କଟକ: ଖପୁରିଆରେ ରଥ କାଠ ଚିରଟ । ମହାପ୍ରଭୁଙ୍କ ରଥଯାତ୍ରା ପାଇଁ କାଠ ଚିରା କାମ ଆରମ୍ଭ । କଟକ ଖପୁରିଆ ସରକାରୀ କରତ କଳରେ ୩ ରଥର କାଠ ଚିରଟ । ପୁରୀରୁ ଆଜ୍ଞାମାଳା ଆସିବା ପରେ ହେଲା ରଥ କାଠ ଚିରଟ । କଟକରେ ପହଞ୍ଚିଛି ପୁରୀ ରଥ ଯାତ୍ରା ପାଇଁ ରଥ କାଠ । ସଙ୍କୀର୍ତ୍ତନ ମଣ୍ଡଳୀ ସହ ଆସିଥିଲା ରଥ କାଠ।

​​​​​​​Also Read...ଶୃଙ୍ଖଳିତ ରଥଯାତ୍ରା ଆୟୋଜନ ଉପରେ ଗୁରୁତ୍ବ : ଭକ୍ତଙ୍କ ପାଇଁ ହେବ ହଜାରରୁ ଅଧିକ ଶୌଚାଳୟ, ବଡ଼ଦାଣ୍ଡର ବଣ୍ଟା ହେବନି ରନ୍ଧାଖାଦ୍ୟ

ପବିତ୍ର ରାମନବମୀ ଅବସରରେ ଆଜି ମହାପ୍ରଭୁଙ୍କ ରଥ କାଠ ଚିରଟ କାର୍ଯ୍ୟ। କଟକ ଖପୁରିଆ ସ୍ଥିତ ସରକାରୀ ସ'ମିଲରେ ଏହି ରଥ ଚିରଟ କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ପରମ୍ପର ମୁତାବକ ୧୨ ଲମ୍ବ ବିଶିଷ୍ଟ ତିନିଖଣ୍ଡ ଧୌରା କାଠ ଚିରଟ କରାଯାଇଛି । ଚିରଟ ସମୟରେ ପୁରୀ ମନ୍ଦିର ପ୍ରଶାସନର ଅଧିକାରୀ ଓ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇ ଥିବା ମହାରଣା ସେବାୟତ ମାନେ ଉପସ୍ଥିତ ଥିଲେ।

ଶ୍ରୀମନ୍ଦିରରୁ ଆଜ୍ଞା ମାଳା ଆସିବା ପରେ ଯଥା ରୀତିନୀତି ପୂଜା ଅର୍ଚନା ପରେ ଚିରଟ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ଚିରଟରେ ପୁରୀ ମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ସମେତ ବହୁ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।