ନୂଆଦିଲ୍ଲୀ, ୦୮/୦୯ : ଟିମ୍ ଇଣ୍ଡିଆର ହିଟମ୍ୟାନ୍ ରୋହିତ ଶର୍ମା । ଭାରତୀୟ ଦଳର ସେ ଦମଦାର ଖେଳାଳି । ତାଙ୍କ ନେତୃତ୍ୱରେ ଅନେକ ଆଇସିସି ଟ୍ରଫି ଜିତିଛି ଟିମ୍ । ତେବେ ସେ କେବଳ ଦିନିକିଆ ଖେଳୁଛନ୍ତି । ଟେଷ୍ଟ୍ ଏବଂ ଟି୨୦ ଫର୍ମାଟରୁ ଅବସର ନେଇ ସାରିଛନ୍ତି । ଏବେ ସେ ଟିଭି ସ୍କ୍ରିନରେ ନଜର ଆସିବେ । ଫ୍ୟାମିଲି ଫୁଲ୍ ହାଉସ କାର୍ଯ୍ୟକ୍ରମରେ ସେ ହୋଷ୍ଟ୍ ଭାବେ ପଦାର୍ପଣ କରିବାକୁ ଯାଉଛନ୍ତି । ଯାହା ସୋନି ଟେଲିଭିଜନରେ ସେପ୍ଟେମ୍ବର ୧୯ରେ ପ୍ରିମିୟର ହେବ । ରୋହିତଙ୍କ ଏହି ପଦକ୍ଷେପ ତାଙ୍କ କ୍ରିକେଟିଂ କ୍ୟାରିଅର ଶେଷ ସମୟରେ ପହଁଚିଥିବା ସଙ୍କେତ ଦେଉଛି । ଖୁବ୍ ଶୀଘ୍ର ସେ ସନ୍ୟାସ ନେବେ ବୋଲି ଚର୍ଚ୍ଚା ମଧ୍ୟ ହେଉଛି ।

ରୋହିତ ପୂର୍ବରୁ ଟି୨୦ ଏବଂ ଟେଷ୍ଟରୁ ଅବସର ନେଇ ସାରିଛନ୍ତି । ଓଡିଆଇରେ ସେ ଏବେବି ଆକ୍ଟିଭ୍ । ଟିଭି ଶୋରେ ସାମିଲ ହେବା ତାଙ୍କ କ୍ୟାରିଅର ପାଇଁ ଏକ ନୂଆ ଘଟଣା ନିଶ୍ଚୟ । କିନ୍ତୁ ଏହାର ମାନେ ନୁହେଁ ଯେ ସେ ଆଉ କ୍ରିକେଟ୍ ଖେଳିବେ ନାହିଁ । ନ୍ୟୁଜିଲାଣ୍ଡ ବିପକ୍ଷରେ ସେ ନଭେମ୍ବରରେ ଦିନିକିଆ ସିରିଜ୍ ଖେଳିବା ନେଇ ଆଶା ରହିଛି ।

ଫ୍ୟାମିଲି ଫୁଲ୍ ହାଉସ ହେଉଛି ଏକ ଏଣ୍ଟରଟେନମେଣ୍ଟ୍ ଶୋ । ଏଥିରେ ରୋହିତ ହୋଷ୍ଟ୍ ଭୂମିକାରେ ନଜର ଆସିବେ । ଶୋ ର ସମସ୍ତ ଫର୍ମାଟ ସାମ୍ନାକୁ ଆସିନି । କିନ୍ତୁ ଏହାର ପ୍ରମୋସନ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି । ପ୍ରମୋରେ ରୋହିତଙ୍କ ଗାର୍ଡେନ୍ କମେଣ୍ଟ ସମସ୍ତଙ୍କୁ ପସନ୍ଦ ଆସିଛି । ତାଙ୍କର ମଜାଳିଆ ଝଲକ ମଧ୍ୟ ଏଥିରେ ଦେଖିବାକୁ ମିଳୁଛି ।

Also Read :- Orangutans : ଓଡ଼ିଶା ଜଙ୍ଗଲରୁ ୫ଟି ଓରାଙ୍ଗଉଟାନ ଠାବ, ପାଟ୍ରୋଲିଂ ବେଳେ ଧରିଲା ବନବିଭାଗ

କ'ଣ ରହିଛି ବିସିସିଆଇର ନିୟମ

ରୋହିତ ଟିଭି ଶୋରେ ନଜର ଆସିବା କାରଣରୁ ତାଙ୍କ ଭବିଷ୍ୟତ ଉପରେ ପ୍ରଶ୍ନ ଆସିବା ସ୍ୱାଭାବିକ କଥା । କିନ୍ତୁ ଟିଭି ଶୋ ସହ କ୍ରିକେଟ୍ ଖେଳିବା ନେଇ କୌଣସି କଟକଣା ନାହିଁ । ବିସିସିଆଇରେ ମଧ୍ୟ ଏପରି କୌଣସି ନିୟମ ନାହିଁ ଯେଉଁଠି କ୍ରିକେଟରଙ୍କ ଉପରେ ଟିଭି ଶୋରେ ସାମିଲ ନେଇ କଟକଣା ଲାଗିବ ।

ସୂଚନାଯୋଗ୍ୟ, ରୋହିତ ୨୦୨୭ ବିଶ୍ୱକପ୍ ପାଇଁ ଲକ୍ଷ୍ୟ ରଖିଛନ୍ତି । ଲର୍ଡସରେ ସେ ଦମଦାର ଶତକ ଲଗାଇଥିଲେ । ଏହାସହ ନିଜ ସମାଲୋଚକଙ୍କ ମୁହଁବନ୍ଦ କରିଦେଇଥିଲେ ।