କୋଲକାତା,|୦୭: ଦୁଷ୍କର୍ମକାରୀକୁ ଏନକାଉଣ୍ଟର । ନାବାଳିକାକୁ ଦୁଷ୍କର୍ମ ସହ ହତ୍ୟା କରିଥିଲା । ପୋଲିସ ମାରିଲା ଗୁଳି । ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପରଗନା ଜିଲ୍ଲା ବାରୁଇପୁରରେ ନାବାଳିକାଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣାର ଅଭିଯୁକ୍ତ ପ୍ରଭାସ ମଣ୍ଡଳ ପୋଲିସ ଏନକାଉଣ୍ଟରରେ ପ୍ରାଣ ହରାଇଛି ।

ପୋଲିସର ସୂଚନା ଅନୁଯାୟୀ, ସିନ୍ ରିକ୍ରିଏସନ୍ ପାଇଁ ନେଉଥିବା ବେଳେ ପ୍ରଭାସ ମଣ୍ଡଳ ଜଣେ ପୋଲିସ କର୍ମଚାରୀଙ୍କ ରାଇଫଲ୍ ଛଡ଼ାଇ ଗୁଳି କରିଥିଲା । ଏହାସହ ଖସିଯିବାକୁ ଚେଷ୍ଟା କରିଥିଲା । ଏହାପରେ ପୋଲିସ ପାଲଟା ଗୁଳି ଚଳାଇଥିଲା । ପୋଲିସ ଏବଂ ଅଭିଯୁକ୍ତଙ୍କ ମଧ୍ୟରେ କିଛି ସମୟ ଧରି ଗୁଳି ବିନିମୟ ହୋଇଥିଲା । ଯାହା ଫଳରେ ପ୍ରଭାସ ମଣ୍ଡଳ ଦେହରେ ଗୁଳି ବାଜିଥିଲା। ତାକୁ ଗୁରୁତର ଅବସ୍ଥାରେ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ଯେଉଁଠାରେ ଡାକ୍ତର ପ୍ରଭାସକୁ ମୃତ ଘୋଷଣା କରିଥିଲେ।

Also Read :- Lawrence Gang: ଲରେନ୍ସ ଗ୍ୟାଙ୍ଗ ବିରୋଧରେ FBIର ଅପରେସନ; ୫୦ ରୁ ଅଧିକ ସ୍ଥାନରେ ଚଢାଉ, ୨୦ରୁ ଅଧିକ ଗିରଫ

ସୂଚନାଯୋଗ୍ୟ, ଗତ ଜୁଲାଇ ୪ ତାରିଖରେ ବାରୁଇପୁରରେ ଜଣେ ୧୨ ବର୍ଷୀୟା ନାବାଳିକା ନିଖୋଜ ହୋଇଯାଇଥିଲେ। ପରେ ତାଙ୍କ ମୃତଦେହ ଏକ ପୋଖରୀରୁ ଉଦ୍ଧାର କରାଯାଇଥିଲା। ପୋଷ୍ଟମର୍ଟମ ରିପୋର୍ଟରେ ଦୁଷ୍କର୍ମର ପ୍ରମାଣ ମିଳିଥିଲା । ଘଟଣାରେ ପୋଲିସ ପ୍ରଭାସ ମଣ୍ଡଳ ସମେତ ଦୁଇଜଣଙ୍କୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତ ହେଉଛନ୍ତି ଆନନ୍ଦ ସର୍ଦ୍ଦାର। ପୋଲିସ ସେହି ଅଞ୍ଚଳର ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରିଛି । ଯେଉଁଥିରେ ଚାରି ଜଣ ବ୍ୟକ୍ତି ଝିଅଟିକୁ ନେଇ ଯାଉଥିବା ଦେଖିବାକୁ ମିଳିଥିଲା ।