ଜଗତସିଂହପୁର ୨୪।୯: ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଚାଲିଛି ପ୍ରବଳ ବର୍ଷା । ଜନଜୀବନକୁ ସଂପୂର୍ଣ୍ଣ ଅସ୍ତବ୍ୟସ୍ତ କରିଦେଇଛି ପ୍ରବଳ ବର୍ଷା । ୧୨ ଘଣ୍ଟା ତୀବ୍ରତା ବଜାୟ ରଖିବ ଗଭୀର ଅବପାତ । ୨୪ ଘଣ୍ଟାରେ ଦୁର୍ବଳ ହେବ ଗଭୀର ଅବପାତ । ବୁଧବାର ରାତି ପ୍ରାୟ ସାଢ଼େ ୧୧ଟାରେ କଳିଙ୍ଗପଟ୍ଟନମ ଠାରୁ ପ୍ରାୟ ୩୦ କିଲୋମିଟର ଦକ୍ଷିଣପଶ୍ଚିମ ଦିଗରେ ସ୍ଥଳଭାଗ ଛୁଇଁଛି । ଘଣ୍ଟାପ୍ରତି ୭ କି.ମି. ବେଗରେ ଆଗକୁ ବଢ଼ୁଥିବା ଗଭୀର ଅବପାତର ପବନର ବେଗ ସର୍ବାଧିକ ୫୫ରୁ ୬୫ କି.ମି. ଥିଲା । ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ସହ ଧୀରେ ଧୀରେ ଦୁର୍ବଳ ହେବ । ଅବପାତ ପ୍ରଭାବରେ ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ପ୍ରବଳ ବର୍ଷା, ଝଟକା ପବନ ଏବଂ ସମୁଦ୍ର ଅଶାନ୍ତ ରହିଛି ।

Also Read:- ଲଗାଣ ବର୍ଷାର ପ୍ରଭାବ ; ତାରାତାରିଣୀ ପାହାଡ଼ରୁ ଦ୍ବିତୀୟ ଥର ଧସିଲା ପଥର

ତେବେ ଏହା ପ୍ରଭାବରେ ଜଗତସିଂହପୁର ଜିଲ୍ଲା ଶିଆଳି ଓ ରାମତରା ନିକଟରେ କୂଳ ଲଙ୍ଘିଲା ସମୁଦ୍ର । ରାମତରା ମୀରା ସି-ବିଚ୍ ରେ ବାଲି ବସ୍ତା ଭାଙ୍ଗି ୧୦୦ ଫୁଟର ବିରାଟ ଘାଇ ସୃଷ୍ଟି ହୋଇଛି । ଗତବର୍ଷ ମଧ୍ୟ ଠିକ୍ ଏହି ସ୍ଥାନରେ ଘାଇ ହୋଇଥିଲା ଏବଂ ଏବେ ପୁଣି ଥରେ ବାଲି ବସ୍ତା ଭସାଇ ନେଇଛି । ଏହି ଘାଇ ଦେଇ ସମୁଦ୍ରର ଲୁଣା ପାଣି ସିଧାସଳଖ ନଦୀ ଏବଂ ଚାଷ ଜମିରେ ପଶିଯାଇଛି । ଚାଷ ଜମିରେ ଲୁଣା ପାଣି ମାଡ଼ିଯିବା ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହେବା ନେଇ ଆଶଙ୍କା ବଢ଼ିଯାଇଛି । ସମୁଦ୍ରର ଉଗ୍ର ରୂପ ଦେଖି ସ୍ଥାନୀୟ ଗ୍ରାମବାସୀ ଛାନିଆ ହୋଇଯାଇଛନ୍ତି ।

Watch Video: