ଭୁବନେଶ୍ୱର ୧୮।୦୪ : ହିଟ୍ଓ୍ୱେଭ୍ ନେଇ ରାଜସ୍ୱ ବିଭାଗର ପ୍ରସ୍ତୁତି ବୈଠକ । ଜିଲ୍ଲାପାଳ ମାନଙ୍କ ସହ ବସିଥିବା ପ୍ରସ୍ତୁତି ବୈଠକରେ ହିଟ୍ଓ୍ୱେଭ୍ ନେଇ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ । ହିଟ୍ଓ୍ୱେଭ୍ ନେଇ ରାଜସ୍ୱ ବିଭାଗ ପକ୍ଷରୁ ନୂଆ SOP ପ୍ରସ୍ତୁତ କରାଯାଇଛି ।

ଏହି SOPରେ ଦର୍ଶାଯାଇଛି ଯେ, ଆବଶ୍ୟକତା ଠାରୁ ଅଧିକ ଖରା ହେଉଥିବା ଜାଗାରେ ହିଟ ୱେଭ ଆଶ୍ରୟସ୍ଥଳୀ ନିର୍ମାଣ କରିବେ ସରକାର | ଜିଲ୍ଲପାଳଙ୍କୁ ଅଧିକୃତ କରାଯାଇଛି । ସରକାର ଦେଇଥିବା ଏସ୍ଓପି ବାହାର ଜିଲ୍ଲାପାଳ ନିଷ୍ପତ୍ତି ନେଇପାରିବେ । ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଗରମ ସମୟ । ତେଣୁ ଏହି ସମୟକୁ ଆମକୁ ଅଧିକ ଧ୍ୟାନ ଦେବାକୁ ପଡ଼ିବ । ଯାତ୍ରୀ ଓ ମାଲ ପରିବହନ ଉପରେ ତଦାରଖ କରିବେ । ଯାତାୟତ କରୁଥିବା ରାସ୍ତାରେ ଡ୍ରାଇଭରଙ୍କ ପାଇଁ ବିଶ୍ରାମ, ଓଆରଏସ୍, ପିଇବା ପାଣିର ବ୍ୟବସ୍ଥା କରାଯାଇଛି ।

Also Read:-ପ୍ରଶାସନର ବଡ଼ ନିଷ୍ପତ୍ତି, ୨୦ରୁ ସବୁ ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି !

ସେହିପରି କିଛି ଅଘଟଣକୁ ଦୃଷ୍ଟିରେ ମେଡିକାଲ ଏବଂ ଆମ୍ବୁଲାନ୍ସକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୦ ମିନିଟ୍ ଭିତରେ ଆମ୍ବୁଲାନ୍ସ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯାତ୍ରୀବାହୀ ଓ ମାଲ ପରିବହନ କରୁଥିବା ଲୋକଙ୍କ ପାଇଁ ପ୍ରଚୁର ପରିମାଣରେ ORS ଓ ପିଇବା ପାଣିର ବ୍ୟବସ୍ଥା କରିବେ ।

ସେହିପରି ସ୍କୁଲ ଛୁଟି ପାଇଁ ଗଣଶିକ୍ଷା ବିଭାଗ ସହ ରାଜସ୍ୱ ବିଭାଗ କଥା ହୋଇସାରିଛି । ଯେଉଁଠି ତାତି ବଢୁଛି , ସେଠାରେ ସ୍କୁଲ ଛୁଟି ଘୋଷଣା କରିବାର କ୍ଷମତା ଜିଲ୍ଲାପାଳଙ୍କୁ ଦିଆଯାଇଛି । ଅଂଶୁଘାତ ମୃତ୍ୟୁ ପାଇଁ କ୍ଷତିପୂରଣ ଦିଆଯାଉଛି । ରିପୋର୍ଟ ପାଇବାର ୨୪ ଘଣ୍ଟା ମଧ୍ୟରେ ପଇସା ମିଳିବ । ହିଟ୍ଓ୍ୱେଭ୍ ଥିବା ଜାଗାରେ କୌଣସି ଗାଡ଼ି ଚାଲିଲେ କିମ୍ବା ଏସି ନଥିବା ଗାଡ଼ିରେ କାହାର ଅସୁବିଧା ହେଲେ ମାଲିକ ଦାୟୀ ରହିବେ ।