ମୁମ୍ବାଇ,୨୪ /୦୩: ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଭାବେ ହାର୍ଦ୍ଦିକ ପାଣ୍ଡ୍ୟା ସଫଳ ହୋଇନାହାଁନ୍ତି । ଦଳକୁ ଅଧିନାୟକ ପରିବର୍ତ୍ତନ ବାବଦରେ ବିଚାର କରିବା ଦରକାର ବୋଲି କହିଛନ୍ତି ପୂର୍ବତନ ଖେଳାଳି ଆର୍ ଅଶ୍ୱିନ୍ । ପାଣ୍ଡ୍ୟାଙ୍କ ଜାଗାରେ ସୂର୍ଯ୍ୟକୁମାର ଭଲ ଅଧିନାୟକ ହୋଇପାରିବେ ବୋଲି ଅଶ୍ୱିନ୍ କହିଛନ୍ତି ।

ରିପୋର୍ଟ ଅନୁସାରେ, ୨୦୨୪ରେ ରୋହିତ ଶର୍ମାଙ୍କ ଜାଗାରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ କରିଥିଲା । ଯାହା ପରଠୁ ଦଳ ଗୋଟିଏ ହେଲେ ଟ୍ରଫି ଜିତି ପାରୁନି । ଏପରିକି ଫାଇନାଲରେ ମଧ୍ୟ ପ୍ରବେଶ କରିନି । ଏସବୁକୁ ଦେଖି ଅଶ୍ୱିନ୍ କହିଛନ୍ତି ଯେ, ମୁମ୍ବାଇ ଇଣ୍ଡିଆନ୍ସରେ ନେତୃତ୍ୱ ପରିବର୍ତ୍ତନ ଦରକାର। ସୂର୍ଯ୍ୟଙ୍କୁ ନେତୃତ୍ୱ ଦେବା ଆବଶ୍ୟକ। କିନ୍ତୁ ଏହା କେବେ ଘଟିବ ନାହିଁ । ପାଣ୍ଡ୍ୟାଙ୍କୁ କପ୍ତାନୀରୁ ମୁମ୍ବାଇ କେବେହେଲେ ହଟାଇବ ନାହିଁ ।

Also Read :- MI IPL 2026: IPL ଆରମ୍ଭ ହେବା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ବଢିଲା ଚିନ୍ତା, ବାଦ୍ ପଡ଼ି ପାରନ୍ତି ଯଶପ୍ରୀତ ବୁମରା

ସେ ଆହୁରି କହିଛନ୍ତି ଯେ, ପାଣ୍ଡ୍ୟା ଏମଆଇର ଅଧିନାୟକ ହେଲା ପରେ ସଙ୍ଘର୍ଷ କରୁଛନ୍ତି । ସେ ଗୁଜୁରାଟ ଟାଇଟନ୍ସରେ ଥିବା ବେଳେ ଦଳ ଚାମ୍ପିଅନ୍ ହୋଇଥିଲା । ଏହାପର ସିଜିନରେ ଟିମ୍ ରନର୍ସ ଅପ୍ ହୋଇଥିଲା । ମୁମ୍ବାଇକୁ ଆସିବା ପରେ ସମସ୍ତେ ଭାବୁଥିଲେ ଯେ ପାଣ୍ଡ୍ୟା ସମାନ ଭାବେ ସଫଳତା ଆଣିବେ ।ରୋହିତଙ୍କ ସଫଳତାର ଧାରାକୁ ଆଗକୁ ନେବେ । କିନ୍ତୁ ସେମିତି କିଛି ହୋଇନାହିଁ । ସୂର୍ଯ୍ୟକୁମାର ଏବେ ଭାରତୀୟ ଦଳର ଅଧିନାୟକ ଅଟନ୍ତି । ତାଙ୍କ ନେତୃତ୍ୱରେ ଟିମ୍ ଟି ୨୦ବିଶ୍ୱକପ୍ ଜିତିଛି ।

ଏତତ୍ ବ୍ୟତୀତ ସେ କହିଛନ୍ତି ଯେ,ଅନେକ ଲୋକ ତାଙ୍କୁ ସୂର୍ଯ୍ୟ କୁମାର ଅପେକ୍ଷାକୃତ ଭଲ ନେତୃତ୍ୱ ନେଇପାରିବେ ବୋଲି କହୁଛନ୍ତି । କିନ୍ତୁ କେବେ ହାର୍ଦ୍ଦିକଙ୍କୁ ମୁମ୍ବାଇ ବାହାର କରିବ ନାହିଁ । ତାଙ୍କ ପାଖରେ ଏବେବି ଭଲ ଦକ୍ଷତା ରହିଛି । ଖେଳାଳିଙ୍କୁ ସଠିକ୍ ଉପାୟରେ ଖେଳାଇ ପାରିବେ ପାଣ୍ଡ୍ୟା ସଫଳ ଅଧିନାୟକ ହୋଇପାରିବେ ବୋଲି ଅଶ୍ୱିନ୍ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରକାଶ କରିଛନ୍ତି ।