମେଣ୍ଟର କମାଣ୍ଡିଂ ଅଫିସର ଥିଲେ । ଯୁଦ୍ଧ ସମୟରେ ସାହସିକତା ପାଇଁ ତାଙ୍କୁ ମରୋଣୋତ୍ତର ମହାବୀର ଚକ୍ର ପ୍ରଦାନ କରାଯାଇଥିଲା । ସେ ଦ୍ବିତୀୟ ଭାରତୀୟ ଭାବେ ଏହି ପୁରସ୍କାର ପାଇଥିଲେ ।

ତେବେ ମିଳିଥିବା ସୂଚନା ମୁତାବକ, ଫିଲ୍ମଟି ୨୦୨୦ ମସିହାରେ ଗଲଓ୍ବାନ ଉପତ୍ୟାକାରେ ଘଟିଥିବା ସଂଘର୍ଷମୟ କାହାଣୀ ଉପରେ ଆଧାରିତ କିନ୍ତୁ ସଲମାନ ଖାନ ସନ୍ତୋଷ ବାବୁଙ୍କ ଚରିତ୍ର ନିଭାଉ ନଥିବା କୁହାଯାଉଛି । ସଲମାନ ଏହି ଫିଲ୍ମରେ ଏକ ଭିନ୍ନ ଚରିତ୍ରରେ ନଜର ଆସୁଛନ୍ତି । ଯାହା ସହୀଦ କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ଚରିତ୍ର ନୁହେଁ । ଟିଜରରେ ଜଣା ଯାଇଛି କି, ସଲମାନ ଏକ କାଠ ଫାଳିଆ ଧରି ଚୀନ ସେନାର ମୁକାବିଲା କରିବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି । ବାସ୍ତବିକ କାହାଣୀଟି କାହା ଉପରେ ଆଧାରିତ ତାହା ରିଳିଜ୍ ହେବା ପରେ ଜଣା ପଡ଼ିବ । ଦୀର୍ଘଦିନ ପରେ ପୁଣି ଆକ୍ସନ ମୁଭିରେ ନଜର ଆସୁଥିବା ସଲମାନଙ୍କୁ ଦର୍ଶକେ କେତେ ଭଲ ପାଇବା ଦେଉଛନ୍ତି ତାହା ଉପରେ ରହିଛି ନଜର...