ଭୁବନେଶ୍ୱର, ୧୦/୦୯ : ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ବାଂଲାଦେଶ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଗୁରୁବାର ଲଘୁଚାପ ସୃଷ୍ଟି ହୋଇପାରେ। ଏହା ପ୍ରଭାବରେ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଗୁରୁବାର ମୟୂରଭଞ୍ଜରେ ଅତି ଭୀଷଣ ବର୍ଷା ହେବ। ବାଲେଶ୍ଵର, ଭଦ୍ରକ ଓ କେନ୍ଦୁଝରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଉପକୂଳ ଓଡ଼ିଶା, ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ବିକ୍ଷିପ୍ତ ବର୍ଷା ସମ୍ଭାବନା ଅଛି। ୧୧ ତାରିଖ ( ଶୁକ୍ରବାର) କଳାହାଣ୍ଡି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ନୂଆପଡ଼ା, ବଲାଙ୍ଗିର, କନ୍ଧମାଳ, ନବରଙ୍ଗପୁର, ଗଜପତି ଓ ଗଞ୍ଜାମରେ ପ୍ରବଳ ବର୍ଷା ଆଶଙ୍କା ଅଛି।

Also Read :- ହର୍ମୁଜ ପ୍ରଣାଳୀରେ ଆମେରିକା ଓ ଇରାନ ମଧ୍ୟରେ ଭୟଙ୍କର ସଂଘର୍ଷ, ଜଳିଗଲା ଲକ୍ଷ ଲକ୍ଷ ବ୍ୟାରେଲ୍ ତେଲ

୧୨ ତାରିଖରେ ମଧ୍ଯ ଦକ୍ଷିଣ ଓଡ଼ିଶାର ଅଳ୍ପ କିଛି ସ୍ଥାନରେ ଭାରି ବର୍ଷା ହୋଇପାରେ। ବୁଧବାର ଖୋର୍ଦ୍ଧାରେ ୧୮ମିମି, ଢେଙ୍କାନାଳରେ ୧୬.୪, ବାରିପଦାରେ ୧୪.୮, କେନ୍ଦୁଝରରେ ୮.୪ ଓ ଯାଜପୁରରେ ୬.୫ମିମି ବର୍ଷା ରେକର୍ଡ ହୋଇଛି ।