ନୂଆଦିଲ୍ଲୀ, ୨୪/୦୯ : ଓଡିଶାକୁ ବିପଦ ଟଳିନି । ଗଭୀର ଅବପାତ ଆନ୍ଧ୍ରପ୍ରଦେଶରେ ସ୍ଥଳଭାଗ ଛୁଇଁଛି । ଏହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ହେଉଛି । ଦକ୍ଷିଣରେ ପବନ ବି ବହୁଛି । ଘରଦ୍ୱାରା ଭାଙ୍ଗିଛି । ଭୂସ୍ଖଳନ ହେବା ସହ ବିଭିନ୍ନ ନଦୀ ଫୁଲିଲାଣି । ଗୁରୁବାର ଏହା ଓଡିଶାରେ ପଶିବ । ଆହୁରି ପ୍ରଳୟ ରଚିବ । ଏସବୁ ଭିତରେ ଆଉ ଏକ ବିପଦ ମାଡ଼ି ଆସିଲାଣି ।

ରିପୋର୍ଟ ଅନୁସାରେ, ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇଛି ଦଶନ୍ଧିର ସବୁଠୁ ବଡ ହରିକେନ୍ ବା ସାମୁଦ୍ରିକ ଝଡ଼ବାତ୍ୟା ପୋଲୋ । ଏହା ମେକ୍ସିକୋ ଆଡେ ମୁହାଁଇଛି । ଶକ୍ତିଶାଳୀ ପୋଲୋକୁ ନେଇ ଏବେ ପାଣିପାଗବିତ ଚିନ୍ତାରେ । ମଙ୍ଗଳବାର ଏହାକୁ କାଟାଗୋରୀ-୫ରେ ସାମିଲ କରାଯାଇଛି । ଏହାର ପ୍ରଭାବରେ ୧୮୦ ମାଇଲ୍ ବା ୩୦୦ କିମି ବେଗରେ ପବନ ବହୁଛି ।

Also Read :- ରାତିରେ ଶୋଇଥିଲେ ମହିଳା, ପ୍ରବଳ ବର୍ଷା-ପବନରେ ଭୂଶୁଡି ପଡି଼ଲା କାନ୍ଥ

ସୋମବାର ଏହା ସମୁଦ୍ରରୁ ସ୍ଥଳଭାଗ ଆଡକୁ ଘଣ୍ଟା ପ୍ରତି ୫୦ କିମି ବେଗରେ ବଢୁଥିଲା । ଏବେ ମାତ୍ର ଗୋଟିଏ ଦିନରେ ଏବେ ୧୧୦ କିମି ବେଗରେ ଗତି କରୁଛି । ମାତ୍ର ଦୁଇରୁ ତିନି ଦିନ ଭିତରେ ଏହା ଅଧିକ ଭୟଙ୍କର ହୋଇଯାଇଛି । ଏହାକୁ ଏକ୍ସଟ୍ରିମ୍ ରାପିଡ୍ ଇଣ୍ଟେସିଫିକେସନ୍ କାଟାଗୋରୀରେ ରଖାଯାଇଛି ।

ଆମେରିକାର ନ୍ୟାଶନାଲ ହରିକେନ୍ ସେଣ୍ଟର ଅନୁସାରେ, ପୋଲୋ ଅସାଧାରଣ ଅଟେ । ଏହାର ପ୍ରଭାବରେ ୩୦୦ କିମି ବେଗରେ ପବନ ବହିବ । ବୁଧବାର ଏହାର ପ୍ରଭାବରେ ୨୫୦ରୁ ୨୯୦ କିମି ବେଗରେ ପବନ ବହୁଥିଲା । ଯାହା ଆହୁରି ବୃଦ୍ଧି ପାଇବ । ଏହାର ଶକ୍ତିବୃଦ୍ଧି ପଛର ବଡ଼ କାରଣ ହେଉଛି ସମୁଦ୍ରର ଉତ୍ତପ୍ତ ପାଣି । ଏଲନିନୋ ପ୍ରଭାବରେ ସମୁଦ୍ର ଜଳ ଉତ୍ତପ୍ତ ରହିଛି । ଯାହା ପୋଲୋକୁ ଅତ୍ୟଧିକ ବଳ ଯୋଗାଉଛି ।

ବର୍ତ୍ତମାନର ରିପୋର୍ଟ ଅନୁସାରେ, ଏହା ମେକ୍ସିକୋରେ ମାଡ଼ ହୋଇପାରେ । କିଛି କିଛି ମଡେଲରେ ଏହା ମେକ୍ସିକୋ ଦେଇ ଘସି ହୋଇଯିବ ବୋଲି ଅନୁମାନ କରୁଛନ୍ତି । ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି । ଫଳରେ ଟ୍ରପିକାଲ ଷ୍ଟର୍ମ୍ ଆଲର୍ଟ ଘୋଷଣା କରାଯାଇଛି । ପୋଲୋ ପ୍ରଭାବରେ ଗୁଏରେରୋ ଏବଂ ମିଶିଏକେନରେ ବର୍ଷା ହୋଇପାରେ । ଓଆକସାକା ଏବଂ କୋଲିମା-ଜାଲିସ୍କୋରେ ହରିକେନ୍ ଆତଙ୍କ ଖେଳାଇବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି । ଆମେରିକାର ଲସ୍ ଆଞ୍ଜେଲସରେ ମଧ୍ୟ ଏହାର ପ୍ରଭାବ ପଡିବା ନେଇ ଆଶଙ୍କା ରହିଛି ।