ସମ୍ବଲପୁର ୨୨।୧୧: ସମ୍ବଲପୁର DLPC ବୈଠକରେ ଝଡ । ଧାନ ସଂଗ୍ରହ କମିଟି ବୈଠକ ଅଧାରୁ ଉଠି ଚାଲିଗଲେ ବିଧାୟକ । ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲଙ୍କ ବୈଠକ ବର୍ଜନ । ଚାଷୀଙ୍କୁ ଡିଏଲପିସି ବୈଠକକୁ ଡକାଯାଇନଥିବା ଅଭିଯୋଗ କରି ବୈଠକକୁ ଆସିଲେନି ଚାଷୀ । ତେବେ ବୈଠକରେ ଚାଷୀଙ୍କୁ ନପାଇ ବୈଠକକୁ ତ୍ୟାଗ କରିଛନ୍ତି ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ । ବିନା ଚାଷୀରେ କେମିତି ଡିଏଲପିସି ବୈଠକ ବୋଲି ସେ ପ୍ରଶ୍ନ କରିବା ସହ ଗତ ବର୍ଷର ଡିଏଲପିସି ବୈଠକର ବିବରଣୀ ଏପର୍ଯ୍ୟନ୍ତ କାହିଁକି ସିଏସଓ ଦେଲେ ନାହିଁ ପ୍ରଶ୍ନ କରି ବୈଠକ ତ୍ୟାଗ କରିଛନ୍ତି ।

ସେପଟେ ଏବର୍ଷ ସମ୍ବଲପୁର ଜିଲ୍ଲାରେ ଏସଏଚଜି ମହିଳାଙ୍କୁ ଧାନ କିଣାରେ ସାମିଲ କରାଯାଇ ନାହିଁ ବୋଲି ଅଭିଯୋଗ କରି ସେ ବି ବୈଠକରୁ ଉଠି ପଳାଇଛନ୍ତି । ମହିଳାଙ୍କୁ ବାଦ୍ ଦେଇ କେମିତି ଶସକ୍ତ କରାଯିବ ଓ ଲକ୍ଷପତି ଦିଦି କରାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାସହ ରେଢାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରତିନିଧି ମଧ୍ୟ ସମାନ ଅଭିଯୋଗ ଆଣି ବୈଠକରୁ ଉଠି ଚାଲିଯାଇଛନ୍ତି ।

Also Read:- ପୁରୁଷୋତ୍ତମପୁର ଥାନା ମହିଳା SI ମୃତ୍ୟୁ ମାମଲା : ହତ୍ୟା ନା ଆତ୍ମହତ୍ୟା ? ଗର୍ଭବତୀ ଥିଲେ ପ୍ରଭାସିନୀ !

ତେବେ ବୈଠକ ବାହାରେ କିଛି ଚାଷୀ ଅପେକ୍ଷା କରିଥିଲେ ସୁଦ୍ଧା ସେମାନଙ୍କୁ ଭିତରକୁ ଡକାନଯିବାରୁ ସେମାନେ ମଧ୍ୟ ଏହି ବୈଠକର ମୂଲ୍ୟ କ’ଣ ବୋଲି ପ୍ରଶ୍ନ କରିଛନ୍ତି । ତେବେ ଏହି ବୈଠକରେ ଚାଷୀ ପ୍ରତିନିଧିଙ୍କ ସହମତିରେ ନଭେମ୍ବର ୩୦ରେ ଧାନ କିଣା ଆରମ୍ଭ ହେବ ବୋଲି ଜିଲ୍ଲାପାଳ କହିଛନ୍ତି ।