କଟକ : ମଙ୍ଗଳବାର ସକାଳୁ ସକାଳୁ ସାଲେପୁରରେ ସଡ଼କ ଦୁର୍ଘଟଣା। ଜଗତପୁରରୁ ପଟ୍ଟାମୁଣ୍ଡାଇ ଅଭିମୁଖେ ଯାଉଥିଲା ଏକ କୁରକୁରେ ବୋଝେଇ ପିକ୍ଅପ୍ ଭ୍ୟାନ୍। ଏହି ସମୟରେ ଏକ ବସ୍ ପିକଅପ୍ ଭ୍ୟାନକୁ ସାଇଡ୍ ମାରିବାରୁ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଲା ଭ୍ୟାନଟି।

ତେବେ ଦୁର୍ଘଟଣାରେ ପିକ୍ଅପ୍ ଭ୍ୟାନ୍ ର ଡ୍ରାଇଭର ଅଳ୍ପକେ ବର୍ତ୍ତିଯାଇଥିଲା। ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି।

 Also Read- ମୁଖା ପିନ୍ଧି ଆସିଲେ, ଖଣ୍ଡାରେ ହାଣିଲେ ; ଭୁବନେଶ୍ୱରରେ ଦୁର୍ବୃତ୍ତଙ୍କ ଆତଙ୍କରାଜ

ସମୟ ଭଲଥିଲା ବୋଲି ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଥିଲା। କିନ୍ତୁ ଟିକିଏ ଅସାବଧାନତା ଏବେ ଜୀବନ ଚାଲି ଯାଇଥାନ୍ତା। ବାରମ୍ବାର ସତର୍କତା ସତ୍ତ୍ୱେ ଲୋକେ ଚେତୁ ନାହାନ୍ତି। ସେଥିପାଇଁ ପ୍ରତିଦିନ ଦୁର୍ଘଟଣା। ତେଣୁ ସତର୍କ ରୁହନ୍ତୁ ଦୁର୍ଘଟଣାରୁ ବଞ୍ଚନ୍ତୁ।