ଭୁବନେଶ୍ୱର ୧୭।୦୩ : ତିନି ବିଧାୟକ କଂଗ୍ରେସ ଦଳରୁ ନିଲମ୍ବନ ହୋଇଛନ୍ତି । ତେଣୁ ସେମାନଙ୍କ ସିଟ୍ ବଦଳାଯାଉ । ଦଳ ବିରୋଧୀ କାମ ପାଇଁ ତିନି କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ କରାଯାଇଛି । ଏହାସହିତ ଆଗାମୀ ଦିନରେ ସେମାନଙ୍କ ବିରୋଧରେ ଦଳ-ବଦଳ ବିରୋଧୀ ଆଇନ ଲାଗୁ କରିବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ । ଏନେଇ ଏକ ଚିଠି ମଧ୍ୟ ବାଚସ୍ପତି ସୁରମା ପାଢୀଙ୍କୁ ଲେଖିଛନ୍ତି ରାମଚନ୍ଦ୍ର କାଡ଼ାମ୍‌ । 

ଏ ଖବର ବି ପଢନ୍ତୁ:- Health minister on scb: ଏସସିବି ଅଗ୍ନିକାଣ୍ଡକୁ ନେଇ ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବିବୃତ୍ତି

ସୋମବାର ଦିନ ୪ଟି ରାଜ୍ୟସଭା ଆସନ ପାଇଁ ହୋଇଥିଲା ନିର୍ବାଚନ । ବିଜେଡିର ସଂତୃପ୍ତ ମିଶ୍ର ବିଜୟୀ ହୋଇଥିବା ବେଳେ ବିଜେପି ଖାତାକୁ ୨ଟି ସିଟ୍‌ ଯାଇଛି । ଆଉ ଗୋଟିଏ ଆସନ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ବିଜୟୀ ହୋଇଛନ୍ତି । ଏହି ଭୋଟିଂ ପ୍ରକ୍ରିୟାରେ ୧୧ ଜଣ ବିଧାୟକ କ୍ରସ ଭୋଟିଂ କରିଥିଲେ । ଯେଉଁଥିରେ କଂଗ୍ରେସ ୩ ଜଣ ବିଧାୟକ ସାମିଲ ରହିଥିଲେ । ବାକି ବିଜେଡିର ଥିଲେ । ତେବେ ତିନି ଜଣ ବିଧାୟକ କ୍ରସ ଭୋଟିଂ କରିଥିବାରୁ ଆକ୍ସନ ନେଇଛି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି । ତିନି ବିଧାୟକ ସୋଫିଆ ଫିର୍ଦ୍ଦୋଶ, ରମେଶ ଜେନା ଏବଂ ଦାଶରଥୀ ଗମାଙ୍ଗଙ୍କୁ ଦଳ ନିଲମ୍ବନ କରିଛି । ଦଳ ବିରୋଧରେ ଯାଇ ଭୋଟ କରିଥିବାରୁ ଆକ୍ସନ ନେଇଛି ରାଜ୍ୟ କଂଗ୍ରେସ । 

ଏ ଖବର ବି ପଢନ୍ତୁ:-Rajyasabha cross voting: ବଡ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ, ୩ ବିଧାୟକ ସସ୍‌ପେଣ୍ଡ

ତେବେ ତିନି ବିଧାୟକଙ୍କୁ ନିଲମ୍ବନ ପରେ ଆହୁରି କଠୋର ହୋଇଛି ରାଜ୍ୟ କଂଗ୍ରେସ । ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ବାଚସ୍ପତିଙ୍କୁ ଏକ ଚିଠି ଲେଖିଛନ୍ତି । ଯେଉଁଥିରେ ତିନି ବିଧାୟକଙ୍କ ଦଳରୁ ନିଲମ୍ବନ ସଂପର୍କରେ ଜଣାଇଛନ୍ତି । ବିଧାନସଭାରେ ତିନି ବିଧାୟକଙ୍କ ଆସନ ବଦଳାଇବା ପାଇଁ ମଧ୍ୟ ଦାବି କରିଛନ୍ତି । ସେହିପରି ତିନି ବିଧାୟକଙ୍କ ବିରୋଧରେ ଦଳ-ବଦଳ ବିରୋଧୀ ଆଇନ ଲାଗୁ କରିବାକୁ କହିଛନ୍ତି ରାମଚନ୍ଦ୍ର କାଡାମ୍‌।