ଭୁବନେଶ୍ୱର ୨୧।୦୭ : ଲଗାଣ ବର୍ଷା ଲାଗି ଚାଷ ଜମି କିମ୍ବା ଘର ଭାଙ୍ଗିଥିଲେ । ତୁରନ୍ତ ମିଳିବ କ୍ଷତିପୂରଣ । ଗୋଟିଏ ବ୍ଲକରେ ଗୋଟିଏ ଘର କିମ୍ବା ଚାଷ ଜମି ନଷ୍ଟ ହୋଇଥିଲେ ବି କ୍ଷତିପୂରଣ ସରକାରଙ୍କ ପକ୍ଷରୁ ଦିଆଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାର ସୂଚନା ଦେଇଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ସପ୍ତାହ ଭିତରେ ଅନେକ ଜିଲ୍ଲାରେ ଅଧିକ ବର୍ଷା ହୋଇଛି । ଖାସ୍ କରି ବଲାଙ୍ଗୀର, କଟକ ଓ ଉପକୂଳରେ ଥିବା ଚାଷ ଜମି ଅଧିକ ପ୍ରଭାବିତ ହୋଇଛି । ଲୋକଙ୍କୁ ଆଶ୍ରୟସ୍ଥଳୀକୁ ନିଆଯାଇ ଖାଦ୍ୟ ଦିଆଯାଇଛି । କମ-ବେଶି ବର୍ଷା ହୋଇଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ କ୍ଷୟକ୍ଷତି ରିପୋର୍ଟ ମଗାଯାଇଛି । ରିପୋର୍ଟ ଆସିବା ପରେ ତର୍ଜମା କରାଯିବ ।
Also Read:-ଅଧିବେଶନ ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ କଟାକ୍ଷ, କହିଲେ- ୫୬ ବର୍ଷର ଯୁବକ କଥା କହୁନି
ତେବେ ବରଗଡ, ବଲାଙ୍ଗୀର ଓ କଟକରୁ ରିପୋର୍ଟ ଆସିଲାଣି । ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ହୋଇଛି କ୍ଷତି ସହିଥିବା ଲୋକଙ୍କ ତଥ୍ୟ ଓ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ରଖିବେ । କ୍ଷତିପୂରଣ ହିସାବରେ ଅନଲାଇନରେ କ୍ଷତିପୂରଣ ରାଶି ଦିଆଯିବ । ଚାଷ ଆରମ୍ଭରୁ କ୍ଷତି ହେଲେ, କ୍ଷତିପୂରଣ ରାଶି ଦିଆଯିବ । ଗୋଟେ ବ୍ଳକର ଗୋଟେ ଘର କି ଗୋଟେ ଲୋକ କ୍ଷତି ସହିଥିଲେ ବି କ୍ଷତିପୂରଣ ଦିଆଯିବ ।
