ମୁମ୍ଵାଇ ୦୪।୦୩; ଦକ୍ଷିଣ ଭାରତର ଲୋକପ୍ରିୟ ଦମ୍ପତି ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନା। ଉଦୟପୁରରେ ଦୁହିଁଙ୍କର ଗ୍ରାଣ୍ଡ ବିବାହ ଶେଷ ହୋଇଛି । ଏବେ ସେମାନେ ରିସେପସନ୍କୁ ନେଇ ଚର୍ଚ୍ଚା । ଉଭୟ ନିଶ୍ଚିତ କରିଛନ୍ତି ଯେ ମାର୍ଚ୍ଚ ୪ ତାରିଖରେ ହାଇଦ୍ରାବାଦରେ ରିସେପ୍ସନ ଦେବେ। ବିବାହ ପରି, ରିସେପ୍ସନରେ କଡ଼ା ସୁରକ୍ଷା ମଧ୍ୟରେ ହେବ। ଏନେଇ ଦମ୍ପତି ଏ ସମ୍ପର୍କରେ ଏକ ସରକାରୀ ବିବୃତ୍ତି ଜାରି କରିଛନ୍ତି। ବିବାହ ରିସେପ୍ସନକୁ କେବଳ ନିମନ୍ତ୍ରଣ ପାଇଥିବା ଅତିଥି ଆସିପାରିବେ। ଏତିକି ହିଁ ନୁହେଁ ସେମାନଙ୍କୁ ନିମନ୍ତ୍ରଣ କାର୍ଡ ନେଇ ଆସିବାକୁ ପଡିବ।

ଏଠାକୁ ତେଲୁଗୁ, ହିନ୍ଦୀ, ତାମିଲ, ମାଲାୟଲମ ଏବଂ କନ୍ନଡ ଚଳଚ୍ଚିତ୍ର ଶିଳ୍ପର ସଦସ୍ୟମାନଙ୍କ ସହିତ ରାଜନୈତିକ ଏବଂ ପ୍ରଶାସନିକ କ୍ଷେତ୍ରର କିଛି ମନୋନୀତ ଅତିଥିଙ୍କୁ ସ୍ୱାଗତ କରାଯିବ। ଅତିଥି ତାଲିକାକୁ ଖୁବ ସୀମିତ କରାଯାଇଛି । ଏହା ସହ ଭିଡ଼କୁ ଏଡାଇବା ଆଉ ଶୃଙ୍ଖଳା ବଜାୟ ରଖିବା ପାଇଁ କେବଳ ଅଫିସିଆଲ୍ ନିମନ୍ତ୍ରଣ କାର୍ଡ ପାଇଥିବା ଅତିଥିମାନଙ୍କୁ ପ୍ରବେଶ ଅନୁମତି ଦିଆଯିବ।

ଏକ ରିପୋର୍ଟ ଅନୁଯାୟୀ, ଲିକ୍ ହୋଇଥିବା ବିବାହ ନିମନ୍ତ୍ରଣ ପତ୍ର ଅନୁସାରେ, ସନ୍ଧ୍ୟା ୭ଟାରୁ ତାଜ କୃଷ୍ଣା ହୋଟେଲରେ ରିସେପ୍ସନ ଅନୁଷ୍ଠିତ ହେବ। ରିସେପ୍ସନର ଅତିଥି ତାଲିକାରେ ଦକ୍ଷିଣ ଭାରତୀୟ ସିନେମାର ସେଲିବ୍ରିଟି ଏବଂ ଅନେକ ରାଜନୈତିକ ବ୍ୟକ୍ତିତ୍ୱ ଅଛନ୍ତି। ବିଜୟ ଏବଂ ରଶ୍ମିକା ପ୍ରଧାନମନ୍ତ୍ରୀ ମୋଦି ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କୁ ମଧ୍ୟ ସେମାନଙ୍କ ରିସେପ୍ସନକୁ ନିମନ୍ତ୍ରଣ କରିଛନ୍ତି। ଦକ୍ଷିଣ ସୁପରଷ୍ଟାର ଅଲୁ ଅର୍ଜୁନ ମଧ୍ୟ ଏହି ଭବ୍ୟ ରିସେପ୍ସନରେ ସାମିଲ ହେବେ। ବିଜୟ ଏବଂ ରଶ୍ମିକାଙ୍କ ଅନେକ ଘନିଷ୍ଠ ବନ୍ଧୁ, ଅନେକ ସେଲିବ୍ରିଟି ଏବଂ କିଛି ବଲିଉଡ ଷ୍ଟାର ମଧ୍ୟ ବିରୋଶଙ୍କ ରିସେପ୍ସନରେ ଯୋଗ ଦେବେ ବୋଲି ଆଶା କରାଯାଉଛି।

ଅଧିକ ପଢନ୍ତୁ- ବଲିଉଡରେ ରଙ୍ଗହୀନ ହୋଲି; ଏହି ପରିବାର ଧୁମଧାମରେ ​​କରୁଥିଲେ ସେଲିବ୍ରେସନ, ସମୟ ସହିତ ଫିକା ପଡିଲା ପରମ୍ପରା