ଭଦ୍ରକ ୨୪।୬: ପୁଣି ମୁଣ୍ଡ ଟେକିଲା ଯାତ୍ରାରେ ମାଲିକ ଓ କଳାକାର ବିବାଦ । କଳାକାର ମାନଙ୍କୁ କୁକୁର ବୋଲି କହିଲେ ଯାତ୍ରା ପ୍ରଯୋଜକ କ୍ଷୀରୋଦ ସ୍ୱାଇଁ । ଯାତ୍ରା କଳାକାର ମାନେ ନିଶାଚର ଓ କୁକୁର ବୋଲି କହିଛନ୍ତି । ସେହିପରି କଳାକାର ମାନଙ୍କୁ ମାଲିକ ମାନେ କାହିଁକି ଅଧିକ ଟଙ୍କାରେ କିଣୁଛନ୍ତି ବୋଲି ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ତେବେ ପ୍ରଯୋଜକଙ୍କ ଏପରି ମନ୍ତବ୍ୟକୁ ନେଇ ଯାତ୍ରା ଜଗତରେ ଏବେ ଝଡ଼ ସୃଷ୍ଟି ହୋଇଛି । ତେବେ ଏହି ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ଯାତ୍ରା ମାଲିକ ଓ ପ୍ରଯୋଜକ ।

ଯାତ୍ରା ରାଜନନ୍ଦିନୀ ମାଲିକ ସ୍ମୃତି ରଞ୍ଜନ ପଲେଇ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି । କଳାକାରଙ୍କ ପାଇଁ ଅନୁଷ୍ଠାନ ବଞ୍ଚିଛି। କଳାକାର ମାନଙ୍କୁ କୁକୁର କହିବାକୁ କିଏ ତାଙ୍କୁ ଅଧିକାର ଦେଲା । ଏହା ତାଙ୍କର ବାଚାଳାମି । ନିଜେ ଭାଇରାଲ୍ ହେବା ପାଇଁ ସେ ବୋଧେ ଏପରି କହିଛନ୍ତି ।

Also Read:- ୬ ମାସ ଧରି ମିଳିନଥିଲା ଦରମା, ହୃଦଘାତରେ ଚାଲିଗଲା ଶିକ୍ଷକଙ୍କ ଜୀବନ

ସେହିପରି ମାଲିକ ମାନେ କାହିଁକି କଳାକାର ମାନଙ୍କୁ ଅଧିକ ଦରରେ କିଣୁଛନ୍ତି କ୍ଷୀରୋଦ ପ୍ରଶ୍ନ କରୁଥିବା ବେଳେ ରାଜନନ୍ଦିନୀ ପାର୍ଟିରେ ଚୁକ୍ତି କରିଥିବା ଟିକିନାଙ୍କୁ ସେ ନେଇ ଅନ୍ୟ ପାର୍ଟିରେ କାହିଁକି ରେଟ୍ ବଢ଼ାଇଥିଲେ ବୋଲି ସ୍ମୃତିରଞ୍ଜନ ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ଘଟଣାକୁ ନେଇ ଯାତ୍ରା ପରିଚାଳକ ଜଗତ ଜୀବନ ପଣ୍ଡା ମଧ୍ୟ ନାପସନ୍ଦ କରିବା ସହିତ ଘଟଣାକୁ ନିନ୍ଦା କରିଛନ୍ତି ।