ନୂଆଦିଲ୍ଲୀ: ଭାରତରେ ଲଞ୍ଚ ହୋଇଛି realme P4R ସ୍ମାର୍ଟଫୋନ। ଏହାର ସବୁଠୁ ଖାସ୍ ଫିଚର୍ସ ଏହାର ଦମଦାର ବ୍ୟାଟେରୀ। ଯାହା ଥରେ ଚାର୍ଜ କଲେ ୩ ଯାଏ ବ୍ୟାଟେରୀ ବ୍ୟାକଅପ ଦେବ ବୋଲି କମ୍ପାନୀ ଦାବି କରିଛି। ଏଥିରେ ଗ୍ରାହକଙ୍କୁ ପରଫରମାନ୍ସବି ଖୁବ୍ ଦମଦାର ମିଳିବ।

କ’ଣ ରହିଛି ଫିଚର୍ସ ?

ଫିଚର କଥା କହିଲେ ଫୋନରେ ୧୪୪Hz ରିଫ୍ରେଶ ରେଟ ସହ ରହିଛି ୬.୮ ଇଞ୍ଚର ବଡ଼ HD+ ଡିସପ୍ଲେ। ଫୋନରେ ଗ୍ରାହକଙ୍କ ମିଡିଆଟେକ୍ ଡିମେନସିଟି ୬୩୦୦ ଚିପସେଟ୍ ମିଳିବ। ଯାହା ଫଳରେ ନ୍ଦୈନନ୍ଦିନ କାମ ସହ ଗେମିଂ ମଧ୍ୟ ଖୁବ୍ ଆରାମରେ ହୋଇପାରିବ।

ଫୋନରେ ଡୁଆଲ କ୍ୟାମେରା ସେଟଅପ୍ ସହ ୫୦ ମେଗାପିକ୍ସେଲର ପ୍ରାଇମେରୀ କ୍ୟାମେରା ଏବଂ ୮ ମେଗାପିକ୍ସେଲର ସେଲଫି କ୍ୟାମେରା ମିଳିବ। ପ୍ରାଇମେରୀ କ୍ୟାମେରା ସେଟଅପ ସହ ଏଆଇ ପଲ୍ସ ଲାଇଟ ଦିଆଯାଇଛି। ଯାହାକୁ ୯ଟି ରଙ୍ଗ, ୫ ପ୍ରକାରର ସ୍ପିଡ ଏବଂ ଗେମିଂ ଲାଇଟ ପାଇଁ କଷ୍ଟମାଇଜ କରିହେବ।

Also Read: ଭାରତରେ ମେଟା ତିଆରି କରିବ ପ୍ରଥମ ଏଆଇ ଡାଟା ସେଣ୍ଟର, ରିଲାଏନ୍ସ ସହ ହେଲା ଡିଲ୍

ରହିଛି ବଡ଼ ବ୍ୟାଟେରୀ ଅପ୍ସନ

ଫୋନର ସବୁଠୁ ମୁଖ୍ୟ ଫିଚର୍ସ ହେଉଛି ଏହାର ୪୫ ୱାଟ ସପୋର୍ଟ ସହ ୮ ହଜାର ଏମଏମଏଚର ବଡ଼ ବ୍ୟାଟେରୀ। ଫୁଲ ଚାର୍ଜ ହେଲେ ୩ ଦିନର ବ୍ୟାକଅପ୍ ସହ ୧୨ ଘଣ୍ଟା ପର୍ଯ୍ୟନ୍ତ BGMI ଖେଳି ହେବ ବୋଲି କମ୍ପାନି କହିଛି।

ତିନି ଭାରିଆଣ୍ଟରେ ଲଞ୍ଚ୍

ଅନ୍ୟାନ୍ୟ ବେସିକ ଫିଚର୍ସ ସହ ଫୋନକୁ ଟାଇଟାନିୟମ ଗ୍ଲେୟାର, ସିଲଭର ଗ୍ଲେୟାର ଏବଂ ଲାଭେଣ୍ଡର ଗ୍ଲେୟାର ଭଳି ତିନି କଲର ଅପ୍ସନ ସହ ଲଞ୍ଚ କରାଯାଇଛି। ଫୋନର ୪+୧୨୮ ଜିବିର ଦାମ ୧୮, ୯୯୯ ଟଙ୍କା, ୬+୧୨୮ ଜିବିର ଦାମ ୨୦, ୯୯୯ ଟଙ୍କା ଏବଂ ୬+ ୨୫୬ ଜିବି ଭାରିଆଣ୍ଟର ଦାମଯ ୨୨, ୯୯୯ ଟଙ୍କା ରହିଛି।