ନୂଆଦିଲ୍ଲୀ, ୦୨/୦୪ : ହାରିଲା ଲକ୍ଷ୍ନୌ । ରାଗିଗଲେ ମାଲିକ । କେଏଲ ରାହୁଲଙ୍କ ସହ ଯାହା ହୋଇଥିଲା ଋଷଭ ପନ୍ତଙ୍କ ସହ ମଧ୍ୟ ସମାନ ଘଟିଲା । ଯାହାର ଫଟୋ ଏବଂ ଭିଡିଓ ଏବେ ଭାଇରାଲ ହେଉଛି । ଦିଲ୍ଲୀଠୁ ହାରିବା ପରେ ପନ୍ତଙ୍କ ଉପରେ ବର୍ଷିଛନ୍ତି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମାଲିକ ସଞ୍ଜିବ ଗୋଏଙ୍କା ।

ରିପୋର୍ଚ ଅନୁସାରେ, ବୁଧବାର ଦିଲ୍ଲୀକୁ ଭେଟିଥିଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍ । ପନ୍ତଙ୍କ ଟିମ୍ ପ୍ରଥମେ ବ୍ୟାଟିଂ କରିଥିଲା । ଦଳ ମାତ୍ର ୧୪୧ରେ ଅଲଆଉଟ୍ ହୋଇଯାଇଥିଲା । ପନ୍ତ ୭ ରନ୍ କରି ପ୍ୟାଭିଲିୟନ କରିଥିଲେ । ୧୪୧ ରନର ଟାର୍ଗେଟକୁ ଦିଲ୍ଲୀ ସହଜରେ ଜିତି ନେଇଥିଲା ।

Also Read :-'ଲୋକେ କୁହନ୍ତି, କିନ୍ତୁ ମୁଁ ଶୁଣେନି'...ସଚିନଙ୍କ ପୁଅ ହେବାର ଚ୍ୟାଲେଞ୍ଚ୍ କହିଲେ ଅର୍ଜୁନ ତେନ୍ଦୁଲକର

ମ୍ୟାଚ୍ ପରେ ପନ୍ତ କହିଥିଲେ ଯେ, ୧୪୦ ରନ୍ ସ୍କୋର କରିବା ପରେ ବୋଲରଙ୍କୁ ଖୁବ୍ ପରିଶ୍ରମ କରିବାକୁ ହୋଇଥାଏ । ପାଓ୍ୱାର ପ୍ଲେରେ ଦିଲ୍ଲୀର ଅଧିକ ଓ୍ୱିକେଟ୍ ଯାଇଥିଲେ ସେମାନେ ଚାପକୁ ଆସିଯାଇଥାନ୍ତେ ।

ମାଲିକଙ୍କ ସହ ଯୁକ୍ତିତର୍କ

ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି । ଯେଉଁଥିରେ ନଜର ଆସିଛନ୍ତି ମାଲିକ ସଞ୍ଜୀବ ଗୋଏଙ୍କା ଏବଂ ପନ୍ତ । ଏହାସହ କୋଚ୍ ଜଷ୍ଟିନ୍ ଲାଙ୍ଗର ମଧ୍ୟ ରହିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ଯେ, ଗୋଏଙ୍କା ଖୁସି ନାହାଁନ୍ତି । ସେ ପନ୍ତଙ୍କୁ କିଛି କହୁଛନ୍ତି । ପନ୍ତ ମଧ୍ୟ ସିରିୟସ ହୋଇ ଗୋଏଙ୍କାକୁ କିଛି ବୁଝାଉଛନ୍ତି । ସେମାନଙ୍କ ମୁହଁରୁ କିଛି ଜରୁରୀ କଥା ଚାଲିଥିବା ଅନୁମାନ କରିହେଉଛି । ଗୋଏଙ୍କା ମଧ୍ୟ ଅସନ୍ତୁଷ୍ଟ ଜଣାପଡୁଛନ୍ତି ।

ସୂଚନାଯୋଗ୍ୟ, କିଛି ବର୍ଷ ତଳେ ଗୋଏଙ୍କାକ ସହ କେଏଲ ରାହୁଲଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା । ସେ କେଏଲ ରାହୁଲଙ୍କୁ ରାଗରେ କିଛି କହୁଥିବା ଦେଖିବାକୁ ମିଳିଥିଲା । ଯାହା ପରେ କେଏଲ ଲକ୍ଷ୍ନୌ ଟିମ୍ ଛାଡି ଦେଇଥିଲେ ।