ଯୋଡ଼ା: ଘର ଭିତରେ ଝୁଲୁଛି ଜଣେ ଯୁବ PGT ଶିକ୍ଷୟିତ୍ରୀଙ୍କ ମୃତଦେହ। ଏହି ଘଟଣାକୁ ନେଇ ଯୋଡ଼ା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ମୃତ ଶିକ୍ଷୟିତ୍ରୀ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ବାରିପଦା ଅଞ୍ଚଳର ରୋଜାଲିକା ପାତ୍ର।

ସୂଚନା ଅନୁସାରେ, ରୋଜାଲିକା ଯୋଡ଼ା ଲହଣ୍ଡାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ PGT ଫିଜିକ୍ସ ବା ପଦାର୍ଥ ବିଜ୍ଞାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଥିଲେ। ତେବେ କେଉଁ ପରିସ୍ଥିତିରେ ତାଙ୍କର ଏଭଳି ମୃତ୍ୟୁ ହେଲା, ତାହା ଏବେ ଅସ୍ପଷ୍ଟ ରହିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଘଟଣାସ୍ଥଳରୁ ଏକ ସୁଇସାଇଡାଲ୍ ନୋଟ୍ ମିଳିଥିବା ସୂଚନା ମିଳିଛି। ଏହି ନୋଟ୍ରେ କ'ଣ ଲେଖାଯାଇଛି ଏବଂ ଏହାରେ କୌଣସି ନିର୍ଦ୍ଦିଷ୍ଟ କାରଣ ସମ୍ପର୍କରେ ଉଲ୍ଲେଖ ଅଛି କି ନାହିଁ, ତାହା ଜଣାପଡ଼ିନାହିଁ। ସୁଇସାଇଡାଲ୍ ନୋଟ୍ରେ କ'ଣ ରହିଛି ସବୁ ଦିଗରୁ ତଦନ୍ତ କରୁଛି ପୋଲିସ।