ମୁମ୍ବାଇ : ପାୱାର ଷ୍ଟାର ରାମଚରଣ ଫିଲ୍ମ ଆକ୍ସନ ଡ୍ରାମା ଫିଲ୍ମ ‘ପେଡ୍ଡି’ର ଘୋଷଣା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ରାମ ଚରଣଙ୍କ ଏହି ଫିଲ୍ମର ସବୁ ଅପଡେଟ୍ କୁ ଚାହିଁ ରହିଛନ୍ତି ଦର୍ଶକ। ଏହାର ପ୍ରଥମ ଗୀତ ‘ଚିକିରୀ ଚିକିରୀ’ ରିଲିଜ ହେବା ମାତ୍ରକେ ଛାଇ ଯାଇଥିଲା । କେବଳ ୨୪ଘଣ୍ଟାରେ ଏହାକୁ ୪୬ମିଲିୟନରୁ ଅଧିକ ଭ୍ୟୁଜ୍ ମିଳିଥିଲା । ଯାହା ଚଳିତ ବର୍ଷ ସବୁଠାରୁ ଅଧିକ ଦେଖାଯାଇଥିବା ଏବଂ ପସନ୍ଦ କରାଯାଇଥିବା ଗୀତରେ ସାମିଲ ହୋଇଥିଲା ।

ଦୀର୍ଘ ଅପେକ୍ଷା ପରେ, ଆଉ ଏକ ଡ୍ୟାନ୍ସ ନମ୍ବର "ରାଇ ରାଇ ରା ରା" ରିଲିଜ୍ ହୋଇଛି। ଏହି ଗୀତରେ ରାମଚରଣଙ୍କ ଜବରଦସ୍ତ ଡ୍ୟାନ୍ସ ମୁଭ୍ସ ଦେଖିବାକୁ ମିଳିଛି। "ରାଇ ରାଇ ରା ରା"ର ଆଉ ଏକ ଖାସ୍ କଥା ହେଉଛି ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି ପ୍ରସିଦ୍ଧ ସିଙ୍ଗର ଏ.ଆର. ରହମାନ । ରାମ ଚରଣ ଏହି ଗୀତରେ ନିଜର ଜବରଦସ୍ତ ଡ୍ୟାନ୍ସ ପ୍ରଦର୍ଶନ କରିଛନ୍ତି। ଯାହା ଏବେ ବେଶ୍ ଭାଇରାଲ୍ ହେବା ସହ ସୋଶିଆଲ୍ ମିଡିଆରେ କରୁଛି ଧମାଲ୍।

ଫିଲ୍ମ ‘ପେଡ୍ଡି’କୁ ନେଇ ଉତ୍ସାହ ବଢିବାରେ ଲାଗିଛି । ଲିକ୍ ହୋଇଥିବା ଫଟୋରେ ଦେଖାଯାଉଛି କି ପ୍ରବଳ ଥଣ୍ଡାରେ ରାମ ଚରଣ ଦିଲ୍ଲୀରେ ରାଷ୍ଟ୍ରପତି ଭବନ ନିକଟ ରାସ୍ତାରେ ଚାଲୁଛନ୍ତି । ତାଙ୍କ ଲୁକ୍ ବହୁ ଦମଦାର୍ ଲାଗୁଛି । ଯେଉଁଥିରେ ଲାଗୁଛି ସେ ଏହି ଫିଲ୍ମରେ ସମ୍ପୂର୍ଣ୍ଣ ଭିନ୍ନ ରୂପରେ ନଜର ଆସିବେ । ଏହି ଲିକ୍ ହୋଇଥିବା ଝଲକକୁ ଦେଖିବା ପରେ ଫିଲ୍ମ ପାଇଁ ଆହୁରି ଉତ୍ସାହ ବଢିଯାଇଛି । ଏଭଳି ଲାଗୁଛି କି ରାମ ଚରଣ ଏଥର କିଛି ନୂଆ କରିବାକୁ ଯାଉଛନ୍ତି । ଏଥିରେ ରାମ ଚରଣଙ୍କ ବ୍ୟତୀତ ଜାହ୍ନବୀ କପୁର, ଜଗପତି ବାବୁ, ଶିବା ରାଜକୁମାର ଏବଂ ଦିବ୍ୟେଦୁ ଶର୍ମା ରହିଥିବାବେଳେ ପେଡ୍ଡିର ନିର୍ଦ୍ଦେଶନା ଦେଇଛନ୍ତି ବୁଚି ବାବୁ ସନା । ଏହି ଫିଲ୍ମଟି ମୈଥ୍ରୀ ମୁଭି ମେକର୍ସ ଏବଂ ସୁକୁମାର ରାଇଟିଂସ୍ ଦ୍ୱାରା ବୃଦ୍ଧି ସିନେମା ବ୍ୟାନରରେ ପ୍ରସ୍ତୁତ ହୋଇଛି । ଏହା ଏପ୍ରିଲ 30, ୨୦୨୬ରେ ଥିଏଟରରେ ମୁକ୍ତିଲାଭ କରିବାର ଯୋଜନା ରହିଛି ।