ଉମରକୋଟ/କଳାହାଣ୍ଡି: ଅଶୁଭ ସୋମବାର । ରାଜ୍ୟରେ ଭିନ୍ନ ଭିନ୍ନ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି।ନବରଙ୍ଗପୁର ଜିଲ୍ଲାର ଉମରକୋଟ ବଡ଼କୁମାରୀ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୨ କାର ମଧ୍ୟରେ ମୁହାଁମୁହିଁ ଧକ୍କାରୁ ଏହି ଦୁର୍ଘଟଣା ଘଟିଛି। ଜଣେ ଶିଶୁ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳା ଦେଇଛି। 

ସେହିପରି କଳାହାଣ୍ଡି ବଡଦେର୍ଲା ଛକରେ ଦୁର୍ଘଟଣା ଘଟିଛି। ଟ୍ରାକ୍ଟର-ବାଇକ ମୁହାଁମୁହିଁ ଧକ୍କାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଦୁଇ ମୃତକ ହେଉଛନ୍ତି ଖଗେଶ୍ଵର ମାଝୀ ଓ ରୁଦ୍ର ନାଏକ। ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। 

Also Read: ଦ୍ରୁତ ଗତି ସାଜିଲା ବିପତ୍ତି, ଢାବା ଉପରକୁ ମାଡ଼ିଗଲା କାର୍, ଚାଲିଗଲା ୨ ଜୀବନ 

ଏହା ପୂର୍ବରୁ ବାଲେଶ୍ୱର ସୋର ଅଞ୍ଚଳରେ ଦୁଇଟି ଟ୍ରକ ଧକ୍କାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ଥାନା ଯମୁନାନାଖି ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଏକ କାର୍ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଢାବା ଉପରକୁ ମାଡ଼ିଯାଇଥିଲା । ଯାହାଫଳରେ ଏହି ଭୟଙ୍କର ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।