ସମ୍ବଲପୁର: ଛତିଶଗଡ଼ର ରାୟପୁର ରେଞ୍ଜ ଏବଂ ଓଡିଶାର ସମ୍ବଲପୁର ରେଞ୍ଜ ହେଲା ସମ୍ପୂର୍ଣ୍ଣ ମାଓ ମୁକ୍ତ। ଆଜି ପଶ୍ଚିମ ଓଡିଶା ସବ ଜୋନ ସଚିବ ବିକାଶ ସହ ୧୫ ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତି। ଏହା ପରେ IG ରାୟପୁର ଓ ସମ୍ବଲପୁରଙ୍କ ଉପସ୍ଥିତିରେ ଏହାର ସୂଚନା ଦେଇଛନ୍ତି ଛତିଶଗଡ ଆଣ୍ଟି ନକ୍ସଲ ଅପରେସନ ADG ବିବେକାନନ୍ଦ ସିହ୍ନା। ସମସ୍ତଙ୍କୁ ଲାଲ କାରପେଟ ପକାଇ ସ୍ଵାଗତ କରା ଯାଇଛି।

ବିକାଶର ମୁଣ୍ଡ ଉପରେ ୨୫ ଲକ୍ଷ୍ୟ ରହିଥିବା ବେଳେ ସମସ୍ତ ୧୫ ମାଓବାଦୀଙ୍କ ପାଇଁ ୭୩ ଲକ୍ଷ୍ୟ ଟଙ୍କା ପୁରସ୍କାର ରାଶି ରହିଥିଲା। ୩ ଗୋଟି AK-47, ଦୁଇଟି SLR, ଦୁଇ INSAS, ଚାରିଟି ୩୦୩, ତିନୋଟି ୧୨ Bore ଏଭଳି ୧୪ ଗୋଟି ଅତ୍ୟାଧୁନିକ ଓ ଅଟୋମେଟିକ ହତିଆର ସହ ଗତକାଲି ରାତିରେ ଛତିଶଗଡ ରାଜ୍ୟ ମହାସମୁନ୍ଦ ଜିଲ୍ଲାର ବାଲୋଦା ଥାନା ରେ ଆତ୍ମ ସମର୍ପଣ କରିଛନ୍ତି ୧୫ ମାଓବାଦୀ। ୧୫ ମାଓବାଦୀ ଭିତରେ ୯ ମହିଳା ଓ ଛଅ ଜଣ ପୁରୁଷ ରହିଛନ୍ତି। ବିକାଶ କେବଳ ତେଲେଙ୍ଗାନାର ହୋଇଥିବା ବେଳେ ଅନ୍ୟ ୧୪ ମାଓବାଦୀ ବସ୍ତର ଜିଲ୍ଲାର।

ଆଜି ମହାସମୁନ୍ଦ ପୋଲିସ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଆଣ୍ଟି ନକ୍ସଲ ଅପରେସନ ADG ବିବେକାନନ୍ଦ ସିହ୍ନା। ଏହାସହ ଦୁଇ ବର୍ଷ ହେବ ଯେଉଁଭଳି ଭାବରେ ଅପରେସନ ଜାରି ରହିଛି ଏବଂ ମାଓବାଦୀ ଉପରେ ହମଲା କରା ଯାଉଛିସ ସେଥିରେ ମାଓଗଡ଼ । ଯେଉଁ ରାସ୍ତାରେ ଆମେ ବାଛିଥିଲୁ ତାହା ଆଗକୁ ନେବା ଭଳି ପରିସ୍ଥିତି ରହିଲା ନାହିଁ ସେଭଳି ଏକ ମାହୋଲ ହୋଇଗଲା। ତେଣୁ ଆମେ ହତିଆର ଛାଡି ତ୍ରିରଙ୍ଗା ଝଣ୍ଡା ସହ ମୁଖ୍ୟ ସ୍ରୋତ ରେ ସାମିଲ ହେଉଛୁ ବୋଲି ପଶ୍ଚିମ ଓଡିଶା ସବ ଜୋନ ସଚିବ ବିକାଶ କହିଛନ୍ତି।