ଜୟପୁର, ୨୦।୧୧ : ବିଜେପିକୁ ଜୋରଦାର ଝଟକା । ରାଜସ୍ଥାନ ପଞ୍ଚାୟତ ନିର୍ବାଚନରେ ମାଟି କାମୁଡିଲା ଭାରତୀୟ ଜନତା ପାର୍ଟି । ରାଜ୍ୟରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନର ଫଳାଫଳ ଧିରେ ଧିରେ ସାମ୍ନାକୁ ଆସୁଛି । ଫଳାଫଳ ଦେଖି କଂଗ୍ରେସ ଶିବିରରେ ଖୁସିର ମାହୋଲ ଖେଳିଯାଇଛି । ଉଭୟ ଜିଲ୍ଲା ପରିଷଦ ଏବଂ ପଞ୍ଚାୟତ ସମିତିରେ କଂଗ୍ରେସ ଆଗୁଆ ରହିଥିବା ଜଣା ପଡିଛି । ବିଜେପି ଖୁବ୍ ପଛରେ ପଡି ଯାଇଛି ।

ଦିନ ୧୨ଟା ସୁଦ୍ଧା ଆସିଥିବା ଟ୍ରେଣ୍ଡ୍ ଅନୁସାରେ, ଜିଲ୍ଲା ପରିଷଦର ଚାରୋଟି ସିଟରେ ବିଜେପି ଆଗୁଆ ରହିଛି । କଂଗ୍ରେସ ୭ଟିରେ ଆଗୁଆ ରହିଛି । ପଞ୍ଚାୟତ ସମିତିରେ ବିଜେପି ଅଧିକ ପଛରେ ରହିଛି । କଂଗ୍ରେସ ୧୧୫ଟି ସିଟରେ ଆଗୁଆ ଥିବା ବେଳେ ବିଜେପି ୫୮ଟିରେ ଆଗରେ ଅଛି । ଅନ୍ୟ ଦଳ ୩୩ଟି ସିଟରେ ଆଗୁଆ ଥିବା ଦେଖିବାକୁ ମିଳିଛି ।

ତେବେ ଏହା ପ୍ରାରମ୍ଭିକ ଟ୍ରେଣ୍ଡ୍ । ଯାହା ଅନେକ ସମୟରେ ବଦଳିବାର ସମ୍ଭାବନା ରହିଥାଏ । କିନ୍ତୁ ପ୍ରାରମ୍ଭିକ ରେଜଲ୍ଟ ପରେ କଂଗ୍ରେସ କାର୍ଯ୍ୟାଳୟରେ ଖୁସି ଏବଂ ଉତ୍ସବର ମାହୋୱ ଦେଖିବାକୁ ମିଳିଛି । ନେତା ଏବଂ କର୍ମୀମାନେ ପରସ୍ପରକୁ ମିଠା ଖୁଆଉଛନ୍ତି ।

Also Read :- ଜଳୁଛି ବାଂଲାଦେଶ : ହିଂସା ରୋକିବାରେ ବିଫଳ ଦୁର୍ବଳ ତାରିକ୍ ରହମାନ ! ଓଲଟା ଭାରତ ଉପରେ ଲଦିଲେ ଦୋଷ

ସୂଚନାଯୋଗ୍ୟ, ରାଜ୍ୟର ୩୭ ଜିଲ୍ଲାରେ ମୋଟ୍ ୧୨୭୫ଟି ଜିଲ୍ଲା ପରିଷଦ, ୪୧୯ଟି ପଞ୍ଚାୟତ ସମିତିର ୭୫୪୩ଟି ଓ୍ୱାର୍ଡ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଯାହାର ଭୋଟ୍ ଗଣତି ଜାରି ରହିଛି । ପଞ୍ଚାୟତ ସମିତିର ୭୫୪୩ଟି ଓ୍ୱାର୍ଡରେ ୨୫୧୦୮ ପ୍ରାର୍ଥୀ ନିର୍ବାଚନ ଲଢିଥିଲେ । ଯାହା ମଧ୍ୟରୁ ୩୭ ଜଣ ନିର୍ବିରୋଧ ବା ଅପ୍ରତିଦ୍ୱନ୍ଦ୍ୱୀ ଭାବେ ବିଜୟୀ ହୋଇଛନ୍ତି । ଅନ୍ୟ ୨୫୦୭୩ଟି ପ୍ରାର୍ଥୀଙ୍କ ଭବିଷ୍ୟତର ଫଇସଲା ଆଜି ହେବ ।