ଭୁବନେଶ୍ୱର ୦୩।୧୧ : ରାଜଧାନୀରେ ପୁଣି ବୁଲିଲା ଖଣ୍ଡା । ଭୁବନେଶ୍ୱର ବୁଦ୍ଧନଗର ଅଞ୍ଚଳରେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କରାଜ । ୮ରୁ ଅଧିକ ଦୁର୍ବୃତ୍ତ ମିଶି ଭିଆଇଲେ ତୁମୁଳକାଣ୍ଡ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ଖବର ଅନୁଯାୟୀ, ଗାଡ଼ି ଭଙ୍ଗାରୁଜା କରିବା ସହ ଜଣେ ଘରୋଇ ମେଡିକାଲ ଷ୍ଟାଫ୍ ଙ୍କୁ ନିର୍ଧୁମ ମାଡ଼ ମାରିଛନ୍ତି। ଅନ୍ୟ ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ। ଲକ୍ଷ୍ମୀସାଗର ଥାନା ଅଧିକାରୀ ଏବଂ ତାଙ୍କ ଟିମ୍ ଘଟଣାସ୍ଥଳରେ ପହଞ୍ଚି କ୍ରାଇମ୍ ସ୍ପଟ୍ ଯାଞ୍ଚ କରିଛନ୍ତି।

Also Read:-ଉତ୍କଳ ବିଶ୍ୱବିଦ୍ୟାଳୟରେ ଝାଡ଼ାବାନ୍ତି ଓ ଜଣ୍ଡିସ୍ ଆତଙ୍କ, ମିଡ୍ ସେମିଷ୍ଟର ପରୀକ୍ଷା ସ୍ଥଗିତ

ତେବେ କିଏ ଏହି ମୁଖାପିନ୍ଧା ଦୁର୍ବୃତ୍ତ ? କେଉଁଠୁ ଆସିଥିଲେ ? ଆଉ କୁଆଡ଼େ ଗଲେ ? କାହିଁକି ଆକ୍ରମଣ କଲେ ? ସେନେଇ ତଦନ୍ତ କରୁଛି ପୋଲିସ । ଏପିରିକି ପାଖରେ ଲାଗିଥିବା ସିସିଟିଭି ଫୁଟେଜକୁ ମଧ୍ୟ ଯାଞ୍ଚ କରୁଛି କମିଶନରେଟ ପୋଲିସ।

Watch Video:-