ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନରେ ୮ ବିଜେଡି ବିଧାୟକଙ୍କ କ୍ରସ ଭୋଟିଂ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାରେ ବିଷୟ ପାଲଟିଛି। ଅବଶ୍ୟ ୮ ମଧ୍ୟରେ ଦୁଇ ନିଲମ୍ବିତ ବିଧାୟକ ଅଛନ୍ତି। ହେଲେ ନବୀନଙ୍କ ସବୁ ଚେଷ୍ଟା ସତ୍ତ୍ବେବି ଏହି ବିଧାୟକମାନେ କ୍ରସ ଭୋଟିଂ କରିବା ଦଳର ସ୍ଥିତିକୁ ସର୍ବସମ୍ମୁଖକୁ ପଦାରେ ପକାଇଛି। ବିଜେଡିର ନେତାମାନଙ୍କ ଉପରେ, ଆଉ ଯେ ନବୀନଙ୍କ ସେତେଟା ପ୍ରଭାବ ନାହିଁ ତାହା ଏଥିରୁ ସ୍ପଷ୍ଟ ହେଉଛି।

ତେବେ ଅନ୍ୟ ୬ ବିଜେଡି ବିଧାୟକଙ୍କ କ୍ରସ ଭୋଟିଂକୁ ଦଳ ସହଜରେ ଗ୍ରହଣ କରିପାରିନାହିଁ। ଏଥିପାଇଁ ମଙ୍ଗଳବାର ବିଜେଡି ଚିଫ୍ ହ୍ବିପ୍ ଏହି ୬ ବିଧାୟକ ଚକ୍ରମଣି କହଁର, ନବ ମଲ୍ଲିକ, ସୌଭିକ ବିଶ୍ବାଳ, ସୁବାସିନୀ ଜେନା, ବିଧାୟକ ରମାକାନ୍ତ ଭୋଇ, ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ନୋଟିସ ଜାରି କରିଛନ୍ତି। କ୍ରସ ଭୋଟିଂ କରିଥିବା ୬ ବିଜେଡି ବିଧାୟକଙ୍କୁ ୨୦ ତାରିଖ ସୁଦ୍ଧା ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Also Read: Rajyasabha Election: ଆଶାଠୁ ଟପିଗଲା କ୍ରସ ଭୋଟିଂ, ଦଳୀୟ ହ୍ଵିପକୁ ମାନିଲେନି ୧୧ ବିଧାୟକ-ବିଧାୟିକା

ରୋଚକ ଥିଲା ରାଜ୍ୟସଭା ନିର୍ବାଚନ ?

ସୂଚନାଯୋଗ୍ୟ, ରିସୋର୍ଟ ରାଜନୀତି, ଘୋଡ଼ା ବେପାର, ଡିଲ୍, ଅପରେସନ, ପ୍ରତିଶୋଧ... ଏସବୁ ଏଥରର ରାଜ୍ୟସଭା ନିର୍ବାଚନକୁ ଖୁବ୍ ରୋଚକ କରିଥିଲା। ଆହୁରି ପୁଣି ଏଥର ରାଜ୍ୟସଭା ନିର୍ବାଚନ ସମୟରେ ଭୋଟିଂ ହେଉଥିବା କୋଠରୀରେ ଅପ୍ରୀତିକର ପରିସ୍ଥିତି ମଧ୍ୟ ଦେଖିବାକୁ ମିଳିଥିଲା। କୋଠରୀରେ ମୁହାଁମୁହିଁ ହୋଇଥିଲେ ବିଜେଡି ଏବଂ ବିଜେପି ସଦସ୍ୟ। ଏସବୁ ଭିତରେ କ୍ରସ ଭୋଟିଂ ରାଜ୍ୟସଭା ନିର୍ବାଚନର ସାରା ପାଣିପାଗକୁ ବଦଳାଇଦେଇଥିଲା। ବିଜେଡିର ୮ ବିଧାୟକ ଏବଂ କଂଗ୍ରେସର ୩ ବିଧାୟକ କ୍ରଂସ ଭୋଟି କରିଥିଲେ। ଫଳରେ ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଦିଲୀପ ରାୟ ଚତୁର୍ଥ ଆସନରେ ବିଜୟୀ ହୋଇଥିଲେ।