ପୁଣେ, ୨୯/୦୪ : ଭାରତୀୟ ଭିସାରେ ଆମେରିକାରୁ ଭାରତ ଆସିଥିଲେ । କିନ୍ତୁ ଏଠାରେ ଆରମ୍ଭ କରିଦେଲେ ଧର୍ମ ପ୍ରଚାର । ଜୋର ଜବରଦସ୍ତ ଏବଂ ପ୍ରଲୋଭନ ଦେଖାଇ ଧର୍ମାନ୍ତରୀକରଣ ଚାଲୁ କରିଦେଲେ । ହେଲେ ଧରା ପଡିଗଲା ସବୁ କିଛି ।

ପୁଣେର ଘଟଣା

ରିପୋର୍ଟ ଅନୁସାରେ, ପୁଣେ ପୋଲିସ ତିନି ଜଣ ଆମେରିକୀୟ ନାଗରିକଙ୍କ ବିରୋଧରେ ଭାରତ ଛାଡିବାକୁ ନୋଟିସ ଜାରି କରିଛି । ମେ ୧୦ ତାରିଖ ସୁଦ୍ଧା ଦେଶ ଛାଡି ସ୍ୱଦେଶ ଫେରି ଯିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେମାନେ ଭିସାର ନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି । ଖାଲି ଏତିକି ନୁହେଁ ଦେଶରେ ଅନେକ ବେଆଇନ କାର୍ଯ୍ୟକଳାପରେ ସେମାନଙ୍କର ସମ୍ପୃକ୍ତି ରହିଥିବା ପୋଲିସ ଜାଣିବାକୁ ପାଇଛି ।

​​​​​​​Also Read :- Tamilnadu Exitpoll 2026 ଷ୍ଟାଲିନଙ୍କ DMKକୁ ମିଳୁଛି ଜନସମର୍ଥନ, ଅଭିନେତା ବିଜୟଙ୍କ ପାର୍ଟିର ହେବ ଧମାକାଦାର ଏଣ୍ଟ୍ରି

ପୋଲିସର କହିବାନୁସାରେ, ତିନି ଜଣ ଆମେରିକୀୟଙ୍କ ବୟସ ଯଥାକ୍ରମେ ୫୩. ୬୫ ଏବଂ ୬୬ ହେବ । ସେମାନେ ଏପ୍ରିଲ ୧୯ରୁ ୨୧ ତାରିଖ ମଧ୍ୟରେ ପର୍ଯ୍ୟଟକ ଭିସାରେ ଭାରତ ଆସିଥିଲେ । ତେବେ ଭାରତ ଆସିବା ପରେ ସେମାନେ ଖ୍ରୀଷ୍ଟିଆନ ଧର୍ମର ପ୍ରଚାର ପ୍ରସାର ଆରମ୍ଭ କରିଦେଇଥିଲେ । ଏହି ଧର୍ମକୁ ସମର୍ଥନ କରୁଥିବା ଲିଫଲେଟ୍ ବାଣ୍ଟିଥିଲେ ।

ତେବେ ଏପ୍ରିଲ ୨୭ ତାରିଖରେ ଆମେରିକୀୟ ନାଗରିକଙ୍କ ବେଆଇନ୍ କାର୍ଯ୍ୟକଳାପ ଧରା ପଡିଯାଇଥିଲା । ସେମାନେ ପୁଣେର ଶୁକ୍ରଓ୍ୱାର୍ ପଥ୍ ଅଞ୍ଚଳରେ ଏକ ଘରୋଇ ଡ୍ରାଇଭରଙ୍କୁ ବିଭିନ୍ନ ଭାଷାରେ ଲେଖାଯାଇଥିବା ଧର୍ମ ପ୍ରଚାର ପତ୍ର ଦେଇଥିଲେ । ଏପରିକି ଖ୍ରୀଷ୍ଟ ଧର୍ମ ଆପଣାଇବା ପାଇଁ ପ୍ରବର୍ତ୍ତାଇଥିଲେ । ଘଟଣାକୁ ନେଇ କାର୍ ଡ୍ରାଇଭର୍ ଜଣଙ୍କ ପୋଲିସକୁ ସୂଚନା ଦେଇଥିଲେ । ଏହାପରେ ସ୍ଥାନୀୟ ପୋଲିସ ତିନି ଜଣ ବିଦେଶୀଙ୍କୁ ଅଟକାଇ ଯାଞ୍ଚ କରିଥିଲା । ସେମାନଙ୍କ ନିକଟରୁ ବିପୁଳ ପରିମାଣର ଖ୍ରୀଷ୍ଟ ଧର୍ମର ପ୍ରଚାର ପତ୍ର ପୋଲିସ ଜବତ କରିଥିଲା । ଭିସା ନିୟମ ଭଙ୍ଗ ସହ ଅନେକ ବିଦେଶୀ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ ଆଇନକୁ ଭାଙ୍ଗିଥିବାରୁ ତାଙ୍କୁ ମେ ୧୦ ସୁଦ୍ଧା ଭାରତ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି ।