ମୁମ୍ଵାଇ ୧୮।୦୨;  ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ପୁଣି ଥରେ ସେମାନଙ୍କ ବିବାହକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏହି କପଲ ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଯାହାକୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏନେଇ କପଲଙ୍କ ପକ୍ଷରୁ କୌଣସି ସୂଚନା ଦେଇନଥିବା ବେଳେ କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ବିବାହ କାର୍ଡ ଭାଇରାଲ ହୋଇଛି। ଏହି ସମୟରେ, ଆମେ ଏହି ବ୍ୟକ୍ତିଗତ ସେରେମନିର ବଡ ଅପଡେଟ୍ ସାମ୍ନାକୁ ଆସିଛି। ଯଦି ଏହି ସୂଚନା ସତ୍ୟ ତେବେ କ’ଣ ହେବ ଆସନ୍ତୁ ଜାଣିବା।

ରଶ୍ମିକା ଏବଂ ବିଜୟଙ୍କ ୱେଡିଂ ଡିଟେଲ୍ସ

ଦକ୍ଷିଣ ସୁପରଷ୍ଟାର ବିଜୟ ଏବଂ ରଶ୍ମିକାଙ୍କ ଏହି ହାଇ-ପ୍ରୋଫାଇଲ୍ ୱେଡିଂରେ ବେଶୀ ଲୋକ ସାମିଲ ହେବେ ନାହିଁ । କାହିଁକି ନା ଏହା ଅତ୍ୟନ୍ତ ବ୍ୟକ୍ତିଗତ ହେବ।

ଫୋନ୍ ଓ ଗିଫ୍ଟ ମନା

ଦୁହିଁଙ୍କ ବିବାହରେ, ମୋବାଇଲ୍ ଫୋନ୍ ନିଷିଦ୍ଧ କରାଯାଇଛି। ଖବର ମିଳିଛି ଯେ ବିବାହ ଫଟୋ ଏବଂ ଭିଡିଓ ରେକର୍ଡ କରୁଥିବା ଟିମ୍ ମଧ୍ୟ ଏକ ଏଗ୍ରିମେଣ୍ଟ ସାଇନ କରିଛନ୍ତି। ଏତିକି ହିଁ ନୁହେଁ ବିବାହରେ କୌଣସି ଉପହାର ଦିଆଯିବ ନାହିଁ। ରଶ୍ମିକା ଏବଂ ବିଜୟଙ୍କ ବିବାହରେ ଉପହାର ମଧ୍ୟ ବ୍ୟାନ୍ କରାଯାଇଛି।

ସେଲିବ୍ରିଟିଙ୍କ ଏଣ୍ଟ୍ରି ବ୍ୟାନ୍

ରଶ୍ମିକା ଏବଂ ବିଜୟଙ୍କ ବିବାହ ଅନ୍ୟ ସେଲିବ୍ରିଟି ବିବାହ ପରି ହେବ ନାହିଁ। ବରଂ ଏହା ବହୁତ ଭିନ୍ନ ହେବ। କୌଣସି କଳାକାରଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ, କିମ୍ବା ଇଣ୍ଡଷ୍ଟ୍ରିରୁ କେହି ଯୋଗ ଦେବେ ନାହିଁ। ତେଣୁ, ଏଥିପାଇଁ ଏହା ବହୁତ ଭିନ୍ନ ହେବ।

ଛୋଟ ଅତିଥି ତାଲିକା

ବିବାହରେ ଅଧିକ ଲୋକ ଯୋଗ ଦେବେ ନାହିଁ। ଏଥିପାଇଁ ଅତିଥି ତାଲିକା ବହୁତ ଛୋଟ, କେବଳ ସୀମିତ ସଂଖ୍ୟକ ଲୋକ ଯୋଗ ଦେବେ। ବିବାହର ପ୍ରିୱେଡିଂ କାର୍ଯ୍ୟକ୍ରମ ଫେବୃଆରୀ ୨୪ ତାରିଖରୁ ଆରମ୍ଭ ହେବ।

ବିବାହ ତାରିଖ

ବିବାହ ଚର୍ଚ୍ଚା ହେଉଥିବା କପଲ ଫେବୃଆରୀ ୨୬ ତାରିଖରେ ସାତଫେରା ନେବେ। ତଥାପି, ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ କିଛି ଘୋଷଣା କରାଯାଇ ନାହିଁ।

ଗ୍ରାଣ୍ଡ ରିସେପସନ୍

ବିବାହ ପରେ, ବିଜୟ ଏବଂ ରଶ୍ମିକା ମାର୍ଚ୍ଚ ୪ ତାରିଖରେ ହାଇଦ୍ରାବାଦର ଏକ ଫାଇଭ୍ ଷ୍ଟାର ହୋଟେଲରେ ଗ୍ରାଣ୍ଡ ରିସେପସନ୍ ଦେବେ। ତେବେ ଦେଖିବାକୁ ବାକି ରହିଲା ଏହି ସୂଚନା ବାସ୍ତବରେ ସତ କି ନାହିଁ ।

ଅଧିକ ପଢନ୍ତୁ- କାହିଁକି ବିବାହ କରୁ ନାହାନ୍ତି ସଲମାନ ? ବାପା ସଲିମ୍ ଖାନ କରିଥିଲେ ବଡ ଖୁଲାସା...