ଭୁବନେଶ୍ୱର: ସାଗ ମାଛ ପରି ବିକ୍ରି ହୋଇଗଲେ ବିଧାୟକ । ଦେଖିକି ଦୁଃଖ ଲାଗିଲା । ଏମାନଙ୍କୁ ରାଜ୍ୟବାସୀ ଦେବେ ଉଚିତ୍ ଜବାବ । ସମୟ ଏମାନଙ୍କୁ ଭଲ ନିଶ୍ଚୟ ଉତ୍ତର ଦେବ । ବିଧାୟକ ମାନେ ବିକ୍ରି ହୋଇଗଲେ । ହେଲେ ଆଦିବାସୀ ଲୋକ କେବେ ବିକ୍ରି ହୁଅନ୍ତି ନାହିଁ । କିନ୍ତୁ ଦାଶରଥି ଗମାଙ୍ଗ କେଉଁଭଳି ବିକ୍ରି ହୋଇଗଲେ ତାହା ମୁଁ ଭାବୁଛି । ରାଜ୍ୟସଭା ନିର୍ବାଚନରେ ଘୋଡା ବେପାରରେ ଯେପରି ବିଧାୟକମାନେ ସାମିଲ ଥିଲେ, ଆଗାମୀ ଦିନରେ ରାଜ୍ୟବାସୀ ହିଁ ତାଙ୍କୁ ଉଚିତ ଜବାବ ଦେବେ, ଏପରି କହିଛନ୍ତି କଂଗ୍ରେସ ନେତା ରାମଚନ୍ଦ୍ର କାଡାମ ।

ତେବେ କିଛି ଦିନ ପୂର୍ବରୁ ପିସିସି ସଭାପତି କଂଗ୍ରେସର ୩ ବିଧାୟକଙ୍କୁ ନିଲମ୍ବନ କରିଥିଲେ । ଏବେ କଂଗ୍ରେସରୁ ନିଲମ୍ବନ ହୋଇଥିବା ନେତାଙ୍କ ପାଖରେ ବସିବେନି କଂଗ୍ରେସ ନେତା । ବିଧାନସଭା ଗୃହ ଭିତରେ ନିଲମ୍ବନ କଂଗ୍ରେସ ବିଧାୟକ ସାଙ୍ଗରେ ବସିବେନି କଂଗ୍ରେସ ନେତା । ନିଲମ୍ବିତ ବିଧାୟକଙ୍କ ସିଟ୍ ପରିବର୍ତ୍ତନ ହୋଇଛି । ସେମାନେ ବିଧାନସଭା ଭିତରେ ଆଉ କଂଗ୍ରେସ ବିଧାୟକଙ୍କ ପାଖରେ ବସିବେ ନାହିଁ । ଘୋଡ଼ା ବେପାରରେ ସାମିଲ ଥିବା ନେତାଙ୍କ ବିରୋଧରେ ଜନମତ ସୃଷ୍ଟି ହେଲାଣି । କ୍ରସ ଭୋଟିଂ କରିଥିବା ନେତାଙ୍କୁ କଂଗ୍ରେସ ଦଳ ଟିକେଟ ଦେବା ପ୍ରଶ୍ନ ଉଠୁନାହିଁ ।

ଏକାଠି କରିବାକୁ କଂଗ୍ରେସ କରିଥିଲା ଉଦ୍ୟମ 

ସୂଚନାଥାଉକି, ରାଜ୍ୟସଭା ନିର୍ବାଚନକୁ ନେଇ ରାଜ୍ୟ କଂଗ୍ରେସ ପକ୍ଷରୁ ଏଥର ଅଧିକ ତତ୍ପରତା ପ୍ରକାଶ ପାଇଥିଲା । ପିସିସି ସଭାପତି ଦଳର ୧୪ ବିଧାୟକଙ୍କ ସହିତ ସିପିଆଇଏମ୍ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କୁ ଏକତ୍ର କରି ରଖିବାପାଇଁ ବହୁତ ଉଦ୍ୟମ କରିଥିଲେ । ୮ଜଣ ବିଧାୟକଙ୍କୁ ସାଙ୍ଗରେ ନେଇ ବେଙ୍ଗାଲୁରୁ ଯାଇଥିଲେ । ଏହାବାଦ୍ ଓଡ଼ିଶାରେ ରହିଥିବା ୬ଜଣ ବିଧାୟକଙ୍କ ମଧ୍ୟରୁ ୩ଜଣ ପାର୍ଟି କଥା ମାନି ନ ଥିଲେ । ଭକ୍ତ କହିଥିଲେ ଦାଶରଥି ଦଳପ୍ରତି ବିଶ୍ୱାସଘାତକତା କରିଛନ୍ତି ।

Also Read...ଜୟଦେବ ଜେନାଙ୍କୁ ଫୋନ୍‌ରେ ଧମକ, ଭୁବନେଶ୍ୱର ଆସିଲେ ଜୀବନରୁ ମାରିଦେବୁ...

ରମେଶ ମୋତେ ଭେଟି ଦଳୀୟ ନିଷ୍ପତ୍ତିକୁ ସମ୍ମାନ ଦେବେ ବୋଲି କଥା ଦେଇଥିଲେ। ହେଲେ ସେ ଧୋକା ଦେଇଛନ୍ତି। ତାଙ୍କ ଭବିଷ୍ୟତକୁ ମଧ୍ୟ ଅନ୍ଧାରକୁ ଠେଲି ଦେଇଛନ୍ତି। ସେହିପରି ସୋଫିଆ ଝିଅଙ୍କ ବଡ଼ ଭବିଷ୍ୟତ ଥିବାବେଳେ ସେ ମଧ୍ୟ ଭୁଲ୍ ରାସ୍ତାରେ ଯାଇଛନ୍ତି। ସେମାନଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଚିଠି ଲେଖିବୁ। ଆବଶ୍ୟକ ପଡ଼ିଲେ ସୁପ୍ରିମକୋର୍ଟ ଯିବୁ ବୋଲି ଭକ୍ତ କହିଥିଲେ । ଏମାନେ ଗଣମାଧ୍ୟମ ସମ୍ମୁଖରେ କଥା ହେଲାବେଳେ ସିଂହ ଭଳି ହେଉଛନ୍ତି, ମାତ୍ର କାର୍ଯ୍ୟରେ ମୂଷା ଓ ଛେଳି ଭଳି ବିକ୍ରି ହୋଇଯାଉଛନ୍ତି।

ଅନ୍ୟପକ୍ଷରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଥିଲେ କି ଘୋଡ଼ା ବେପାର ପଶିଯିବାରୁ ବିଧାୟକମାନେ ଏଭଳି ଭାବେ ନିୟମ ବିରୋଧ କାର୍ଯ୍ୟ କରିଛନ୍ତି। ଅନ୍ୟପଟେ ମହମ୍ମଦ ମୋକ୍କିମ ମଧ୍ୟ ସୋଫିଆଙ୍କ ଭବିଷ୍ୟତ ନେଇ କିଛି ପରୋକ୍ଷରେ ଇଙ୍ଗିତ ଦେଇଛନ୍ତି