ଭୁବନେଶ୍ବର ୨।୧୦: ପୂଜା ପୂର୍ବରୁ ବର୍ଷା-ବନ୍ୟା ଜନିତ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ । ଆସନ୍ତା ୧୦ ତାରିଖ ସୁଦ୍ଧା କ୍ଷତିଗ୍ରସ୍ତଙ୍କୁ ସହାୟତା ଦେବାକୁ ନିର୍ଦ୍ଦେଶ ଦେଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଜ ପୂଜାରୀ ।

ମନ୍ତ୍ରୀ କହିଛନ୍ତି, ବନ୍ୟା ସମୟରେ କାର୍ଯ୍ୟରେ ଅବହେଳା ପାଇଁ ଚାନ୍ଦବାଲି ବିଡିଓ ନିଲମ୍ବିତ ହୋଇଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ବେଳେ ସରକାରୀ ଅଧିକାରୀଙ୍କ ଅବହେଳା ଅକ୍ଷମଣୀୟ ବୋଲି କହିଛନ୍ତି ମନ୍ତ୍ରୀ । ବନ୍ୟା ସହାୟତା ପାଇଁ ଯେଉଁମାନେ ନିୟୋଜିତ ଥିଲେ ଆଶା, ଅଙ୍ଗନବାଡ଼ି, NDRF, ODRAF ସମସ୍ତ ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କୁ ସରକାରଙ୍କ ପକ୍ଷରୁ ଧନ୍ୟବାଦ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ।

Also Read:- ବନ୍ଧୁକ ମୁନରେ ଯୁବତୀଙ୍କୁ ଅସଦାଚରଣ: ନିଜ ଆଡୁ ମାମଲା ରୁଜୁ କଲେ ମହିଳା କମିଶନ

ପ୍ରଥମ ପର୍ଯ୍ୟାୟରେ ୨୬୧ କୋଟି ଟଙ୍କାର କ୍ଷତିପୂରଣ ଦିଆଯାଇଛି । ଦକ୍ଷିଣ ଓଡ଼ିଶାକୁ ୨୦ କୋଟି ଦିଆଯାଇଛି । ଯେତେଶୀଘ୍ର ଚୂଡ଼ାନ୍ତ ରିପୋର୍ଟ ଆସିବ କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।