Royal Enfield Bullet 650: ରୟାଲ୍ ଏନଫିଲ୍ଡ (Royal Enfield) ନିଜର ୬୫୦ ସିସି (cc) ଲାଇନ୍ଅପ୍କୁ ଆଉ ଟିକେ ଆଗକୁ ବଢ଼ାଇ ଭାରତୀୟ ବଜାରରେ ଲଞ୍ଚ କରିଛି ବୁଲେଟ୍ 650 (Bullet 650)। ଏହାର ପ୍ରାରମ୍ଭିକ ଏକ୍ସ-ସୋରୁମ୍ ଦାମ୍ ୩.୬୫ ଲକ୍ଷ ଟଙ୍କା ରଖାଯାଇଛି।

ଏହି ଆଡିସନ ବେଶ୍ ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ବୁଲେଟ ନେମପ୍ଲେଟ୍ ଖୁବ ପୁରୁଣା। ଏହା ୧୯୩୨ ମସିହାରୁ ଉତ୍ପାଦନ ହେଇ ଆସୁଥିବା ବେଳେ ବଜାରରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି। ତେବେ ରୟାଲ ଏନଫିଲ୍ଡ ୬୫୦ ସିସି ରେଞ୍ଜର ଏହା ସପ୍ତମ ମୋଟରସାଇକେଲ। ଏହି ମୋଟରସାଇକେଲ ପ୍ରଥମେ EICMA 2025 ରେ ପ୍ରଦର୍ଶିତ ହୋଇଥିଲା। ବର୍ତ୍ତମାନ ଏହା କଣ୍ଟିନେଣ୍ଟାଲ GT 650, ଇଣ୍ଟରସେପ୍ଟର ୬୫୦, ବିୟର ୬୫୦, ସୁପର ମିଟିଓର ଏବଂ ଅନ୍ୟାନ୍ୟ ମଡେଲଗୁଡ଼ିକ ସହ ସାମିଲ ହୋଇଛି।

Also Read- Hero Flex-Fuel Motorcycle: ଜୁନ୍ ୩ରେ ଭାରତର ପ୍ରଥମ ଫ୍ଲେକ୍ସ-ଫ୍ୟୁଲ୍ ମୋଟରସାଇକେଲ୍ ଲଞ୍ଚ କରିବ ହୀରୋ ମୋଟୋକର୍ପ

ଡିଜାଇନ୍ ଏବଂ ଲୁକ୍: ବୁଲେଟ୍ ୬୫୦ ଡିଜାଇନ୍ କ୍ଷେତ୍ରରେ ଭାରତୀୟ ବଜାରରେ ପୂର୍ବରୁ ଉପଲବ୍ଧ ଥିବା 'ବୁଲେଟ୍ ୩୫୦' ଏବଂ 'କ୍ଲାସିକ୍ ୬୫୦ ଟ୍ୱିନ୍' ସହିତ ଅନେକ ସମାନତା ରଖିଛି।

ଆକର୍ଷଣୀୟ ଷ୍ଟାଇଲ୍: ଏଥିରେ ସମାନ ପ୍ରକାରର ସିଗ୍ନେଚର୍ କ୍ରୋମ୍ ହେଡ୍ଲାଇଟ୍, ହୁଡ୍ ଏବଂ ଟେଲ୍ ଲାଇଟ୍ ଦିଆଯାଇଛି।
ଆଇକନିକ୍ ବ୍ୟାଜ୍: ଫ୍ୟୁଲ୍ ଟ୍ୟାଙ୍କରେ ଆଇକନିକ୍ ହାତ ଅଙ୍କା ପିନ୍ଷ୍ଟ୍ରାଇପ୍ (hand-painted pinstripes) ସହିତ ମେଟାଲିକ୍ ବ୍ୟାଜ୍ ଦିଆଯାଇଛି।
ଫେଣ୍ଡର୍: କ୍ଲାସିକ୍ 650 ତୁଳନାରେ ଏହାର ଫେଣ୍ଡର୍ (fenders) ଗୁଡିକ ଅଧିକ ବର୍ଗାକାର (square) ଆକୃତିର ହୋଇଛି।



ଇଞ୍ଜିନ୍ ଏବଂ ପର୍ଫର୍ମାନ୍ସ: ଏହା ବୁଲେଟ୍ ଇତିହାସରେ ଏପର୍ଯ୍ୟନ୍ତ ନିର୍ମିତ ସବୁଠାରୁ ଶକ୍ତିଶାଳୀ ଭର୍ସନ୍ ଅଟେ।

ପାୱାର୍: ଏଥିରେ ଏକ ୬୪୭.୯୫ ସିସି ପାରାଲାଲ୍-ଟ୍ୱିନ୍, ଏୟାର୍-ଅଏଲ୍ କୁଲ୍ଡ ଇଞ୍ଜିନ୍ ବ୍ୟବହାର କରାଯାଇଛି। ଏହି ଇଞ୍ଜିନ୍ ୭,୨୫୦ ଆରପିଏମରେ ୪୭ ବିଏଚପି ପାୱାର ଏବଂ ୫,୬୫୦ ଆରପିଏମରେ ୫୨.୩ Nm ଟର୍କ ଜେନେରେଟ୍ କରେ।
ଗିଅରବକ୍ସ: ଏଥିସହ 6-ସ୍ପିଡ୍ ଟ୍ରାନ୍ସମିସନ୍ କନେକ୍ଟ ହୋଇଛି। ଏହା ରାଇଡର୍ଙ୍କୁ ଟୁରିଂ (touring) ପାଇଁ ଏକ ଉନ୍ନତ ଏବଂ ଅଧିକ ଅନୁକୂଳ ଇଞ୍ଜିନ୍ ଅନୁଭବ ପ୍ରଦାନ କରିବ ବୋଲି ଆଶା କରାଯାଉଛି।

ଚକା ଏବଂ ବ୍ରେକିଂ ସିଷ୍ଟମ୍: ବୁଲେଟରେ ପାରମ୍ପରିକ ଆଇକନିକ୍ ଷ୍ଟାଇଲକୁ ବଜାୟ ରଖିବା ପାଇଁ ଏଥିରେ ସ୍ୱତନ୍ତ୍ର ଚକା ବ୍ୟବହାର କରାଯାଇଛି।

ଚକା: ଏଥିରେ ଏକ ୧୯-ଇଞ୍ଚର ଫ୍ରଣ୍ଟ୍ ହ୍ୱିଲ୍ (ଆଗ ଚକ) ଏବଂ ୧୮-ଇଞ୍ଚର ରିୟର୍ ହ୍ୱିଲ୍ (ପଛ ଚକ) ର ସମ୍ମିଶ୍ରଣ ଦିଆଯାଇଛି।
ବ୍ରେକ୍: ଉନ୍ନତ ବ୍ରେକିଂ ପ୍ରଦର୍ଶନ ପାଇଁ ଆଗରେ ୩୨୦ ଏମଏମ ଡିସ୍କ ଏବଂ ପଛରେ ୩୦୦ ଏମଏମ ଡିସ୍କ ବ୍ରେକ୍ ରହିଛି। ଏହା ସହିତ ଉଭୟ ଚକରେ ଷ୍ଟାଣ୍ଡାର୍ଡ ଡୁଆଲ୍-ଚ୍ୟାନେଲ୍ ଏବିଏସ୍ (ABS) ରହିଛି।

Also Read-ଅଧିକ ମାଇଲେଜ ଦେଉଥିବା ବାଇକ୍ Hero Super Splendor XTEC 2.0 ଲଞ୍ଚ; ଦାମ କମ, ଫିଚର୍ସ ଅଧିକ

କଲର୍ ଅପ୍ସନ୍ ଏବଂ ଉପଲବ୍ଧତା: ଗ୍ରାହକମାନେ ଏହି ବୁଲେଟକୁ ଦୁଇଟି ଆକର୍ଷଣୀୟ ରଙ୍ଗ- 'କ୍ୟାନନ୍ ବ୍ଲାକ୍' (Cannon Black) ଏବଂ 'ବ୍ୟାଟେଲସିପ୍ ବ୍ଲୁ' (Battleship Blue) ରେ କିଣିପାରିବେ। ଉଭୟ ଭାରିଏଣ୍ଟର ଦାମ୍ ସମାନ ଅର୍ଥାତ୍ ୩.୬୫ ଲକ୍ଷ ଟଙ୍କା ରହିଛି ଏବଂ ଏହା ରୟାଲ୍ ଏନଫିଲ୍ଡ କ୍ଲାସିକ୍ ୬୫୦ ଦାମ୍ ସହିତ ସମାନ। ବିଶେଷ କଥା ହେଉଛି, ବ୍ୟାଟେଲସିପ୍ ବ୍ଲୁ ରଙ୍ଗଟି ବିଶ୍ୱର ଅନ୍ୟ ବଜାରରେ ଉପଲବ୍ଧ ହେବ ନାହିଁ, ଏହା କେବଳ ଭାରତୀୟ ବଜାର ପାଇଁ ଏକ୍ସକ୍ଲୁସିଭ୍ (exclusive) ରଖାଯାଇଛି। ଆଜିଠାରୁ ସାରା ଦେଶରେ ଥିବା ସମସ୍ତ ଅନୁମୋଦିତ ରୟାଲ୍ ଏନଫିଲ୍ଡ ଡିଲରସିପ୍ରେ ଏହି ବାଇକ୍ର ବିକ୍ରି ଆରମ୍ଭ ହୋଇଯାଇଛି।