ପୁରୀ: ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ବସିଥିଲା ପ୍ରଥମ ସମନ୍ଵୟ କମିଟି ବୈଠକ । ରଥଯାତ୍ରାରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ୧୬ଶହ ଅସ୍ଥାୟୀ ଶୌଚାଳୟ ହେବ । ଡ୍ରୋନ ଦ୍ବାରା ସହରର ବିଭିନ୍ନ ସ୍ଥାନରେ ମଶା ତେଲ ପକାଯିବ । ରଥଯାତ୍ରା ପାଇଁ ପୁରୀକୁ ଚାଲିବ ୪ଶହ ସ୍ଵତନ୍ତ୍ର ଟ୍ରେନ୍ । ରେଳଷ୍ଟେସନ ବାହାରେ ୬ ଟି ସ୍ଥାନରେ କାଉଣ୍ଟର ସହ ସ୍ଵତନ୍ତ୍ର କ୍ରାଉଡ ମ୍ୟାନେଜମେଣ୍ଟ ପ୍ଲାନ୍ ହେବ । ରଥଯାତ୍ରା ସମୟରେ NSG କମାଣ୍ଡୋଙ୍କ ସହ ୨୨୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଏଥିସହିତ ଆଣ୍ଟି ଡ୍ରୋନ୍ ଟିମ୍, NDRF, ODRAF ମୁତୟନ ହେବେ। ଯାନ ବାହନ ପାଇଁ ପାର୍କିଂ ସଂଖ୍ୟା ବୃଦ୍ଧି କରାଯିବା ନେଇ ବୈଠକରେ ନିଆଯାଇଛି ନିଷ୍ପତ୍ତି ।

ରଥ ପାଇଁ ପ୍ରଥମ ସମନ୍ବୟ ବୈଠକ । କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ପାଇଁ ପ୍ରଥମ ସମନ୍ବୟ ବୈଠକରେ ରଥ ନିର୍ମାଣ, ସ୍ଵାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ ଯୋଗାଣ ନେଇ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି । ଚଳିତ ବର୍ଷ ଢେଙ୍କାନାଳ ହିନ୍ଦୋଳରୁ ଅଧିକ ଏକ ସେଟ୍ ଚାରମାଳ ପାଇଁ ତାଳ କାଠ ଅଣାଯିବ। ରଥ ଦଉଡି଼ ପାଇଁ ଓଡ଼ିଶା ସମବାୟ କତା ନିଗମ ଚଳିତ ମାସ ଶେଷ ସୁଦ୍ଧା ୨୮ଟି ରଥ ଦଉଡି଼ ଏବଂ ୬ଟି କଡର୍ନ ଦଉଡି଼ ପହଞ୍ଚାଇବ ।

Also Read: ୧୨ ବେଳକୁ ଲଘୁଚାପ ! ଓଡ଼ିଶାରେ କଣ ରହିବ ପ୍ରଭାବ, ବଡ଼ ସୂଚନା ଦେଲା IMD

ତେବେ ବିପର୍ଯ୍ୟସ୍ତ ସ୍ଵାସ୍ଥ୍ୟ ସେବାକୁ ନେଇ ବୈଠକରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ପୁରୀ ମହାନଗର ନିଗମ ପକ୍ଷରୁ ସବୁ ସାହି, ସବୁ ବାଇଲେନରେ ଦୁଇ ଥର ଡ୍ରେନ ସଫା ହେବ । ବଡ଼ଦାଣ୍ଡ ସହ ବିଭିନ୍ନ ସ୍ଥାନରେ ଭକ୍ତଙ୍କ ପାଇଁ ୧ହଜାର ଓ ପୋଲିସ ପାଇଁ ୬ଶହ ଏମିତି ମୋଟ ୧୬ଶହ ଅସ୍ଥାୟୀ ଶୌଚାଳୟ ହେବ । ଡ୍ରୋନ ଦ୍ବାରା ମଶା ତେଲ ପକାଯିବ। ସମସ୍ତ ମୁକୁଳା ଡ୍ରେନରେ ସ୍ଲାବ ପକାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ରଥଯାତ୍ରା ପାଇଁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ଜୁନ ଶେଷ ସୁଦ୍ଧା ଶେଷ କରାଯିବ । ବଡ଼ଦାଣ୍ଡରେ ଅଗ୍ନି ନିରାପତ୍ତା ପାଇଁ ବ୍ୟବସ୍ଥା, ପରିବହନ ବିଭାଗ ପକ୍ଷରୁ ହେଲପ୍ ଡେସ୍କ, ୨୩ଟି କ୍ରେନ୍ ରହିବ । ରଥଯାତ୍ରା ପାଇଁ ପୁରୀକୁ ୪ଶହ ସ୍ଵତନ୍ତ୍ର ଟ୍ରେନ୍ ଚାଲିବ । କ୍ରାଉଡ ମ୍ୟାନେଜମେଣ୍ଟ ପ୍ଲାନ୍ ସହ ଯାତ୍ରୀଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ଵ ଦିଆଯିବ। ୬୦ ଟି ସ୍ଥାନରେ LED ଡିସ -ପ୍ଲେ ସହ ଟ୍ରେନ୍ ଇଣ୍ଡିକେସନ ବୋର୍ଡ ରହିବ। ଏକ ମାସ ପୂର୍ବରୁ ସିସିଟିଭି କ୍ୟାମେରା ଲାଗି ଡ୍ରାଏ ରନ ହେବ।

Also Read: ମାତ୍ର ଗୋଟିଏ ପେଟ୍ରୋଲ ପମ୍ପରେ ମିଳୁଛି ପେଟ୍ରୋଲ-ଡିଜେଲ, ନେବାକୁ ଲାଗିଛି ଲୋକଙ୍କ ଭିଡ଼

ରଥଯାତ୍ରା ପାଇଁ ଥ୍ରୀଡି ମ୍ୟାପିଙ୍ଗ ସହ ସ୍ଵତନ୍ତ୍ର ଆପ ବ୍ୟବସ୍ଥା କରାଯାଉଛି। ରଥଯାତ୍ରା ସମୟରେ ଏନଏସଜି କମାଣ୍ଡୋଙ୍କ ସହ ୨୨୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଆଣ୍ଟି ଡ୍ରୋନ୍ ଟିମ୍, NDRF, ODRAF ମୁତୟନ ହେବେ । ପୂର୍ବ ଥର ଅପେକ୍ଷା ଏଥର ପାର୍କିଂ ସଂଖ୍ୟା ବୃଦ୍ଧି କରାଯିବ। ଇଣ୍ଟିଗ୍ରେଟେଡ୍ କଣ୍ଟ୍ରୋଲରୁମ୍ ସହ ସହ ୨ଶହରୁ ଅଧିକ CCTV କ୍ୟାମେରା ଲାଗିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ରଥଯାତ୍ରା ପ୍ରଥମ ସମନ୍ବୟ କମିଟି ବୈଠକରେ ପୁରୀ ସାଂସଦ ଡଃ ସମ୍ବିତ ପାତ୍ର, ବିଧାୟକ ସୁନୀଲ ମହାନ୍ତି, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, କେନ୍ଦ୍ରାଞ୍ଚଳ ଆଇଜି ସତ୍ୟଜିତ ନାୟକ, ଏସପି ପ୍ରତୀକ ସିଂ, ପୁରୀ ମହାନଗର ନିଗମ କମିଶନର, ଦେବୋତ୍ତର କମିଶନର, ଆଇନ ସଚିବ ପ୍ରମୁଖ ଉପସ୍ଥିତ ଥିଲେ ।