ମୁମ୍ଵାଇ ୦୯।୦୭; ବଲିଉଡ୍‌ର ମିଷ୍ଟର ପରଫେକ୍ଟନିଷ୍ଟ ଅମୀର ଖାନ । ନିକଟରେ ମୁମ୍ବାଇରେ ଏକ ବ୍ୟକ୍ତିଗତ ସମାରୋହରେ ତାଙ୍କର ଦୀର୍ଘ ଦିନର ବନ୍ଧୁ ଗୌରୀ ସ୍ପ୍ରାଟଙ୍କୁ ବିବାହ କରି ନୂଆ ଇନିଂସ୍ ଆରମ୍ଭ କରିଛନ୍ତି। ଏହି ବ୍ୟକ୍ତିଗତ ଉତ୍ସବ ଏକ ହୃଦୟସ୍ପର୍ଶୀ ପାରିବାରିକ କାର୍ଯ୍ୟକ୍ରମରେ ପରିଣତ ହୋଇଥିଲା। ଯେଉଁଥିରେ ତାଙ୍କର ପିଲା ଜୁନୈଦ, ଇରା, ଆଜାଦ ଏବଂ ତାଙ୍କର ପୂର୍ବତନ ପତ୍ନୀ ରିନା ଦତ୍ତା ଓ କିରଣ ରାଓ ଉତ୍ସବରେ ଯୋଗ ଦେଇଥିଲେ। ଘନିଷ୍ଠ ବନ୍ଧୁ ଏବଂ ପରିବାରର ଉପସ୍ଥିତି ଦର୍ଶାଇଥିଲା ଯେ ଅଭିନେତା ତାଙ୍କ ବ୍ୟକ୍ତିଗତ ଜୀବନରେ ପରିବର୍ତ୍ତନ ସତ୍ତ୍ୱେ ତାଙ୍କ ବିସ୍ତାରିତ ପରିବାର ସହିତ ଏକ ଦୃଢ଼ ସମ୍ପର୍କ ବଜାୟ ରଖିଛନ୍ତି।

ଅମୀରଙ୍କ ୬୧ ବର୍ଷ ବୟସରେ ତୃତୀୟ ବିବାହ ସୋସିଆଲ୍ ମିଡିଆରେ ଚର୍ଚ୍ଚା ସୃଷ୍ଟି କରୁଥିବା ବେଳେ, ଅଭିନେତ୍ରୀ ରାକ୍ଷୀ ସାୱନ୍ତ ବର୍ତ୍ତମାନ ମତ ଦେଇଛନ୍ତି। ଯେଉଁଥିରେ ସେ ପ୍ରଶ୍ନ କରିଛନ୍ତି ଯେ ଅଭିନେତା କାହିଁକି ହିନ୍ଦୁ ମହିଳାମାନଙ୍କୁ ତାଙ୍କ ଜୀବନସାଥୀ ଭାବରେ ବାଛୁଛନ୍ତି। ପାପାରାଜିଙ୍କ ସହ ନିକଟରେ ହୋଇଥିବା ଏକ ଆଲୋଚନା ସମୟରେ, ରାକ୍ଷୀଙ୍କୁ ଅମୀରଙ୍କ ନୂତନ ବିବାହ ଉପରେ ତାଙ୍କ ମତାମତ ଦେବାକୁ କୁହାଯାଇଥିଲା। ତୁରନ୍ତ ଉତ୍ତର ଦେଇ ସେ କହିଥିଲେ, "ଆରେ ୟାର୍, ୟେ ଅମୀର ସାର୍ କି ବିବିୟାଁ କ୍ୟୁଁ ନହିଁ ଟିକ୍କି ୟାର୍।"

ତା’ପରେ ସେ କିଛି ସମୟ ଅଟକି ଯାଇ କହିଥିଲେ, "ଅମୀର ସାର୍, ସବୁ ରେକର୍ଡ ବ୍ରେକ କରିଛନ୍ତି। ଏତେ ବିବାହ କଲେଣି ଯେ କେତେ ଛାଡପତ୍ର ଓ କେତେ ପିଲା ଜନ୍ମ କରୁଛନ୍ତ । ଏତେ ଅଧିକ ବଂଶ ବଢାଇଲେଣି ଯେ ହଉ... ବଢାଓ ବଢାଓ। ଏହି ମନ୍ତବ୍ୟ ଜାରି ରଖି ରାକ୍ଷୀ କହିଥିଲେ, "ୟେ ଶେଷ ନା ସାର ୟା ପରେ ବି ଚତୁର୍ଥ ବିବାହ କରିବ। ସେ ଆହୁରି ମଜା କରି କହିଥିଲେ, "ତାଙ୍କ ତିନି ପତ୍ନୀଙ୍କ ମଧ୍ୟରୁ ମୁଁ ଅଧିକ ସୁନ୍ଦର ।