ନୂଆଦିଲ୍ଲୀ ୧୭।୦୫: ଆଗକୁ ବିରିୟାନୀ, ବର୍ଗର ଏବଂ ଅନ୍ୟାନ୍ୟ ଖାଦ୍ୟ ପଦର୍ଥ ପାଇଁ ପକେଟରୁ ଯାଇପାରେ ଅଧିକ ଟଙ୍କା । ଇନ୍ଧନ ଦର ବୃଦ୍ଧି ମଧ୍ୟରେ ଦେଶର ରେସ୍ତୋରାଁ ଏବଂ ଡେଲିଭରୀ ଅପ୍ଗୁଡ଼ିକ ପ୍ରସ୍ତୁତ ହେଉଛନ୍ତି ରେସ୍ତୋରାଁ । ଆସନ୍ତା ସପ୍ତାହରୁ ଖାଦ୍ୟ ଦରରେ ୫ରୁ ୧୦% ବୃଦ୍ଧି କରିବା ପାଇଁ ବିଚାର କରୁଛନ୍ତି। ପୂର୍ବରୁ ହିଁ ଶିଳ୍ପ ଏଲ୍ପିଜି ସଂକଟ ଦେଇ ଗତି କରୁଛି। ଗ୍ୟାସ୍ ଦର ବୃଦ୍ଧି ଏବଂ ଷ୍ଟାଫ୍ ସମସ୍ୟା ବୋଝ ଉପରେ ନଳିତାବିଡ଼ା ହେଲାଣି। ମେନ୍ୟୁ ଦର ବଢ଼ାଇବା ପାଇଁ ପ୍ରସ୍ତୁତ ହେଉଛନ୍ତି ରେସ୍ତୁରାଣ୍ଟ। ଶିଳ୍ପ ଅଧିକାରୀମାନଙ୍କ କହିବାନୁସାରେ, ପେଟ୍ରୋଲ ଏବଂ ଡିଜେଇ ମହଙ୍ଗା ହେବା ଦ୍ଵାରା ମେନ୍ୟୁ ଦର ବଢ଼ିପରେ। ଡେଲିଭରୀ ଚାର୍ଜ ବଢ଼ିବା ସହିତ ହାରାହାରି ଖାଦ୍ୟ ଦର ବଢ଼ିଯିବ। ଅଧିକାଂଶ ରେସ୍ତୋରାଁ ଚେନ ଗୁଡ଼ିକ ପାଇଁ ବନ୍ଧିତ ଖର୍ଚ୍ଚକୁ ବହନ କରିବା ଅସହ୍ୟ ହୋଇଗଲାଣି।

୧୭ଟି ସହରରେ ୫୦ ଆଉଟ୍ଲେଟ୍ ଚଳାଉଥିବା କ୍ୟାଫେ ଦିଲ୍ଲୀ ହାଇଟ୍ସର ପ୍ରତିଷ୍ଠାତା ବିକ୍ରାନ୍ତ ବାତ୍ରା କୃହତି, ଇନ୍ଧନ ଦର ବଢ଼ିବା ଦ୍ଵାରା ଆମର ପରିବହନ, ପ୍ୟାକେଜିଂ, କଞ୍ଚମାଲ ଏବଂ ଉତ୍ପାଦନ ଖର୍ଚ ବଢ଼ିବ। ଏଭଳି ସ୍ଥିତିରେ ବର ବଢ଼ାଇବା ବ୍ୟତୀତ ଆମ ପାଖରେ କୌଣସି ବିକଳ୍ପ ନାହିଁ। ମଧ୍ୟପ୍ରାଚ୍ୟ ଯୁଦ୍ଧ ସ୍ଥିତିରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୦ ଡଲର ପାର୍ କରିଯାଇଥିବାବେଳେ ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି। ବର୍ତ୍ତମାନ ରେସୋଉଁଗୁଡ଼ିକ ବାର୍ଷିକ ପ୍ରାଇସିଂ ପ୍ଲାନ ଉପରେ ପୁନର୍ବିଚାର କରୁଛନ୍ତି। କେତେକ ବ୍ରାଣ୍ଡ୍ କିଛି ଦିନ ମଧ୍ୟରେ ଦୂର ସଂଶୋଧନ କରିବା ପାଇଁ ଚିନ୍ତା କରୁଥିବାବେଳେ ଆଉ କିଛି ବ୍ରାଣ୍ଡ ଜୁନ୍ରୁ ଜୁଲାଇ ମଧ୍ଯରେ ପର୍ଯ୍ୟାୟ ତୁମେ ଦର ବଢ଼ାଇବେ। ନ୍ୟାସ୍ନାଲ ରେଷ୍ଟୁରାଣ୍ଟ୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ (ଏନ୍ଆରଏଆଇ)ର ସଭାପତି ତଥା ଓ ମୋମୋର ସହ-ପ୍ରତିଷ୍ଠାତା ସଗର ଦଭ୍ୟାନି କୁହନ୍ତି, ରେସ୍ତୋରାଁ ଶିଳ୍ପ ସାଧାରଣତଃ ପ୍ରତିବର୍ଷ ସେପ୍ଟେମ୍ବରରେ ବର ସଂଶୋଧନ କରନ୍ତି । କିନ୍ତୁ ବର୍ତମାନ ସ୍ଥିତି ଯାହା ଏହାକୁ ଆଗୁଆ କରିବା ପାଇଁ ବିଚାର ହେଉଛି।

ଏକ ପ୍ରମୁଖ ତେଲିଭରୀ କମ୍ପାନିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଖାଦ୍ୟ ଡେଲିଭରୀ ପ୍ଲାଟଫର୍ମଗୁଡ଼ିକ ପାଇଁ ବର୍ଣିତ ଲଜିଷ୍ଟିକ୍ସ ଖର୍ଚ ଗ୍ରାହକଙ୍କ ବ୍ୟୟ ପାଟର୍ଶକୁ ବଦଳାଇବ। ଗ୍ରାହକଙ୍କୁ ଉଚ୍ଚ ଡେଲିଭରୀ ଫି' ଦେବାକୁ ପଡ଼ିପାରେ। ରିହାତି କମିପାରେ ଏବଂ ସର୍ବନିମ୍ନ ଅର୍ଜର ସୀମା ବଢ଼ିପାରେ। ଅନ୍ୟପକ୍ଷରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବ ପ୍ରମ୍ ହୋମ୍ ଢାଞ୍ଚକୁ ପୁନଃ ଆପଣାଇବା ପାଇଁ ଆହ୍ୱାନ ଦେଇଛନ୍ତି। ଏଭଳି ସ୍ଥିତିରେ ଫୁଜ୍ ଜେଲିଭରୀ ଚାହିବା ବଢ଼ିବ ସତ କିନ୍ତୁ ଜାଇନ୍ ଆଉଟ୍ ବିଶେଷ କରି ଅଫିସ୍ ଅର୍ଡର ଏବଂ ଶୁକ୍ରବାର ବିଭିନ୍ନ ଅଫିସ୍ ପକ୍ଷରୁ ହେଉଥିବା ଗ୍ରୁପ୍ ଆରଟି କମିଯିବ । ଏହାଦ୍ଵାରା ରେସ୍ତୋରାଁଗୁଡ଼ିକର ଜାରବାର ପ୍ରଭାବିତ ହେବ । ଶିଳ୍ପ ପ୍ରତିନିଧିମାନଙ୍କ କହିବାନୁସାରେ, ଲୋମଟୋ ଏବଂ ସ୍ୱଗି ଭଳି ଡେଲିଭରି ପ୍ଲାଟଫର୍ମଗୁଡ଼ିକର କମିଶନ ତଥା ଚ୍ୟାନେଲ ପାର୍ଟନର ଫି' ବଢ଼ିପାରେ । ଗ୍ରାହକଙ୍କ ପାଇଁ ଦର ନ ବଢ଼ାଇ ଲାଭରେ ସନ୍ତୁଳନ ଆଣିବା ମୁସକିଲ ହୋଇପାରେ।

Also Read-Hantavirus: କରୋନାଠୁ ୨୦ ଗୁଣ ଅଧିକ ଘାତକ ହଣ୍ଟାଭାଇରସ୍, ଚିନ୍ତାରେ ବିଶ୍ୱ ସ୍ୱାସ୍ଥ୍ୟ ବିଶେଷଜ୍ଞ....