ମୁମ୍ବାଇ, ୨୨।୧୧ : ୭ ବର୍ଷର ପ୍ରେମ ସମ୍ପର୍କ । କିନ୍ତୁ ଶେଷରେ ବ୍ରେକ୍ ଅପ୍ । ଆଉ ବ୍ରେକ୍ ଅପକୁ ଗ୍ରହଣ କରିପାରିଲାନି ପ୍ରେମିକ । ରାଗର ନିଆଁରେ ଜଳି ଉଠିଲା । ପ୍ରତିଶୋଧ ନେବାକୁ ପ୍ଲାନ୍ କଲା । ଶେଷରେ ପୂର୍ବତନ ପ୍ରେମିକା ରହୁଥିବା ଫ୍ଲାଟରେ ନିଆଁ ଲଗାଇ ଦେଲା । ଏପରି ଅଭାବନୀୟ ଘଟଣା ଘଟିଛି ମୁମ୍ବାଇର ଡୋମବିଭଲି ଅଞ୍ଚଳରେ ।

ରିପୋର୍ଟ ଅନୁସାରେ, ଦିପେଶ ରାସ୍ତୋଗୀ ନାମକ ଜଣେ ଯୁବକ ଦୀର୍ଘ ୭ ବର୍ଷ ଧରି ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କରେ ରହିଥିଲେ । କିନ୍ତୁ ଧିରେ ଧିରେ ସେମାନଙ୍କ ପ୍ରେମ ମଳୀନ ପଡି ଯାଇଥିଲା । ବାରମ୍ବାର ଝଗଡା ହୋଇଥିଲା । ଫଳରେ ଦୁହେଁ ବ୍ରେକ୍ ଅପ୍ ପାଇଁ ଇଚ୍ଛା କରିଥିଲେ । ପ୍ରଥମେ ଦିବେଶ ରାଜି ହୋଇଥିଲେ । ହେଲେ ବ୍ରେକ୍ ଅପ୍ ପାଇଁ ପରେ ରାଜି ହୋଇନଥିଲେ । କିନ୍ତୁ ଯୁବତୀଜଣଙ୍କ ଆଉ ଦିପେଶଙ୍କ ସହ ରହିବାକୁ ଚାହୁଁନଥିଲେ ।

Also Read :- ଫିଲ୍ଡରେ ସୁପରମ୍ୟାନ୍ ହୋଇଗଲେ ଧୃବ ଜୁରେଲ : ଡାଇଭ୍ ମାରି ଧରିଲେ ଅସମ୍ଭବ କ୍ୟାଚ୍, ଦେଖନ୍ତୁ ଭିଡିଓ

ତେବେ ବାରମ୍ବାର ଯୁବତୀଜଣଙ୍କ ଦିପେଶଙ୍କୁ ବ୍ରେକ୍ ଅପ୍ କଥା କହିଥିଲେ । ହେଲେ ଏହାକୁ ଦିପେଶ ଗ୍ରହଣ କରିପାରୁନଥିଲେ । ଏହାସହ ସେ ରାଗରେ ପ୍ରତିଶୋଧ ନେବାକୁ ଇଚ୍ଛା କରିଥିଲେ । ଶେଷରେ ଗତ ଗୁରୁବାର ଯୁବତୀ ରହୁଥିବା ଫ୍ଲାଟର କବାଟରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ଦିପେଶ । ନିଆଁ ଚାରି ଆଡେ ବ୍ୟାପି ଯାଇଥିଲା । ସୌଭାଗ୍ୟକ୍ରମେ ଯୁବତୀ ଏବଂ ତାଙ୍କ ପିତାମାତା ଏଥିରୁ ବର୍ତ୍ତି ଯାଇଥିଲେ ।

ଘଟଣାକୁ ନେଇ ଯୁବତୀ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ଦିପେଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ କେଉଁଥିପାଇଁ ଯୁବକ ଏତେ ପ୍ରତିକ୍ରିୟାଶୀଳ ହୋଇଯାଇଥିଲେ ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।