ମୁମ୍ବାଇ ୧୮।୦୪ : ଭାରତର ସବୁଠାରୁ ବିଶ୍ୱସ୍ତ ଅଳଙ୍କାର ବ୍ରାଣ୍ଡଗୁଡ଼ିକ ମଧ୍ୟରୁ ଅନ୍ୟତମ ରିଲାଏନ୍ସ ଜୁଏଲ୍ସ ଅକ୍ଷୟ ତୃତୀୟାରେ ଏକ ନୂତନ ଏବଂ ମୂଲ୍ୟ-ଆଧାରିତ ଦୃଷ୍ଟିକୋଣ ସହିତ ପାଦ ଦେଇଛି। ରିଲାଏନ୍ସ ଜୁଏଲ୍ସ ପକ୍ଷରୁ ଉତ୍ସବର ସପିଂକୁ ଅଧିକ ସ୍ମାର୍ଟ ଏବଂ ସୁଲଭ କରିବା ପାଇଁ ଡିଜାଇନ୍ କରାଯାଇଥିବା ନୂତନ ସୁନା ଏବଂ ହୀରା ଗହଣା ସମ୍ଭାର ଉନ୍ମୋଚନ କରାଯାଇଛି। ଗ୍ରାହକମାନେ ସୁନା ଅଳଙ୍କାର ଉପରେ ମାତ୍ର ୯ ପ୍ରତିଶତ ମେକିଂ ଚାର୍ଜ (ଗଢା ମଜୁରୀ) ଏବଂ ହୀରା ଅଳଙ୍କାରର ସୁନା ମୂଲ୍ୟ ଉପରେ ୯୯ ପ୍ରତିଶତ ରିହାତିର ଲାଭ ନେଇପାରିବେ , ଅର୍ଥାତ୍ ସେମାନଙ୍କୁ କେବଳ ହୀରା ପାଇଁ ଦେୟ ଦେବାକୁ ପଡିବ। ଏହା ବାସ୍ତବରେ ଏକ ଅତୁଳନୀୟ ଉତ୍ସବ ଅଫର। ଏହି ଅଫର ୧୯ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ବୈଧ ରହିଛି।

ଏହି ଅକ୍ଷୟ ତୃତୀୟାରେ, ଗ୍ରାହକମାନେ ସୁନା ଏବଂ ହୀରା କାନଫୁଲ, ମୁଦି, ଚୁଡ଼ି ଏବଂ ଚେନ୍ ସମେତ ବିଭିନ୍ନ ପ୍ରକାରର ଅଳଙ୍କାରରୁ ସେମାନଙ୍କର ପସନ୍ଦର ଗହଣା ବାଛିପାରିବେ। ଏହି ସମ୍ଭାରରେ ନିତିଦିନ ବ୍ୟବହାର କରାଯାଉଥିବା ପସନ୍ଦର ଅଳଙ୍କାର ଯେପରିକି ଷ୍ଟଡ୍, ହୁପ୍ସ ଏବଂ ସ୍ଲିକ୍ ଫିଙ୍ଗର ରିଙ୍ଗ ଇତ୍ୟାଦି ସହିତ ସହିତ ଝୁମକି, ଚାନ୍ଦବାଲି, ଷ୍ଟେଟମେଣ୍ଟ ନେକଲେସ୍ ଏବଂ ସୁକ୍ଷ୍ମ କାରିଗରୀ କରାଯାଇଥିବା ଚୁଡ଼ି ସମ୍ଭାର ଭଳି ଉତ୍ସବ ଷ୍ଟାଇଲ ଅଳଙ୍କାର ରହିଛି। ଦୈନନ୍ଦିନ ପିନ୍ଧିବା ଅଳଙ୍କାର ଠାରୁ ଆରମ୍ଭ କରି ବିବାହ ଅଳଙ୍କାର ପର୍ଯ୍ୟନ୍ତ ବିବିଧ ବିକଳ୍ପ ସହିତ, ଏହି ସ୍ୱତନ୍ତ୍ର ସମ୍ଭାର ଅଳଙ୍କାର ପ୍ରେମୀମାନଙ୍କୁ ଡିଜାଇନର ବିବିଧତା ଏବଂ ସୁଲଭ ମୂଲ୍ୟ ପ୍ରଦାନ କରେ।

Also Read:-Jatra Actor Piyush Tripathy: ପୀୟୂଷଙ୍କ ସହ ସେଲ୍ଫି ଉଠାକୁ ନେଇ ବିବାଦ, ଶେଷରେ ସେଇ ସେଲ୍ଫିରେ ହେଲା ସମାଧାନ

ସୁନା ମୂଲ୍ୟରେ ଚାଲିଥିବା ଉତ୍ଥାନ-ପତନ ଏବଂ ଗ୍ରାହକଙ୍କ ବଦଳୁଥିବା ଆବଶ୍ୟକତା ମଧ୍ୟରେ, ରିଲାଏନ୍ସ ଜୁଏଲ୍ସ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନକୁ ସୂଚିତ କରିଛି । ଆଜି ଅଳଙ୍କାର କେବଳ ଏକ ପାରମ୍ପରିକ କ୍ରୟ ନୁହେଁ, ବରଂ ଏକ ସ୍ମାର୍ଟ ଏବଂ ପିନ୍ଧିବାଯୋଗ୍ୟ ନିବେଶ ମଧ୍ୟ। ଗ୍ରାହକମାନେ ଏବେ ଏପରି ଡିଜାଇନ୍ ଖୋଜୁଛନ୍ତି ଯାହା ଭାବନାତ୍ମକ ମୂଲ୍ୟ ଏବଂ ବ୍ୟବହାରିକ ଖର୍ଚ୍ଚ ମଧ୍ୟରେ ଏକ ଉତ୍ତମ ସନ୍ତୁଳନ ରକ୍ଷା କରିପାରିବ। ଏହି ଦୃଷ୍ଟିକୋଣକୁ ସାକାର କରି ରିଲାଏନ୍ସ ଜୁଏଲ୍ସ ଉତ୍ସବ କ୍ୟାମ୍ପେନରେ ପ୍ରସିଦ୍ଧ ଅଭିନେତା ଗଜରାଜ ରାଓ ଏବଂ ଲାପତା ଲେଡିଜ୍ ଫେମର ଷ୍ଟାର ପ୍ରତିଭା ରାନ୍ତାଙ୍କ ମଧ୍ୟରେ ଏକ ହୃଦୟସ୍ପର୍ଶୀ ପିତା-ପୁତ୍ରୀ ମୁହୂର୍ତ୍ତ ପ୍ରଦର୍ଶିତ ହୋଇଛି। ଏହି ବିଜ୍ଞାପନରେ ଦର୍ଶାଯାଇଛି ଯେ କିପରି ଯୁବ ଗ୍ରାହକମାନେ ପାରିବାରିକ ମୂଲ୍ୟବୋଧରେ ଗଭୀର ଭାବରେ ଯୋଡିହୋଇ ରହିବା ସହିତ ପରମ୍ପରା ପ୍ରତି ସଚେତନ ଏବଂ ମୂଲ୍ୟ-ସଚେତନ ଦୃଷ୍ଟିକୋଣ ସହିତ ପରମ୍ପରାକୁ ଆପଣାଉଛନ୍ତି। ଅକ୍ଷୟ ତୃତୀୟା 'ଶୁଭ' କ୍ରୟକୁ ସୂଚିତ କରିଆସିଥିବା ବେଳେ, ରିଲାଏନ୍ସ ଜୁଏଲ୍ସ ନିଜ ପରିକଳ୍ପନାରେ "ଶୁଭ ଅକ୍ଷୟ ତୃତୀୟା" ରୁ "ସ୍ମାର୍ଟ ଅକ୍ଷୟ ତୃତୀୟା" ଆଡକୁ ଆଗକୁ ବଢୁଛି।

​​​​​​​

ଅକ୍ଷୟ ତୃତୀୟା ଅଫର ବିଷୟରେ ରିଲାଏନ୍ସ ଜୁଏଲ୍ସର ମୁଖପାତ୍ର କହିଛନ୍ତି, "ସୁନା ମୂଲ୍ୟରେ ଚାଲିଥିବା ଉତ୍ଥାନ-ପତନ ମଧ୍ୟରେ, ଗ୍ରାହକଙ୍କ ବ୍ୟବହାର ମଧ୍ୟ ସ୍ପଷ୍ଟ ଭାବରେ ବଦଳୁଛି  । ଆଜିର ଗ୍ରାହକମାନେ ଅଧିକ ସଚେତନ, ମୂଲ୍ୟ-ସଚେତନ ଏବଂ ବିବେକଶୀଳ ଅଟନ୍ତି। ଏହି ବଦଳୁଥିବା ଦୃଷ୍ଟିକୋଣକୁ ଆଧାର କରି, ଆମେ ରିଲାଏନ୍ସ ଜୁଏଲ୍ସରେ ଅକ୍ଷୟ ତୃତୀୟା ପାଇଁ ଏକ ମୂଲ୍ୟ-ଆଧାରିତ ସମ୍ଭାର ବା କଲେକ୍ସନ ଶୁଭାରମ୍ଭ କରିଛୁ । ଯାହା ରିଲାଏନ୍ସ  ଜୁଏଲ୍ସକୁ କେବଳ ଏହି ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଂଶ ଭାବରେ ନୁହେଁ, ବରଂ ଏକ ସ୍ମାର୍ଟ, ପିନ୍ଧିବା ଯୋଗ୍ୟ ନିବେଶ ଭାବରେ ସ୍ଥାନିତ କରିଛି। ଏହା ବର୍ତ୍ତମାନର ସମୟ ଅନୁକୂଳ ହେବା ସହିତ 'ଶୁଭ' ଓ 'ସ୍ମାର୍ଟ' ଉପାୟରେ ଉତ୍ସବ ପାଳନକୁ ଏକାଠି କରିଛି।"